.
Tuesday, December 24, 2024
Homeଜିଲ୍ଲା ସମ୍ବାଦଏବେ ମଦ ମାୟାରେ ଏ ଜଗତ (ଶ୍ରୀମତୀ ଛବିରାଣୀ ପତି, ମଧ୍ୟଶାସନ , ବିରିଡ଼ି, ଜଗତସିଂହପୁର...

ଏବେ ମଦ ମାୟାରେ ଏ ଜଗତ (ଶ୍ରୀମତୀ ଛବିରାଣୀ ପତି, ମଧ୍ୟଶାସନ , ବିରିଡ଼ି, ଜଗତସିଂହପୁର ଦ୍ୱାରା ଲିଖିତ )

ଜଗତସିଂହପୁର:- ୦૪/୦୧(ଏସ.ଏନ.ଏସ.)ଏଣିକି ଘରେ ଘରେ ସରକାର ବସାଇବେ ମଦର ପାଇପ୍ ଲାଇନ୍ । ତା’ପୁଣି ଆଶାୟୀ ମଦ୍ୟପ ବେଉଡା ମାନେ ମାତ୍ର ୧୧,୦୦୦ ଟଙ୍କା ବ୍ୟୟରେ ଭାଇରାଲ ଡିମାଣ୍ଟେ ଡ୍ରାଫ୍ଟ ସହ ଏହି ଫର୍ମକୁ ପୁରଣକରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଜମା କରିବେ । ସୋସିଆଲ ମିଡିଆରେ ଖୁବ୍ ଯୋରସୋର୍ ରେ ଭାଇରାଲ୍ ହେଉଛି ଏହି ହାସ୍ୟାସ୍ପଦ ଖବରଟି । ଯାହା ଉପରେ ଏବେ ନଜର ରଖିଛି ଆମ ମାତାଲ୍ ଆସୋସିଏସନ୍ ମାନ କିବା ରାଜସ୍ବ ଆୟକର ବିଭାଗ । ଶୁଣିଲେ କଥାଟା ଯେତିକି ମଜାଦାର ଲାଗୁଛି ତା’ଠାରୁ ଅଧିକ ଗୁରୁଗମ୍ଭୀର ଓ ସମ୍ବେଦନଶୀଳ ମଧ୍ୟ । ସର୍ଭେ କହେ — ପ୍ରତିବର୍ଷ ପ୍ରାୟ ୧୦ଲକ୍ଷ ଭାରତୀୟ ମଦଜନିତ ମାମଲାରେ ମୃତ୍ୟୁବରଣ କରୁଛନ୍ତି । ଏହା କେବଳ ସରକାରୀ ଆକଳନ , ପ୍ରକୃତ ତଥ୍ୟ ଆପଣ କିମ୍ବା ଆମେ ନଜାଣିବା ଭଲ । ଯାହା ପ୍ରାୟତଃ ସଡ଼କ ଦୁର୍ଘଟଣା , ଘରୋଇ ହିଂସା ଅବା ନୈରାଶ୍ୟ ଜନିତ ଆତ୍ମହତ୍ୟା ଅବା ଆମ ଶରୀରର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଦୁର୍ବଳ ଲିଭର୍ ( ଶୋରିଆସିସ୍ ) ପାଇଁ ହୁଏ । ଆଭିଜାତ୍ୟର ଆତ୍ମବଡିମାରେ ଅନ୍ଧ ହୋଇ କିଏ ମଉଜ ମଜିଲିସରେ ପିଏ ତ କିଏ ଦୁଃଖ ଓ ଶ୍ରମ ଲାଘବ ପାଇଁ ପିଏ କଥା ସେତିକିରେ ଅଟକେ ନାହିଁ ଜୁଆ ଏବଂ ବାଜିମରା ଯାଏ ବି ଚାଲିଯାଏ, ଯାହା ଆମେ ସମସ୍ତେ ଗଣ ମାଧ୍ୟମରୁ ଜାଣିବାକୁ ପାଉଛେ । ସବୁର ମୂଳରେ ବାହାନା କେବଳ ଏହି ନିଶାର । ଫୁଟପାତ, ଡ୍ରେନ୍, ନାଳନର୍ଦମା ଏମିତିକି ଟ୍ରେନ୍ ଲାଇନ୍ ରେ ଲାୱାରିସ ମାଦଳ ଅବସ୍ଥାରେ ଗଡୁଥିବାର ମଧ୍ୟ ଦେଖାଯାଆନ୍ତି ଏମାନେସବୁ । ଲଙ୍ଗଳା ଫୁଙ୍ଗୁଳା ଏ ପିତୃପ୍ରାଣ ଜିଅନ୍ତାଶବ ମୁହଁରେ କୁକୁର ମୁତିଯାନ୍ତୁ କି ଷଣ୍ଢ ଭୂଷିଯାନ୍ତୁ ସେଥିରେ ଏମାନଙ୍କର କିଛି ଯାଏ ଆସେ ନାହିଁ । ଆମ ସମସ୍ତଙ୍କୁ ଏସବୁ ଘଟଣା କ୍ଷୁବ୍ଧ କରେ ନିଶ୍ଚିନ୍ତ ।

ଏବେ ପୁଣି ଆସିଯାଇଛି ମଦୁଆଙ୍କ ବିଚିତ୍ର ସ୍ଲୋଗାନ – ” ସମସ୍ତଙ୍କୁ ସବୁ ଦେଉଛ ଆମ ବେଳକୁ ମୁହଁ ମୋଡୁଛ ” ? ଆମେ କେମିତି ବଞ୍ଚିବୁ ?? କୁଢେଇ ହେଉଥିବା ଯୋଜନା ଉପରେ ଯୋଜନା ଆଉ ନାନାଦି ପ୍ରକାର ଭତ୍ତାର ବ୍ୟବସ୍ଥା ଥିଲା ବେଳେ ଆମପାଇଁ କାଇଁ କିଛି ନାହିଁ ” ଆମକୁ ବି ମିଳୁ ମଦୁଆଭତ୍ତା ” ଏହି ଦାବି କେବଳ କେନ୍ଦ୍ରାପଡା ଆଳୀ ର ଗୋବିନ୍ଦ ପୁରରେ ସୀମିତ ରହିନି ଖୁବ୍ ଶୀଘ୍ର ନିଆଁ ପରି ଖେଳିଗଲାଣି ପୁର ଠାରୁ ପଲ୍ଲୀ ପର୍ଯ୍ୟନ୍ତ । ଏବେ ଚୋରା ଛାଡ଼ନ୍ତୁ ନାଁ !! ପ୍ରତି ପଞ୍ଚାୟତରେ ବିଦ୍ୟାଳୟ ଆଉ ଦେବାଳୟ ପରି ଗୋଟେ ଗୋଟେ ସରକାରୀ ମଦ କାଉଣ୍ଟର ସତରେ କନ ଆବାଳ ବୃଦ୍ଧ ବନିତାର ଏ ବିଶାଳ ଜନ ସମ୍ପଦ ସରକାରଙ୍କ ରାଜକୋଷ ବୃଦ୍ଧିର ମୁଖ୍ୟ ସହାୟକ ହୋଇନାହିଁ କି ?? ତେଣେ ଉଜୁଡ଼ି ଗଲେ ଯାଉ ପଛେ କାହାର କୁଳ , କୋଳ , ସିନ୍ଦୂର କି ସାହାରା !! ମାଙ୍କଡଚିତ ମାରୁ ପଛେ କାହାର ଭାତହାଣ୍ଡି ; ଭାଙ୍ଗିଯାଉ ଘର ସଂସାର ସେଥିକି ନିଘା ନାହିଁ କାହାରି !

ସମାଲୋଚନାର ସରବ୍ୟ କରି ସରକାରଙ୍କୁ କାଠଗଡାରେ ଛିଡା କରିବାର ଲକ୍ଷ୍ୟ ମୋର ମୋଟେ ନୁହେଁ । ବରଂ ଆମ ରାଜସ୍ବ ବୃଦ୍ଧିରେ ଏହି ବାରଦ୍ୱାର ସୁଣ୍ଡିପିଣ୍ଡା ଜନ ସମୁଦ୍ରର ସମ୍ପତ୍ତିକୁ ଉଚିତ୍ ମାର୍ଗରେ ବିନିଯୋଗ କରିବାର ସମୟ ଆସିଯାଇଛି ବୋଲି ମୋର କାହିଁ ହୃଦବୋଧ ହୁଏ । ତେଣୁ ମୋର ଏ ଛୋଟିଆ ଆହ୍ଵାନ ଦେଶର ଅଗଣିତ ଭାଇ ଭଉଣୀଙ୍କୁ— ଆଉ ଚେଇଁ ଶୋଇବାକୁ ବେଳ ନାହିଁ ବନ୍ଧୁ । ଏଣିକି ଆମେ ବୁଦ୍ଧିଜୀବୀଗଣ ଜାଗ୍ରତ ହେବା । କୁମ୍ଭକର୍ଣ୍ଣ ପରି ଶୋଇରହିଥିବା ସରକାର ଓ ପୁଞ୍ଜିପତି ମାନଙ୍କୁ ନିରନ୍ତର ଜାଗ୍ରତ କରିବା । ନିଶାରେ ନିଜକୁ ନଭସେଇ ଜନ ଧନ ବୁଦ୍ଧି ଓ ବଳ ନିୟୋଜିତ କରି ନିଜର ଭରପୁର ଯୋଗଦାନ ଦେବା ଏବଂ ଆମ ଦେଶକୁ ସମୃଦ୍ଧ ତଥା ପ୍ରଗତିଶୀଳ ରାଷ୍ଟ୍ର ଭାବରେ ବିଶ୍ଵ ଦରବାରରେ ସ୍ବତନ୍ତ୍ର କରି ଛିଡା କରିବା । ଏ ଦାୟିତ୍ଵ ବି କେବଳ ସରକାରଙ୍କର ନୁହେଁ ବରଂ ଆମ ସମସ୍ତଙ୍କର ହେବା ଉଚିତ୍ ।

ଏବେ ମଦ ମାୟାରେ ଏ ଜଗତ
RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments

Sarat biswal on