.
Tuesday, December 24, 2024
Homeରାଜ୍ୟsambhava news ||opposition leader ଏଥର ବିଧାନସଭା ହେବ ହଲଚଲ ,ବିରୋଧୀ ଦଳ ନେତାକୁ...

sambhava news ||opposition leader ଏଥର ବିଧାନସଭା ହେବ ହଲଚଲ ,ବିରୋଧୀ ଦଳ ନେତାକୁ ନେଇ ଆସିଲା ବଡ ଖବର

ଭୁବନେଶ୍ୱର :8.30 p.m 13/06/2024 (ଏସ.ଏନ.ଏସ.) ରାଜ୍ୟରେ ନୂତନ ମନ୍ତ୍ରୀମଣ୍ଡଳ ଗଢା ସରିଛି । ପ୍ରଥମ ଥର ପାଇଁ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀଙ୍କୁ ଉପସ୍ଥାପିତ କରିଛି । ନବୀନ ପଟ୍ଟନାୟକ ଲଗାତାର 24 ବର୍ଷ ଧରି ଏହି ପଦରେ ଆସୀନ ଥିଲେ । ଏବେ ସେ ଓ ତାଙ୍କ ଟିମ ବିରୋଧୀ ଦଳରେ ବସିବେ । ଯାହାଫଳରେ ଗୃହରେ ରାଜନୀତିକ ତଥା ସାମାଜିକ ପାଣିପାଗ ପରିବର୍ତ୍ତନର ଆଭାସ ମିଳୁଛି ।

2024ରେ ବିଜେଡ଼ର ଏକ ନାଟକୀୟ ଢଙ୍ଗରେ ପରାଜୟ ପରେ ବିଜେପି କ୍ଷମତାକୁ ଫେରିଛି । ବିଜେଡ଼ିର ଶୋଚନୀୟ ପରାଜୟ କେବଳ ବିଜେଡି ନେତା କିମ୍ବା କର୍ମୀଙ୍କୁ ନୁହେଁ ସାରା ରାଜ୍ୟକୁ ମଧ୍ୟ ସ୍ତବ୍ଧ କରିଦେଇଛି । ଏଭଳିକି ପାଣ୍ଡିଆନଙ୍କୁ ନବୀନ ମୁଖ୍ୟମନ୍ତ୍ରୀ ନହେଲେ ସେ ରାଜନୀତିରୁ ସନ୍ନ୍ୟାସୀ ନେଇଯିବେ ବୋଲି ସଭାରେ କହିବାକୁ ପଡିଥିଲା । ବୁଧବାର ଠାରୁ ଓଡ଼ିଶାରେ ବିଜେପି ତାର କାର୍ଯ୍ୟ ଆରମ୍ଭ କରିଛି ।

ବିରୋଧୀ ଦଳରେ ବିଜେଡି ବସିଥିବାରୁ ଏଥର କାହାକୁ ବିରୋଧୀ ଦଳ ନେତା ବାଛିବ ସେନେଇ ସବୁଠି ଚର୍ଚ୍ଚା ଚାଲିଛି । ଆଗକୁ ମୌସୁମୀ ଅଧିବେଶନ ଆସୁଥିବାରୁ ଚଳିତ ବିଧାନସଭା ଅଧିବେଶନ ରୋଚକ ହେବ ବୋଲି କୁହାଯାଉଛି । କାରଣ ଏଠାରେ ବିରୋଧୀ ଦଳ ମଜଭୁତ ସ୍ଥିତିରେ ଅଛି । ଓଡ଼ିଶାରେ କ୍ଷମତାସୀନ ବିଜେପି ଦଳକୁ 78 ଆସନ ମିଳିଥିବା ବେଳେ ବିଜେଡିକୁ 51 , କଂଗ୍ରେସକୁ 14ଟି ଓ 4ଟି ସ୍ୱାଧୀନ ସଭ୍ୟମାନେ ପାଇଛନ୍ତି । ବିଜେପି ଦଳ 78 ଟି ସିଟ ସଂଖ୍ୟାଗରିଷ୍ଠତା ହାସଲ କରିଥିଲେ ମଧ୍ୟ ବିରୋଧୀମାନେ ସଂଗଠିତ ଭାବରେ ନଜରକୁ ଆସିବେ । ପ୍ରଶ୍ନକାଳ ବେଳେ ବିରୋଧୀମାନେ ସଶକ୍ତ ନଜର ଆସିବେ । ତେବେ କିଏ ହେବ ବିରୋଧୀଦଳ ନେତା ଏବେ ବି ସସ୍ପେନ୍ସ ଲାଗି ରହିଛି ।

ନେଇ ନବୀନ ନିବାସରେ କିଛି ବରିଷ୍ଠ ନେତାଙ୍କୁ ନେଇ ଘନ ଘନ ବୈଠକ ଚାଲିଛି । ବରିଷ୍ଠ ନେତା ଓ ବିଧାୟକମାନେ ନବୀନଙ୍କୁ ବିରୋଧୀଦଳ ନେତା କରିବାକୁ ପରାମର୍ଶ ଦେଇଛନ୍ତି । ତେବେ ବିଜେଡି ସୁପ୍ରିମୋ ବିଧାୟକମାନଙ୍କ ଶପଥ ଗ୍ରହଣ କଲା ପରେ ନିଷ୍ପତ୍ତି ନେବେ । ଏମିତିକି ଦୁଇ ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟରୁ କିଏ ଜଣେ ବିରୋଧୀ ଦଳ ନେତା ହେବା ଚର୍ଚ୍ଚା ଚାଲିଛି ।

ଗୃହରେ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ତଥା ଗୃହର ନେତା ଭାବରେ ଗତ 5 ବର୍ଷ ଭିତରେ ଖୁବ କମ ସମୟ ଉପସ୍ଥିତ ରହିବା ଦେଖିବାକୁ ମିଳିଥିଲା । ଏମିତିକି ଗୃହର ପ୍ରଶ୍ନ କାଳରେ ସେ ବିରୋଧୀମାନଙ୍କ ପ୍ରଶ୍ନକୁ ଶୁଣି ମଧ୍ୟ ତାର ଉତ୍ତର ଦେଉ ନଥିବାରୁ ଅନେକ ସମୟରେ ଅଭିଯୋଗ ହୋଇଛି । ସେ ମଧ୍ୟ ବହୁବାର ଗୃହରେ ଉପସ୍ଥିତ ରହୁନଥିଲେ । ଏଭଳି ପରିସ୍ଥିତିରେ ସେ କିପରି ବିରୋଧୀଦଳ ନେତା ଭାବେ କାର୍ଯ୍ୟ ତୁଲାଇବେ ।

ଏମିତି ବି ଚର୍ଚ୍ଚା ହେଉଛି ନବୀନ ବିରୋଧୀ ଦଳ ନେତାଭାବେ ଅନ୍ୟ ନେତାଙ୍କୁ ମଧ୍ୟ ବାଛି ପାରନ୍ତି । ବରିଷ୍ଠ ନେତାମାନଙ୍କ ମଧ୍ୟରୁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ,ଅରୁଣ ସାହୁ , ପ୍ରସନ୍ନ ଆଚାର୍ଯ୍ୟ ଓ ପ୍ରତାପ ଦେବଙ୍କ ପରି ପ୍ରମୁଖ ନେତାଙ୍କୁ ବିରୋଧୀ ଦଳ ନେତା ଭାବେ ଦାୟିତ୍ୱ ଦେଇପାରନ୍ତି ।

ହିସବୁ ନେତାଙ୍କର ବହୁ ବର୍ଷରୁ ରାଜନୀତିରେ ଅଭିଜ୍ଞତା ଥିବାରୁ ତାଙ୍କୁ ଏହି ଦାୟିତ୍ୱ ମିଳିପାରେ ବୋଲି କୁହାଯାଉଛି । ବିରୋଧୀଦଳ ନେତାଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବେ ରାଜ୍ୟ ସରକାର ସମସ୍ତ ସୁବିଧା ଦେଇଥାଏ । ତେଣୁ ଏହି ପଦବୀ ପାଇଁ ଦଳର ବରିଷ୍ଠ ନେତାଙ୍କ ଭିତରେ ଆଗ୍ରହ ରହିବ । କିନ୍ତୁ ଏସବୁ ନିର୍ଭର କରୁଛି ନବୀନଙ୍କ ଉପରେ । ସେ ନିଜେ ଏହି ପଦକୁ ରଖୁଛନ୍ତି କି ଅନ୍ୟ କାହାକୁ ଦେଉଛନ୍ତି , ଦେଖିବାର ବାକି ଅଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments

Sarat biswal on