.
Monday, December 23, 2024
Homeଆନ୍ତର୍ଜାତୀୟବୋଉର ହାତବାକ୍ସ ଚଳଚ୍ଚିତ୍ର ଯାହାର କାହାଣୀକାର ଡ଼.ଆରତୀ ପାଟ୍ଟଯୋଶୀ ଫିଲ୍ମ ଫେଷ୍ଟିଭାଲ ଲଣ୍ଡନରେ ପୁରସ୍କୃତ

ବୋଉର ହାତବାକ୍ସ ଚଳଚ୍ଚିତ୍ର ଯାହାର କାହାଣୀକାର ଡ଼.ଆରତୀ ପାଟ୍ଟଯୋଶୀ ଫିଲ୍ମ ଫେଷ୍ଟିଭାଲ ଲଣ୍ଡନରେ ପୁରସ୍କୃତ

ପୁରୀ :୧୭ / ୧୦ (ଏସ.ଏନ.ଏସ.) ଓଡ଼ିଆ ଚଳଚ୍ଚିତ୍ର ବୋଉର ହାତବାକ୍ସ ରିଅଲ ଟାଇମ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଲଣ୍ଡନରେ ପୁରସ୍କୃତ ହୋଇଛି l ଏହି ଚଳଚ୍ଚିତ୍ରର ନିର୍ଦେଶକ ହେଉଛନ୍ତି ନାରାୟଣ ପତି, ପ୍ରଯୋଜକ ସଞ୍ଜୟ ଦାସ,ଚିତ୍ରଗ୍ରହଣକାରୀ ବିରଜା ପ୍ରସନ୍ନ କର ଥିବାବେଳେ ଚାଇରୋସାନା ଫିଲ୍ମ ଦ୍ୱାରା ନିର୍ମାଣ କରାଯାଇଛି l ଲଣ୍ଡନରେ ଅନୁଷ୍ଠିତ ଚଳଚ୍ଚିତ୍ର ଉତ୍ସଵରେ “ଜୁରୀ ଆୱାର୍ଡ ଫର ମୋଷ୍ଟ ଇମ୍ପାଟଫୁଲ ଫେଷ୍ଟିଭାଲ ଫିଲ୍ମ ” ସମ୍ମାନ ବୋଉର ହାତବାକ୍ସକୁ ମିଳିଛି l ଏହାର କାହାଣୀକାର ହେଉଛନ୍ତି ଡ଼.ଆରତୀ ପାଟ୍ଟଯୋଶୀ ଯିଏ କି ଜଗନ୍ନାଥ ଧାମ ପୁରୀର ବାସିନ୍ଦା l ଏହା ଆମ ପାଇଁ ଯଥା ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ l ଏହି ଚଳଚ୍ଚିତ୍ରର କାହାଣୀ ପରିବାର ତଥା ମାଆର ସନ୍ତାନ ପ୍ରତି ଥିବା ତ୍ୟାଗ ଓ ଭଲପାଇବାର ନିଚ୍ଛକ ପ୍ରତିଫଳନ l ମାଆର ହାତବାକ୍ସରେ ସାଇତା ହୋଇ ରହିଥାଏ ସନ୍ତାନର ସ୍ମୃତି ଓ ଅସରନ୍ତି ଆଶୀର୍ବାଦ l ଆଜିକାଲିର ପିଢ଼ି କିପରି ଚାକିରୀ କଲାପରେ ବାପାମାଆଙ୍କ ପ୍ରତି ଥିବା କର୍ତ୍ତବ୍ୟ ଭୁଲିଯାନ୍ତି ଏଥିରେ ପ୍ରତିଫଳିତ ହୋଇଛି l ଏହି ଚଳଚ୍ଚିତ୍ର ନୂତନ ଯୁବପିଢିମାନଙ୍କୁ ଆଶାର ଆଲୋକ ଦେଖାଇବ ଏଥିରେ ସନ୍ଦେହ ନାହିଁ l ଏହି ଚଳଚ୍ଚିତ୍ରରେ ନାରାୟଣ ପତି,ଲୋପାମୁଦ୍ରା ମିଶ୍ର,ରାଜେଶ ପଣ୍ଡା ଓ ସୁଶ୍ରୀ ସବିତା ପ୍ରମୁଖ ଅଭିନୟ କରିଛନ୍ତି l

ବୋଉର ହାତବାକ୍ସ ଚଳଚ୍ଚିତ୍ର ଯାହାର କାହାଣୀକାର ଡ଼.ଆରତୀ ପାଟ୍ଟଯୋଶୀ ଫିଲ୍ମ ଫେଷ୍ଟିଭାଲ ଲଣ୍ଡନରେ ପୁରସ୍କୃତ

RELATED ARTICLES

1 COMMENT

LEAVE A REPLY

Please enter your comment!
Please enter your name here

Most Popular

Recent Comments

Sarat biswal on