ଗୋପ :-୧୮/୧୨ (ଏସ.ଏନ.ଏସ.)ପୁରୀ ଜିଲ୍ଲା ଗୋପ ବ୍ଲକ ଜଂଗଲବୋରି ପଞ୍ଚାୟତ ମଧୁବନ ଗ୍ରାମର ଜଣେ ଦିବ୍ୟାଙ୍ଗ ମଟର ଚାଳିତ ଟ୍ରାଇ ସାଇକେଲ ପାଇଁ ବ୍ଲକ ପ୍ରସାସନ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ପତ୍ର ମାଧମରେ ଗତ୧୫/୦୫/୨୦୨୩ ରେ ରାଷ୍ଟ୍ରପତି ଦ୍ରୋପତି ମୁର୍ମୁ ଓ ପପ୍ରଧାନମନ୍ତ୍ରୀ ଙ୍କୁ ନିବେଦନ କରିଥିଲେ । ଭିନ୍ନକ୍ଷମ ବ୍ୟକ୍ତି ଜଣକ ଏକ ପାନ ଦୋକାନ କରି ପରିବାର ଚଲାଉ ଥିବା ବେଳେ ଏବେ ତା ପକ୍ଷେ କଷ୍ଟ ସାଧ୍ୟ ହୋଇପଡୁଛି ।ପ୍ରକାଶ ଯେ ନୟା ହାଟ ଫାଣ୍ଡି ଅନ୍ତର୍ଗତ ମଧୁବନ ଗ୍ରାମର ଦେବରାଜ ସାହୁ ,ତାଙ୍କ ପତ୍ନୀ, ପୁଅ ବୋହୁ କୁ ନେଇ ୭ ଜଣ ପରିବାର କୁ ଅଳ୍ପ ଇନିକମ ରେ ଚଳାଇବାକୁ ଭାରି କଷ୍ଟ ସାଧ୍ୟ ହୋଇଯାଇଛି । ଦେବରାଜ ସାହୁ ପୂର୍ବରୁ ସୁସ୍ଥ ଭାବେ ଜୀଵନ ଜାପାନ କରୁଥିବା ବେଳେ ୨୦୧୪ ଏକ ଷଣ୍ଢ ଆକ୍ରମଣ ରେ ବାମ ଗୋଡ଼ ଜଙ୍ଘ ସପୁର୍ଣ ହରାଇଥିଲେ ।ତାଙ୍କୁ ସରକାର ପକ୍ଷରୁ ୬୦ ℅ ଭିନ୍ନକ୍ଷମ ଥିବା ପ୍ରମାଣପତ୍ର ମିଳିଥିବା ବେଳେ ଦେବରାଜ କୁ ୩୦ ଚାଉଳ ସହିତ ୭୦୦ ଟଙ୍କା ପାଉଛନ୍ତି ।ଯାହା ଫଳରେ ଦେବରାଜ ପକ୍ଷରେ ପରିବାର ଚଳାଇବାକୁ ଭାରି କଷ୍ଟ ହେଉଛି ।ସେ ବ୍ଯଜରରେ ଏକ ବେବସାୟ କରିବା ପାଇଁ ଏକ ଚାଳିତ ଟ୍ରାଇ ସାଇକେଲ ପାଇଁ ,ଗୋପ ବିଡ଼ିଓ ଗୋପ ସାମାଜିକ ସୁରକ୍ଷା ଅଧିକାରୀ ଓ ରାଜ୍ୟ ସରକାରଙ୍କୁ ପତ୍ର ମାଧ୍ୟମରେ ଜଣାଇବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟ କୁ ଜଗତସିଂହପୁର ପୂର୍ବତନ ସାଂସଦ କୁଳମଣି ସାମଲ କୁ ଜଣାଇଥିଲେ । ପରେ ସଂସଦ କାର୍ଯନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।ତାହା ଫାଇଲି ତଳେ ପଡି ରହିଛି । ଉକ୍ତ ଭିନ୍ନକ୍ଷମ ବ୍ୟକ୍ତି ଭାରତ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ନିଜର ଦୁଃଖ ଜଣାଇବା ସହ ଟ୍ରାଇ ସାଇକେଲ ପାଇଁ ନିବେଦନ କରିଥିଲେ ।ପୂର୍ବତନ ରାଷ୍ଟ୍ରପତି ପକ୍ଷରୁ ନିର୍ଦ୍ଦେଶ ଆସିବା ପରେ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଭିନ୍ନକ୍ଷମ ବିଭାଗ କୁ ଜଣାଇଥିଲେ ।ଦୀର୍ଘଦିନ ଧରି ବିତି ଯାଇଥିଲେ ମଧ୍ୟ ତାକୁ ଟ୍ରାଇ ସାଇକେଲ ଖଣ୍ଡେ ମିଳି ନ ଥିଲା ।ବ୍ଲକ ଠାରୁ ଜିଲ୍ଲା ପ୍ରଶାସନ ପାଖକୁ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଏବେ ୧୫/୦୫/୨୦୨୩ ରେ ବର୍ତ୍ତମାନର ରାଷ୍ଟ୍ରପତି ଦ୍ରୋପତି ମୁର୍ମୁ କୁ ଡାକେ ଯୋଗେ ନିବେଦନ କରିଛନ୍ତି ।

