.
Monday, December 23, 2024
Homeଜିଲ୍ଲା ସମ୍ବାଦବ୍ଲକଚାରିଛକ ଠାରେ ଏସ ବି ଆଇ ର ନୂତନ ଗ୍ରାହକ ସେବା କେନ୍ଦ୍ର ଉଦଘାଟନ

ଚାରିଛକ ଠାରେ ଏସ ବି ଆଇ ର ନୂତନ ଗ୍ରାହକ ସେବା କେନ୍ଦ୍ର ଉଦଘାଟନ

ଚାରିଛକ :- ୦୬/୦୧ ( ଏସ.ଏନ.ଏସ.) କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ରେ ସାରା ଦେଶରେ ଗ୍ରାମାଞ୍ଚଳ ସାଧାରଣ ଲୋକ ମାନଙ୍କ ସୁବିଧା ଯୋଗାଇ ଦେବା ପାଇଁ ପ୍ରତି ସହର ଓ ପଞ୍ଚାୟତରେ ବିଭିନ୍ନ ସ୍ଥାନରେ ଏସ ବି ଆଇ ପକ୍ଷରୁ ଗ୍ରାହକ ସେବା କେନ୍ଦ୍ର ( ମିନି ବ୍ୟାଙ୍କ ) ଖୋଲାଯାଉଥିବା ବେଳେ ଆଜି ଶନିବାର ଦିନ ପୁରୀ ଜିଲ୍ଲା ଚାରିଛକ ଠାରେ ଏକ ଏସ ବି ଆଇ ଗ୍ରାହକ ସେବା କେନ୍ଦ୍ର ( ମିନି ବ୍ୟାଙ୍କ ) କୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ତୁଳସୀପୁର ଶାଖାର ଭାରପ୍ରାପ୍ତ ଅଧିକାରୀ ଗୋପବନ୍ଧୁ ନନ୍ଦି ଫିତା କାଟି ଶୁଭ ଉଦଘାଟନ କରିଥିଲେ । ବିଭିନ୍ନ ସମୟରେ ତୁଳସୀପୁର ଶାଖାରେ ଗହଳି ହେବା ଫଳରେ ଗ୍ରାହକ ମାନଙ୍କ ସୁବିଧା ପାଇଁ ଏହି ଗ୍ରାହକ ସେବା କେନ୍ଦ୍ର ଖୋଲାଯାଇଛି । ଏହି ସେବା କେନ୍ଦ୍ର ରେ ଚାରିଛକ ଅଞ୍ଚଳରେ ଥିବା ଗ୍ରାମାଞ୍ଚଳ ସାଧାରଣ ଲୋକ ବିଭିନ୍ନ ସୁବିଧା ପାଇଁ ଯଥା ନଗଦ ଟଙ୍କା ଜମା ଓ ଉଠାଣ ,ସାମାଜିକ ସୁରୁକ୍ଷା ଯୋଜନା , ଭତା ଟଙ୍କା ଉଠାଣ ,ଅଟଳ ପେନସନ ଯୋଜନା (,ଏ ଇ ପି ଏସ ) ଆଧାର କାର୍ଡ ମାଧମରେ ବିଭିନ୍ନ ପ୍ରକାର ବ୍ୟାଙ୍କ ର ଟଙ୍କା ଉଠାଣ ପ୍ରଭୁତି ସୁବିଧା ମିଳିବ ବୋଲି ଶାଖା ପରିଚାଳକ ସୂଚନା ଦେଇଥିଲେ । ଏହି ଉଦଘାଟନ ସମୟରେ ପୂର୍ବତନ୨୧ ନଂ ଜିଲାପରିସଦ ସଭ୍ୟ ପୁର୍ଣଚନ୍ଦ୍ର ଓଝା ,ବାହାରଣା ପଞ୍ଚାୟତ ପୂର୍ବତନ ସରପଞ୍ଚ କୃଷ୍ଣଚନ୍ଦ୍ର ସ୍ୱାଇଁ ,ଦେବନ୍ଦ୍ର ଦାଶ ,ତୁଷାରରଞ୍ଜନ ରାଉତ ,ଅବକାଶ ଜେନା ,ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଗୋପୀନାଥ କର , ବ୍ୟାଙ୍କ କର୍ମଚାରୀ ରୋଜାଳିନୀ ସାହୁ ବର୍ତ୍ତମାନ କ୍ୟାସ ଅଫିସର ,ରଞ୍ଜିତ କୁମାର ବେହେରା ,ପୂର୍ବତନ କ୍ୟାସ ଅଫିସର ଚକ୍ରଧର ସ , ଇତିଶ୍ରୀ ବେହେରା ,ଚନ୍ଦନ ପ୍ରସାଦ ରାମ , ଉକ୍ତ ସେବା କେନ୍ଦ୍ର ର ଅପରେଟର ଇଭାଲିନୀ ପରିଡା ସହିତ ସମସ୍ତ ବ୍ୟାଙ୍କ କର୍ମଚାରୀ ଉପସ୍ଥିତ ଥିଲେ । ଉଦଘାଟନ ଦିନରେ ତୁଳସୀପୁର ଓ ବାହାରଣା ପଞ୍ଚାୟତ ର ଏସ ଏଚେ ଜୀ ମହିଳା ଗ୍ରୁପର ମହିଳା ମାନେ ଟଙ୍କା ଜମା କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments

Sarat biswal on