ଗୋପ :- ୧୦/୧୦ (ଏସ.ଏନ.ଏସ. ) ଗତ ୩ ତାରିଖ ୩ ଟା ସମୟରେ ହଠାତ ଏକ ବାଦଲଫଟା ବର୍ଷା ଆରମ୍ଭ ହୋଇ ଡ୍ୟାମ ଭାଙ୍ଗି ଯାଇଥିଲା। ଯାହା ଫଳରେ ମୋ ସମ୍ମୁଖରେ ଶବ ଭାସିବା ସହିତ ବର୍ଷାର କରାଳ ରୂପ କେବେ ବି ମୁଁ ଜୀବନରେ ଭୂଲି ପାରିବି ନାହିଁ ବୋଲି ଗୋପର ନସିଫା ପ୍ରକାଶ କରିଥିଲେ । ମୋ ସାଙ୍ଗ ଭୂମିକା ମହନ୍ତ ଟେଲିଫୋନ ମତେ ବଞାଇ ଦେଇଥିବାରୁ ରବିବାରଦିନ ସିକିମ୍ ରୁ ବହୁ କଷ୍ଟରେ ଆସି ଗୋପରେ ପହଞ୍ଚିଥିବା କଥା ନଫିଶା ଜାହଁ(୨୫) ବର୍ଷ ନିଜର ଅନୁଭୂତି ବର୍ଣ୍ଣର୍ନା କରିଥିଲେ। ପ୍ରକାଶ ଯେ ଗୋପ ବ୍ଳକର ତିନିଜଣ ଙ୍କ ମଧ୍ୟରୁ ବସ୍ତିର ମୂର୍ତ୍ତୁତାଜା ଫଜଲ୍ ଅଲ୍ଲୀ ଖାଁଙ୍କ ସାନ ଝିଅ ନଫିଶା ଦୀର୍ଘ ୩ ବର୍ଷ ଧରି ସିକିମ୍ର ରମ୍ପୋ ସହରରେ ଥିବା ଘରୋଇ ଆଲକେମ୍ ମେଡ଼ିସିନ୍ କମ୍ପାନୀ ରେ କିୟୁସ୍ ଅଫିସର ଭାବେ କାର୍ଯ୍ୟ କରୁଥିଲେ । ଏହି ବାଦଲଫଟା ଦିନ ରାତ୍ର ୩ ଟା ନିକଟରେ ରହୁଥିବା ମୟୂରଭଞ୍ଜ ଅଞ୍ଚଳର ସାଙ୍ଗ ଏପରି ପାଣି ମାଡି ଆସିବା ସଂପର୍କରେ ଖବର ଦେବାରୁ ମୁଁ ହଠାତ୍ ଉପର ମହଲାକୁ ପଳାଇ ଯିବାରୁ ମୋ ଜୀବନ ବଞ୍ଚି ଯାଇଥିଲା ବୋଲି କହିଥିଲେ । ପରେ ଦୁଇ ଦିନ ଧରି ବିସ୍କୁଟ ଖାଇ ଜୀବନ ବଞାଇବା ପରେ ମାଟି କାଦୁଅରେ ଚାଲି ଚାଲି ଦୁଇ କିଲୋମିଟର ଆସି ସିକିମ୍ ସିଲିଗୁଡ୍ ଟ୍ରେନ୍ ଯୋଗେ ଘରେ ପହଞ୍ଚି ପାରିଛି। ହେଲେ ଏପରି ଏକ ଅବର୍ଣ୍ଣନୀୟ ଘଟଣା ମୋ ମନରୁ କେବେ ବି ଭୁଲିବି ନାହିଁ। ବାଦଲଫଟା ବର୍ଷା ଓ ଭୂସ୍ଖଳନ ସାଙ୍ଗକୁ ଡ୍ୟାମ୍ ପାଣି ମାଡି ଆସିବା ପରେ ସବୁ ଆଡେ କେବଳ ଜୀବନ ବଞାଇବାର ଚିତ୍କାର ଓ ପାଣି ଛାଡିବା ପରେ ଶବ ସହିତ ଘରର ଆସବାବପତ୍ର ଦେଖି ମୁଁ ଭୟଭୀତ ହୋଇ ପଡ଼ିଥିଲି। ସେ ଯାହାବି ହେଉ ମୋ ସାଙ୍ଗର ଫୋନ ମୋ ଜୀବନ ବଞାଇ ଦେଇଥିବା ବେଳେ ମୁଁ ଘରେ ପହଁଚିବା ସହିତ ମୋ ପରିବାର ନିକଟରେ ପହଞି ପାରିଛି ସେଇଟା ମୋ ଲାଗି ବଡ଼ ବୋଲି କହିଛନ୍ତି ନଫିଶା। ଏବେବି ଗୋପ ବ୍ଳକର ଆଉ ଦୁଇଜଣ ଯୁବକ ଘରେ ପହଞ୍ଚି ନଥିବା ସୂଚନା ମିଳିଛି। ଦୁଇଜଣ ଯୁବକ ନାମ ଆଶିଷ ସାହୁ କୁଷୁପୁରୁର ହୋଇଥିବା ବେଳେ ବିଷରପୁର ଗାଁର ସଞ୍ଜୟ ବେହେରା ବୋଲି ଜଣାପଡିଛି।

