ଜଗତସିଂହପୁର :୧୮/୧୧:(ସଂଭବ ନିୟୁଜ) ଲୁହରେ ଭିଜିଲା କଳାଜଗତ l ଚିରନିଦ୍ରାରେ ଯାତ୍ରାଜଗତର ସ୍ୱନାମଧନ୍ୟ କମେଡି କିଙ୍ଗ ରବି ଶତପଥୀ l ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଗପଡ଼ା ଗ୍ରାମରେ ଲିଭର କ୍ୟାନ୍ସରରେ ଦୀର୍ଘ ଦିନ ଧରି ପୀଡିତ ଥିଲେ l ଶୁକ୍ରବାର ବିଳମ୍ବିତ ରାତ୍ରରେ ତାଙ୍କର ପରଲୋକ ହୋଇଛି l ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା l ଲୋକମାନଙ୍କୁ ହସାଇ ହସାଇ ବେଦମ କରୁଥିବା ଲୋକଟି ଆଜି ସମସ୍ତଙ୍କୁ କନ୍ଦେଇ ଆରପାରିକୁ ଚାଲିଯାଇଛି l ସେ ତାରାପୁର ପାର୍ଟିରୁ ପ୍ରଥମ ଇଂନିଙ୍ଗସ ଆରଂଭ କରିଥିଲେ l ସେ ତାଙ୍କ ଜୀବନକାଳ ଭିତରେ ୫00ରୁ ଅଧିକ ଯାତ୍ରା ପେଣ୍ଡାଳରେ ନାଟକ ପରିବେଷଣ କରିଛନ୍ତି l ତାଙ୍କ ବିୟୋଗରେ ଯାତ୍ରା ଇଣ୍ଡଷ୍ଟ୍ରିର ଅପୂରଣୀୟ କ୍ଷତି କହିଲେ ଅଟୁକ୍ତି ହେବ ନୀହିଁ l ସଂଭବ ନିୟୁଜ ପରିବାର ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି l

