ଭୁବନେଶ୍ଵର: ୨୦/୦୧: (ଏସ.ଏନ.ଏସ.) ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ ହରିଦ୍ଵାରରୁ ଆସିଥିବା ” ଶକ୍ତି କଳସ ” ସ୍ଵାଗତ ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି | ଓଡ଼ିଶାର ରାଜଧାନୀ ଭୁବନେଶ୍ଵରରେ କଳିଙ୍ଗ ଷ୍ଟାଡିୟମ୍ ପାଖ ନ୍ୟୁ ଏ ଜି କୋଲୋନୀ ପଡ଼ିଆ ରେ ତା ୮ , ୯ , ୧୦ , ୧୧ ଫେବୃଆରୀ ୨୦୨୪ ରେ ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ୍ ହରିଦ୍ଵାର ତତ୍ତ୍ୱାବଧାନରେ ଅନୁଷ୍ଠିତ ହେବାକୁ ଯାଉ ଥିବାରୁ , ତାହାର ପୂର୍ବ ପ୍ରସ୍ତୁତି ବୈଠକ ଗାୟତ୍ରୀ ଶକ୍ତି ପୀଠ ୟୁନିଟ୍ ୯ ରେ ଅନୁଷ୍ଠିତ ହୋଇଯାଇଛି।

