ଭଦ୍ରକ :-୨୩/୧୨: ଭଦ୍ରକ ଜିଲ୍ଲାର ଚରମ୍ପା ସହରର ଡାଗରାସାହି ଠାରେ ଗତ କାଲି ଆଇ.ର.ଏସ. ଚନ୍ଦ୍ରକାନ୍ତ ଦଳେଇଙ୍କ ସଭାପତିତ୍ୱରେ ଚିରାଗ ହସ୍ପିଟାଲର ୧୧ତମ ବାର୍ଷିକ ଉତ୍ସବ ତଥା ଏହାର ପ୍ରତିଷ୍ଠାତା ଡ଼.ମହେଶ୍ୱର ଦାସ ଏମ.ଡି. (ମେଡ଼ିସିନ)ଙ୍କ ୫୫ତମ ଜନ୍ମ ଉତ୍ସବ ବହୁତ ଧୁମଧାମରେ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଡ଼. ହରିହର ମହାପାତ୍ର, ସମ୍ମାନୀୟ ଅତିଥି ଡ଼. ଏସ. ପତି, ମୁଖ୍ୟ ବକ୍ତା ଡ଼. ଦ୍ରୁପଦ ଓ ଗଣମାନ୍ୟ ବ୍ୟକ୍ତିମାନେ ଯୋଗଦେଇଥିଲେ । ଶ୍ରୀଯୁକ୍ତ ବିକ୍ରମ ବରାଳ ମଞ୍ଚ ପରିଚାଳନା କରିଥିଲେ । Love all and Serve all ଏହି ଉତ୍ସବର ମୁଖ୍ୟ ସ୍ଲୋଗାନ ଥିଲା । ସମସ୍ତ ବକ୍ତାମାନେ ଏହି ହସ୍ପିଟାଲର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ ଓ ଏହା ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କର ସହାୟକ ହେବ ବୋଲି ମତ ରଖିଥିଲେ । ଏହା ଦ୍ୱାରା ଜନସାଧାରଣଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । ସଭା ଶେଷରେ Miss Tikshna Das ଦ୍ୱାରା ଓଡିଶୀ ପରିବେଷଣ କରାଯାଇଥିଲା ।



