ଚାରିଛକ :- ୦୧/୧୨ ( ଏସ.ଏନ.ଏସ.) ପୁରୀ ଜିଲ୍ଲା ଚାରିଛକ ଥାନା ଅନ୍ତର୍ଗତ ବାହାରଣା ନୀଳମଣି ସ୍ମୃତି ବିଦ୍ୟାପୀଠ ପରିସର ପୁରାତନ ଛାତ୍ର ଛାତ୍ରୀ ଙ୍କ ଆହ୍ୱାନ କ୍ରମେ ବାହାରଣା ପ୍ରାଇମେରୀ ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ସ୍ଵର୍ଗତ ଚନ୍ଦ୍ରମଣିଦେବୀଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ଦାମୋଦର ମିଶ୍ର ମୁଖ୍ୟ ବକ୍ତା ଅବସରପ୍ରାପ୍ତ ଶିକ୍ଷକ ବଳରାମ ମହାରଣା ଯୋଗ ଦେଇ ସ୍ଵର୍ଗତ ଚନ୍ଦ୍ରମଣିଦେବୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଦୀପ ଜାଳି ସଭା କାର୍ଯ୍ୟ ଆରମ୍ଭ କରିଥିଲେ ।ଏହି ଶ୍ରଦ୍ଧାଞ୍ଜଳି ସଭାରେ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରମେଶ କୁମାର ରାଉତ ସଭପତିତ୍ୱ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ସ୍ଵର୍ଗତ ଚନ୍ଦ୍ରମଣି ଦେବୀଙ୍କ ଜୀବନୀ ଉପରେ ମୁଖ୍ୟ ଅତିଥି ସହ ନୋଡାଲ ଓ ହାଇସ୍କୁଲ ର ସମସ୍ତ କର୍ମଚାରୀ ଏବଂ ପୁରାତନ ଛାତ୍ର ଛାତ୍ରୀ ପ୍ରତି ଭାଷଣରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ସ୍କୁଲର ନୋଡାଲ ସ୍କୁଲର ପ୍ରଧାନ ଶିକ୍ଷକ ଅନିୟ ଭୂଷଣ ମହାନ୍ତି ,ନୀଳମଣି ସ୍ମୃତି ବିଦ୍ୟାପୀଠର ଶିକ୍ଷକ ଅନାଦି ଚରଣ ନାୟକ, ମୁରଲୀଧର ପ୍ରଧାନ,ନରେନ୍ଦ୍ର ବେହେରା ,ମାଧବ ଚନ୍ଦ୍ର ସାହୁ , ପଞ୍ଚାନନ ,ଶଶାଙ୍କ ଶେଖର ମହାନ୍ତି, ପୁରାତନ ଛାତ୍ର କମିଟିର ସଭାପତି ଦିଲିପ କୁମାର ବାରିକ ,ଛାତ୍ର ଛାତ୍ରୀ ସଂସଦର ଚେୟାର ମ୍ୟାନ ଆଦିକନ୍ଦ ମିଶ୍ର , ସ୍ଵର୍ଗତ ଚନ୍ଦ୍ରମଣି ଦେଇଙ୍କ ପୁତ୍ର ତଥା ସ୍କୁଲର ପୁରାତନ ଛାତ୍ର ଦୁର୍ଗାପ୍ରସାଦ ମିଶ୍ର , ଜୟନ୍ତୀ ସେଠୀ ,ନିସିକାନ୍ତ ସ୍ୱାଇଁ , ସବ୍ୟସାଚୀ ପଟ୍ଟନାୟକ , ଶିଵବ୍ରତ ମଲ୍ଲ , ବସନ୍ତ କୁମାର ମଲ୍ଲ ପ୍ରମୁଖ ଉପସ୍ଥିତ ଥିଲେ ।

