ଚାରିଛକ :-୧୮/୧୨ (ଏସ.ଏନ.ଏସ.)ଚାରିଛକସ୍ଥିତ ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ପରିସରରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତ ବିଭାଗ ଆନୁକୁଲ୍ୟରେ ଭାରତୀୟ ଭାଷା ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସ୍ୱର୍ଣ୍ଣରଶ୍ମୀ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଡଃ ସନ୍ତୋଷ କୁମାର ମିତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଜନ ବିକାଶର ମୂଳମନ୍ତ୍ର ଧନ ନୁହେଁ ଭାଷା ବୋଲି କହିବା ସହ ଯାହାର ମାତୃଭାଷା ଯେତେ ଉନ୍ନତ ସେ ସେତିକି ସମୃଦ୍ଧ ବୋଲି ମତବ୍ୟକ୍ତ କରିଥିଲେ । ଓଡିଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟା ଡଃ ସର୍ମିଷ୍ଠାରାଣୀ ମହାନ୍ତି ଭାଷା ଦିବସ ପାଳନର ଆଭିମୁଖ୍ୟ ପ୍ରଦାନ କରିଥିଲେ । ଏଥିରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ପ୍ରଫେସର ପୁଷ୍ପମିତ୍ରା ପଟ୍ଟନାୟକ,ବିଭାଗୀୟ ଅଧିକାରୀ ପ୍ରଫେସର ବିନୋଦିନୀ ଦାଶ,ସଂସ୍କୃତ ଅଧ୍ୟାପକ ଜୀବନ ଦାଶ,ଅଧ୍ୟାପିକା ସୁଲୋଚନା ସାହୁ,ଅଧ୍ୟାପିକା କଲ୍ୟାଣୀ ସ୍ୱାଇଁ,ଅଧ୍ୟାପିକା ସୁନିତା ନାୟକ ଅତିଥି ରୁପେ ଯୋଗଦେଇ ଭାରତୀୟ ଭାଷା ଦିବସର ତାତ୍ପର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ । ଶେଷରେ ଏନସିସି ମେଜର ପୁଷ୍ପଲତା ଦତ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା, ଅଧ୍ୟାପକ,କର୍ମଚାରୀ ଓ ଛାତ୍ରୀମାନେ ଯୋଗଦେଇଥିଲେ ।

