.
Monday, December 23, 2024
Homeଜିଲ୍ଲା ସମ୍ବାଦବ୍ଲକଇନ୍ଦିରାଗାନ୍ଧୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓ ନୂତନ ଓଡିଶା କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ...

ଇନ୍ଦିରାଗାନ୍ଧୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓ ନୂତନ ଓଡିଶା କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ଅନୁଷ୍ଠିତ

ନିମାପଡା:୧୯/୧୨ (ଏସ.ଏନ.ଏସ.) ଅଦ୍ୟ ତା୧୯/୧୨/୨ο୨୩ ରିଖରେ ଇନ୍ଦିରାଗାନ୍ଧୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସରକାରଙ୍କର ନୂଆ ଓ ତଥା ନୂତନ ଉନ୍ନତ ଅଭିଲାଷା ଓଡିଶା କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ହୋଇଥିଲା ।ଏହି ଉତ୍ସବଟି ଗତ ନଭେମ୍ବର ୨୩ ତାରିଖରୁ ଉଦଘାଟନ ହୋଇ କ୍ରୀଡା, ସାଂସ୍କୃତିକ ଓ ସାମାଜିକ ସମ୍ପର୍କ ବିକାଶ ବିଭାଗରେ ସମୁଦାୟ ୩୭ ଟି ଇଭେଣ୍ଟରେ ପ୍ରାୟ ସମସ୍ତ ଛାତ୍ରୀ ଅଂଶ ଗ୍ରହଣ କରି ନିଜର ଅନ୍ତର୍ନିହିତ ପ୍ରତିଭାର ଉତ୍କର୍ଷତା ପ୍ରତିପାଦନ କରିଥିଲେ । ଏହି ଉଦଯାପନୀ ଉତ୍ସବରେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନୁଷ୍ଠାନର ଅଧକ୍ଷା ଶ୍ରୀମତୀ ସୁଷମା ସୁନ୍ଦରୀ ରାୟଙ୍କ ସଭାପତିତ୍ୱରେ ମୁଖ୍ୟବକ୍ତା ଶ୍ରୀଯୁକ୍ତ ଅନଂତରାମ ପଣ୍ଡା, ସମ୍ମାନିତ ଅତିଥି ଶ୍ରୀଯୁକ୍ତ ଗୋପୀନାଥ କର ଓ ଶ୍ରୀଯୁକ୍ତ ପ୍ରଣବ କୁମାର ସ୍ୱାଇଁ ତାଙ୍କ ଅଭିଭାଷଣ ରଖିଥିଲେ । ମଂଚ ପରିଚାଳନା କରିଥିଲେ ଇଂରାଜୀ ଅଧ୍ୟାପକ ଶ୍ରୀଯୁକ୍ତ ସତ୍ୟଜିତ ସାହୁ ଓ ଶ୍ରୀଯୁକ୍ତ ଶ୍ରୀମନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । କ୍ରୀଡା ବିଭାଗର ସମସ୍ତ ଇଭେଣ୍ଟଗୁଡିକ ସୁଶ୍ରୀ ସ୍ଵର୍ଣ୍ଣଲତା ସେନାପତି ଓ ସହଯୋଗୀ ଅଧ୍ୟାପକ, ଅଧ୍ୟାପିକାମାନଙ୍କ ସହଯୋଗରେ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକ ଶ୍ରୀମତୀ ଆରତୀ ଦାଶଙ୍କ ନେତୃତ୍ୱରେ ଓ ସାମାଜିକ କାର୍ଯ୍ୟକ୍ରମଗୁଡ଼ିକ ଶ୍ରୀମନ୍ତ ମହାପାତ୍ରଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିଲା । ଏହି ସମସ୍ତ ତିନୋଟି ବିଭାଗର କାର୍ଯ୍ୟନ୍ନୟନ ନୋଡାଲ ଅଫିସର ଶ୍ରୀମତୀ ରଂଜିତା ପ୍ରଧାନଙ୍କ ନେତୃତ୍ୱରେ ସରକାରଙ୍କ SAMS PORTAL ରେ ପ୍ରେରିତ ହୋଇଥିଲା । ଅତିଥିମାନଙ୍କ ଦ୍ୱାରା କୃତକାର୍ଯ୍ୟ ହୋଇଥିବା ଛାତ୍ରୀମାନଙ୍କୁ ସମ୍ମାନୀତ କରାଯାଇଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments

Sarat biswal on