ଚାରିଛକ :- ୧୫/୧୦ ( ଏସ.ଏନ.ଏସ.) କେନ୍ଦ୍ର ସରକାରଙ୍କ ପକ୍ଷରୁ ସାରା ଦେଶରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ସାଧାରଣ ଜନତାଙ୍କ ସୁବିଧା ପାଇଁ ଶୌଚାଳୟ ନିର୍ମାଣ କରାଯାଇଥିବା ବେଳେ ଏହି ଶୌଚାଳୟ ନିର୍ମାଣ ଶେଷ ହୋଇଥିବା ମଧ୍ୟ ଶୌଚାଳୟରେ ତାଲା ଝୁଲୁ ଥିବାର ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଚାରିଛକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ । ଏହି ଶୌଚାଳୟ ଗତ ବର୍ଷ ଜାନୁଆରୀ ୯ ତାରିଖ ୨୦୨୨ ରେ ଉଦଘାଟନ ହୋଇଥିଲା ।କିନ୍ତୁ ଏହି ଶୌଚାଳୟ କେବଳ ଉଦଘାଟନ ହୋଇ ଫିତା କଟା ହେବା ପର ଦିନ ଠାରୁ ଏପର୍ଯ୍ୟନ୍ତ ହେଲା ତାଲା ପଡି ରହିଛି ।ସେହି ଶୌଚାଳୟ ମଧ୍ୟରେ ବିଭିନ୍ନ ପ୍ରକାର ପତ୍ର , ନଟା ମାଡିଯିବା ସହ ସେଠାରେ ଲାଗିଥିବା ଗ୍ରୀଲ ,କବାଟ ,ଝରକାରେ କଳଙ୍କି ଲାଗି ଯିବା ସହ ଉଈ ଧରିବାର ଦେଖିବାକୁ ମିଳିଥିଲା ।ଚାରିଛକ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ପୁରୀ କଟକ ଓ ଖୋର୍ଦ୍ଧା ଜିଲ୍ଲାର ଜନ ସାଧାରଣ ବିଭିନ୍ନ ସମୟରେ ରୋଗୀ ଆଣି ଚିକିତ୍ସା ହେବା ପାଇଁ ଆସିଥାନ୍ତି ।କିନ୍ତୁ ରୋଗୀର ସହଯୋଗୀ ମାନେ ଶୌଚ କରିବା ପାଇଁ ବିପଦପୂର୍ଣ୍ଣ ସ୍ଥାନକୁ ଯାଇ ଶୌଚ କରିବା ପାଇଁ ବାଧ୍ୟ ହେଉଛନ୍ତି । ଯଦି ଆଗାମୀ ଦିନରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ନିର୍ମାଣ ହୋଇଥିବା ସୁଲଭ ଶୌଚାଳୟ କାମରେ ନ ଆସେ କିଂମ୍ବା ବେବହାର ନ ହୁଏ ତାହାଲେ ନଷ୍ଟ ହୋଇଯିବାର ବହୁ ସଂମ୍ଭାବନା ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି । ଏ ଦିଗରେ ପୁରୀ ଜିଲାପାଳ ,୫ ଟି ସଚିବ ,ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦେବାକୁ ଅଞ୍ଚଳର ବୁଦ୍ଧିଜୀବୀ ଦାବି କରିଛନ୍ତି ।

