ବାହାରଣା : ୨୯/୧௦/୨୩(ସଂଭବ ନିୟୁଜ) ସାରା ରାଜ୍ୟରେ ଅଶ୍ଵିନ ମାସ ଶୁକ୍ଲପକ୍ଷ ଏକାଦଶୀ ତିଥିରେ ମାଆ ଗଜଲକ୍ଷ୍ମୀ ପୂଜା ହେଉଥିବା ବେଳେ ପୁରୀ ଜିଲ୍ଲା ଚାରିଛକ ଥାନା ଅନ୍ତର୍ଗତ ବାହାରଣା ପଂଚାୟତ ବାଲିଆସାହି ଗ୍ରାମରେ କୁମାରୀ ଝିଅମାନେ ଏକତ୍ରିତ ହୋଇ ସମସ୍ତଙ୍କ ମଙ୍ଗଳ ଉଦ୍ଦେଶ୍ୟରେ ବୁଧବାର ଦିନ ଏକାଦଶୀ ତିଥିରେ ବିଧିବଧ ଭାବରେ ଗ୍ରାମ ପୋଖରୀରୁ କଳସରେ ପାଣି ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ ৷ପୁରୋହିତ ଭାବେ ପୂଜକ ଡ଼ାଙ୍ଗୁ ଭାଇନା ହୋମଯଜ୍ଞ ପୂଜା କରିଥିଲେ ৷ଏହି ପୂଜା ପାଞ୍ଚ ଦିନ ପର୍ଯ୍ୟନ୍ତ ହୋଇ ଆଜି ରବିବାର ଦିନ ବିସର୍ଜନ ହେବାର ସୂଚନା ଦେଇଛନ୍ତି ৷ଏହି ପୂଜାରେ ଗ୍ରାମର କୁଆଁରୀ ଝିଅ ଜସ୍ମିନ ,ଝିଲି,ସୁଶ୍ରୀ,ସୁମି,କଣ୍ଢେଇ,ସୁଭଦ୍ରା,ଲୋରୀ,ପୁର୍ଣିମା,ମିତା ସହିତ ଗ୍ରାମବାସୀମାନେ ସାହାର୍ଯ୍ୟ କରିବା ସହିତ ପିଲାମାନଙ୍କୁ ଉତ୍ସାହିତ କରିଥିଲେ ৷ଗ୍ରାମରେ ପୂଜା ଅନୁଷ୍ଠିତ ହୋଇଥିବାରୁ କୁଆଁରୀ ଝିଅମାନଙ୍କ ମନରେ ଆନନ୍ଦରେ ଖୁସିର ଲହରୀ ଖେଳିଯାଇଥିଲା ৷



