ନାଗପୁର:- ୦୧/୧୨ (ଏସ.ଏନ.ଏସ.) ପୁରୀ ଜିଲ୍ଲା ଗୋପ ବ୍ଲକ ନାଗପୁର ଠାରେ ଜିଲ୍ଲା ଯାଦବ ମହାସଭାର ଜିଲ୍ଲା ସଭାପତି ତଥା କୋଣାର୍କ ଏନ ଏ ସି ର ବିଜେଡ଼ି ସଭାପତି ଗୋପାଳ ଚନ୍ଦ୍ର ବେହେରାଙ୍କ ନେତୃତ୍ବରେ ଏକ ଯାଦବ ସୌର୍ଯ୍ୟ ଦିବସ ପାଳନ କରାଯାଇଛି । ଗତ କିଛି ବର୍ଷ ତଳେ ଚିନ ଓ ଭାରତ ମଧ୍ୟରେ ଏକ ଯୁଧ୍ୟ ହୋଇଥିଲା ।ଏହି ଯୁଧ୍ୟରେ ଭାରତରୁ ୧୧୭ ଜଣ ଯାଦବ ସୈନ୍ୟ ସହୀଦ ହୋଇଥିଲେ । ସହୀଦ ଯାଦବ ସୈନ୍ୟକୁ ମନେ ପକାଇବା ଉଦ୍ଦେଶ୍ୟ ପ୍ରତିବର୍ଷ ଭଳି ଚଳିତବର୍ଷ ନାଗପୁର ଠାରେ ଥିବା ପୁରୀ ଜିଲ୍ଲାର ଯାଦବ ମହାସଭା ଗୃହରେ ଏକ ଯାଦବ ସୌର୍ଯ୍ୟ ଦିବସ ପାଳନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ସାଧାରଣ ସମ୍ପାଦିକ ରମେଶ ଚନ୍ଦ୍ର ବେହେରା ,କୋଷାଧ୍ୟକ୍ଷ ଦେଵବ୍ରତ ବେହେରା ,ଉପସଭାପତି ସୁରେନ୍ଦ୍ର କୁମାର ବେହେରା ,ସହ ସମ୍ପାଦକ ଦିଗମ୍ବର ବେହେରା ,କାର୍ଯ୍ୟକାରୀ ସଭାପତି ରବୀନ୍ଦ୍ରନାଥ ବେହେରା ନିମାପଡା ବ୍ଲକ ସଭାପତି ବିମ୍ବାଧର ବେହେରା ଓ ରତନପୁର ପଞ୍ଚାୟତ ସମିତି ସଭ୍ୟ କେଦାରନାଥ ବେହେରା ପ୍ରମୁଖ ଉପସ୍ଥିତ ରହି ଦିବସକୁ ପାଳନ କରିବା ସହିତ କାର୍ଯ୍ୟକ୍ରମ ରେ ସାହାଯ୍ୟ ସହଯୋଗ କରିଥିଲେ ।

