ଚାରିଛକ:- ୦૪/୦୧(ଏସ.ଏନ.ଏସ.) ପୁରୀ ଜିଲ୍ଲା ଚାରିଛକ ଥାନା ଅନ୍ତର୍ଗତ ତମ୍ପାଳ ପଞ୍ଚାୟତରେ ବିଜୁ ଜନତା ଦଳର ଯୁବ ନେତା ତଥା ସମାଜସେବୀ ସୁବ୍ରତ ଛାଟୋଇ ପକ୍ଷରୁ ଭିନ୍ନକ୍ଷମ ବୁଦ୍ଧ, ବୃଦ୍ଧା ମାନଙ୍କୁ ଶୀତ ବସ୍ତ୍ର ଓ ବିସ୍କୁଟ ବଣ୍ଟନ କରାଯାଇଛି ।ପ୍ରକାଶ ଯେ ବର୍ତ୍ତମାନ ସାରା ରାଜ୍ୟରେ ପ୍ରବଳ ଶୀତ ଲହରୀ ଖେଳିଯାଇଥିବାର ଦେଖି ନିମାପଡା ନିର୍ବାଚନ ମଣ୍ଡଳୀ ର ତମ୍ପାଳ ଠାରେ ଯୁବ ବିଜେଡି ନେତା ତଥା ସମାଜସେବୀ ସୁବ୍ରତ ଚଟୋଇ ଙ୍କ ସହଯୋଗୀ ବା ସଙ୍ଗଠକ ପ୍ରକାଶ ପ୍ରଧାନ ଙ୍କ ନେତୃତ୍ୱରେ ପଞ୍ଚାୟତରେ ଶତାଧିକ ବରିଷ୍ଠ ଭିନ୍ନକ୍ଷମ ଗରିବ ବୁଦ୍ଧ ବୃଦ୍ଧା ମାନଙ୍କୁ ଶୀତ ବସ୍ତ୍ର ଓ ବିସ୍କୁଟ ବଣ୍ଟନ କରାଯାଇଛି । ଏହି ଶୀତ ସମୟରେ ବିଜେଡି ଯୁବ ନେତା ନିରୀହ ଗରିବ ବରିଷ୍ଠ ଭିନ୍ନକ୍ଷମ ବୁଦ୍ଧ ବୃଦ୍ଧା ମାନଙ୍କୁ ଶୀତ ବସ୍ତ୍ର ବିସ୍କୁଟ ବାଣ୍ଟି ଥିବାରୁ ପଞ୍ଚାୟତରେ ଯୁବ ବିଜେଡି ନେତା ସୁବ୍ରତ ଛାଟୋଇ କୁ ଧନ୍ୟବାଦ ଦେବା ସହ ଆଗାମୀ ଦିନରେ ମଙ୍ଗଳ ହେଉ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପାର୍ଥନା କରିଥିଲେ ।ଏହି ଶୀତ ବସ୍ତ୍ର ଓ ବିସ୍କୁଟ ପାଇ ଗରିବ ଭିନ୍ନକ୍ଷମ ବୁଦ୍ଧ ବୃଦ୍ଧା ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

