ଚାରିଛକ:-୦૪/୦୧(ଏସ.ଏନ.ଏସ.) ପୁରୀ ଜିଲ୍ଲା ଚାରିଛକ ଥାନା ଅନ୍ତର୍ଗତ ବାହାରଣା ନୀଳମଣି ସ୍ମୃତି ବିଦ୍ୟାପୀଠର ପ୍ରଥମ ଛାତ୍ରଛାତ୍ରୀ ୧୯୮୧ ମସିହା ଦଶମ ବ୍ୟାଚର ଛାତ୍ର ଦିଲିପ କୁମାର ବାରିକି ଓ ରମେଶ କୁମାର ପ୍ରଧାନଙ୍କ ନେତୃତ୍ୱରେ ଦୀର୍ଘ ୪୦ ବର୍ଷ ପରେ ଏକ ମହା ବନ୍ଧୁ ମିଳନ ବାହାରଣା ସ୍ଥିତ ଗିରି ବଗିଚାରେ ଅନୁଷ୍ଠିତ ହୋଇଯାଇଛି । ଦିର୍ଘ ୪୦ ବର୍ଷ ପରେ ପ୍ରଥମ କରି ବନ୍ଧୁ ମିଳନ କାର୍ଯ୍ୟକ୍ରମ କରିଥିବାରୁ ୧୯୮୧ ମସିହା ଦଶମ ବ୍ୟାଚଙ୍କ ସମସ୍ତ ବନ୍ଧୁଙ୍କ ଭିତରେ ଖୁସିର ଲହରୀ ଖେଳିଯାଇଥିଲା ।ଏହି ବନ୍ଧୁ ମିଳନରେ ପୁରୁଣା ସ୍ମୃତି କୁ ମନେ ପକାଇ ନିଜ ନିଜ ଭିତରେ ଭାବର ଆଦାନ ପ୍ରଦାନ କରିଥିଲେ ।ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ୧୯୮୧ ମସିହା ଦଶମ ବ୍ୟାଚର ଦିଲିପ କୁମାର ମହାନ୍ତି ,ବେଣୁଧର ମହାପାତ୍ର ,ଗଙ୍ଗାଧର ରଥ ,ଆଦିକନ୍ଦ ମିଶ୍ର ,ଅଭୟ କୁମାର ମଲ୍ଲ ,ପବିତ୍ର ମୋହନ ମହାନ୍ତି ,ଅକ୍ଷୟ କୁମାର ସ୍ୱାଇଁ ,ମନ୍ଦର ପ୍ରଧାନ ,ଉମେଶ ରାଉତ ,ବାସନ୍ତି ସ୍ୱାଇଁ ,ରିତାରଣୀ ପଟନାୟକ କେଦାରଶ୍ୱର ପ୍ରଧାନ ,ବ୍ରଜ କିଶୋର ସାହୁ ,ପରେସ ଭୋଳ ,ସନାତନ ପଟନାୟକ , ଶିବ ଚରଣ ବାରିକ ,ପ୍ରଶାନ୍ତ ଆଚାର୍ଯ୍ୟ ,ସଂଯୁକ୍ତା ରଥ ,ଅଂମ୍ବିକା ବାରିକ ଓ ପ୍ରକାଶ ପଟନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସାହାଯ୍ୟ ସହଯୋଗ କରିଥିଲେ ।


Congratulations