ଭୁବନେଶ୍ୱର :-୦୯/୦୨/୨୪/ଶୁକ୍ରବାର (ଏସ.ଏନ.ଏସ.)
୧୯ବର୍ଷରୁ କମ ବିଶ୍ୱକପ, ରବିବାରରେ ଅଷ୍ଟ୍ରେଲିଆ ବିରୋଧରେ ଭାରତ ଖେଳିବ ଫାଇନାଲ ମ୍ୟାଚ।
*କାମଚଳା ବଜେଟ୍ର ମୋଟ୍ ଆକାର ୧ ଲକ୍ଷ ୧୮ ହଜାର କୋଟି, କୃଷି , ଶିକ୍ଷା, ସ୍ବାସ୍ଥ୍ୟକୁ ଗୁରୁତ୍ୱ,ଜାତୀୟ ହାରଠୁ ଓଡ଼ିଶାର ଅଭିବୃଦ୍ଧି ହାର ଅଧିକ।
*ଭୁବନେଶ୍ୱର: ଡିସେମ୍ବର ଶେଷ ସୁଦ୍ଧା ଋଣ ପରିମାଣ ୯୨,୭୫୪ କୋଟି ହୋଇଛି ।୨୨,୨୦୮ ଟଙ୍କା ଛୁଇଁବ ମୁଣ୍ଡ ପିଛା ଋଣ।
*ଅର୍ପଣ ରଥ ବୁଲିବା ବେଳେ ୩୦ଟି ଜିଲ୍ଲାରୁ ଦକ୍ଷିଣା ଦେଇଛନ୍ତି ଶ୍ରଦ୍ଧାଳୁ, ମିଳିଛି ୩ କୋଟି ୬ ଲକ୍ଷ ୬୨ ହଜାର ଦକ୍ଷିଣା,୫ ହଜାର କ୍ଵିଣ୍ଟାଲ ଚାଉଳ।
*୨୨ ବର୍ଷ ପରେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରରୁ ହଟିଲା ଅଂକୁଶ । ଗୋବିନ୍ଦ ଭୁୟାଁ, ଅର୍ଚ୍ଚନା ନାୟକ ଓ ସଦାଶିବ ଦାସ ପାଇବେ ପୁରସ୍କାର।
*ବଅଁରପାଳ: ଲାଞ୍ଚ ମାଗି ବିଦା ହେଲେ ବଅଁରପାଳ ଥାନା ଅଧିକାରୀ।
*ଅନୁଗୁଳ: ମୁହାଁମୁହିଁ ପିଟି ହେଲା ୨ କାର୍, ଦୁର୍ଘଟଣାରେ ମା’ ଝିଅ ମୃତ।
*ଖୁବ ଶୀଘ୍ର ଉଦ୍ଘାଟନ ହେବ ପୁରୀ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ।
*ଆସନ୍ତା ୧୫ରେ ଓଡିଶା ଆସୁଛନ୍ତି କେନ୍ଦ୍ରୀୟ ନିର୍ବାଚନ କମିଶନ, ନିର୍ବାଚନ ପ୍ରସ୍ତୁତିର କରିବେ ସମୀକ୍ଷା।
*ପୁରୀ : ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲାଞ୍ଚ ନେଉଥିଲେ ଆକାଉଣ୍ଟାଣ୍ଟ, ମାଡି ବସିଲା ଭିଜିଲାନ୍ସ।
*କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା,୧୧ରୁ ବଢ଼ିବ ବର୍ଷା ପରିମାଣ।
*ପ୍ରକାଶ ପାଇଲା ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି, ଓଡ଼ିଶାର ୩ଟି ଆସନ ପାଇଁ ହେବ ନିର୍ବାଚନ।
*5T ଅଧକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ବଡ଼ ବୟାନ: ଉତ୍ତରାଧିକାରୀ ବାଛିବେ ରାଜ୍ୟବାସୀ।
*ତିରୁପତିଙ୍କ ଦର୍ଶନ କରିବେ ବରିଷ୍ଠ ନାଗରିକ, ତୀର୍ଥଯାତ୍ରା ଟ୍ରେନ୍ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ।
*କୁବେର କଂଗ୍ରେସ ସାଂସଦ ଧୀରଜ ସାହୁଙ୍କୁ ଇଡିର ସମନ । ଶନିବାର ହାଜର ହୋଇ ପକ୍ଷ ରଖିବାକୁ ନିର୍ଦ୍ଦେଶ।
*ରେଳ ମନ୍ତ୍ରଣାଳୟର ୬ଟି ପ୍ରକଳ୍ପକୁ କ୍ୟାବିନେଟ୍ କମିଟିର ଅନୁମୋଦନ।
*ରାଜ୍ୟର ୧୫ଟି ସମେତ ଦେଶର ୨୦ଟି ସ୍ଥାନରେ ଇଡିର ଚଢାଉ । ଗୋଲଡେନ୍ ଲ୍ୟାଣ୍ଡ ଚିଟଫଣ୍ଡ ଠକେଇ ଘଟଣାରେ ଭୁବନେଶ୍ୱର ଓ ବ୍ରହ୍ମପୁରରେ ବାଙ୍ଗାଲୁରୁ ଟିମର ରେଡ।
*ଦେଶର ଅର୍ଥନୀତି ଉପରେ ସଂସଦରେ ଶ୍ୱେତପତ୍ର ଉପସ୍ଥାପିତ।
*ପ୍ରଥମ ବିଦେଶୀ ନେତା ଭାବେ ରାମମନ୍ଦିର ପରିଦର୍ଶନ କଲେ ଫିଜି ଉପପ୍ରଧାନମନ୍ତ୍ରୀ।
*ସୁନ୍ଦରଗଡ ଜିଲ୍ଲା ଟେନସା ଫାଣ୍ଡି ପରିବହନ ସଂସ୍ଥା କାର୍ଯ୍ୟାଳୟ ନିକଟରୁ ବନ୍ଧୁକ ମୁନରେ ୧୦ ଲକ୍ଷ ଟଙ୍କା ଲୁଟ୍, ସିସିଟିଭିରେ କଏଦ ହେଲା ଦୃଶ୍ୟ।
*୩୩୬ଟି ଆସନ ପାଇଁ ବାଲଟ ପେପରରେ ଭୋଟ୍ ଦେଲା ଇସଲାମାବାଦ । ବେଲୁଚିସ୍ତାନରେ ପୋଲିସ ଭ୍ୟାନ ଉପରେ ଆତଙ୍କୀ ଆକ୍ରମଣ।