.
Tuesday, December 24, 2024
Homeଜିଲ୍ଲା ସମ୍ବାଦବ୍ଲକନିମାପଡ଼ାରେ ଜନସେବା ଲକ୍ଷରେ ସ୍ଥାପନା ସ୍ଵେଚ୍ଛାସେବୀ ସଂଗଠନ ନନ୍ଦିଘୋଷ ଫାଉଣ୍ଡେସନ

ନିମାପଡ଼ାରେ ଜନସେବା ଲକ୍ଷରେ ସ୍ଥାପନା ସ୍ଵେଚ୍ଛାସେବୀ ସଂଗଠନ ନନ୍ଦିଘୋଷ ଫାଉଣ୍ଡେସନ

ନିମାପଡା:୧୬/୧୨(ଏସ.ଏନ.ଏସ.) ରକ୍ତରେ ଥିଲା ସମାଜସେବା । ମନରେ ଥିଲା ସମାଜସେବା । ଦରଦୀ ହୃଦୟରେ ଥିଲା ସମାଜସେବା । ଭଲପାଇବାରେ ଥିଲା ସମାଜସେବା । ଏମିତିକି ସମାଜସେବା କହିଲେ ତାଙ୍କ ଜୀବନ । କର୍ମ ତାଙ୍କର ସମାଜସେବା । ଆଜିକାଲି ପ୍ରତ୍ୟେକ ପିତାମାତା ଚାହାନ୍ତି ତାଙ୍କ ପିଲା ଉଚ୍ଚଶିକ୍ଷିତ ହୋଇ ଭଲ ଚାକିରୀ କରି ସୁସ୍ଥରେ ରହିବାକୁ । କିନ୍ତୁ ସେଥିରୁ ବ୍ୟତିକ୍ରମ ରୋଜାଲିନ ନାୟକ । ସେ ଏମ.ବି.ଏ. ପାସ କରି ମଧ୍ୟ ଚାକିରୀ ପଛରେ ନ ଗୋଡ଼ାଇ ସମାଜସେବା କରିବା ଉଦ୍ଦେଶ୍ୟରେ ପୁରୀ ଜିଲ୍ଲାର ନିମାପଡା ଠାରେ ସ୍ଥାପନା କରନ୍ତି ଏକ ସ୍ଵେଚ୍ଛାସେବୀ ଅନୁଷ୍ଠାନ ନନ୍ଦିଘୋଷ ଫାଉଣ୍ଡେସନ । ଗତ ସୋମବାର ଦିନ ରୋଜାଲିନ ନାୟକ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ସେ ତାଙ୍କ ସଂଗଠନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ସେ କହିଥିଲେ ଏହି ସଂଗଠନ ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ, ଶିଶୁକଲ୍ୟାଣ ସହିତ ନାରୀ ସଶକ୍ତିକରଣରେ ସହଯୋଗର ହାତ ବଢାଇବା ସଂଗେ ସଂଗେ ସମାଜର ପ୍ରଗତି ରଥକୁ ଆଗେଇନେବାରେ ସାହାର୍ଯ୍ୟ କରିବ । ଏଥିରେ ବହୁତ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହା ନିମାପଡା ତଥା ଓଡିଶା ବାସୀଙ୍କ ପାଇଁ ଗର୍ବ ଓ ଗୌରବ ବିଷୟ ।

ନିମାପଡ଼ାରେ ଜନସେବା ଲକ୍ଷରେ ସ୍ଥାପନା ସ୍ଵେଚ୍ଛାସେବୀ ସଂଗଠନ ନନ୍ଦିଘୋଷ ଫାଉଣ୍ଡେସନ

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments

Sarat biswal on