ଅସ୍ତରଙ୍ଗ:௦୨/୧୨(ଏସ.ଏନ.ଏସ.) ଗତ ଦୁଇ ଦିନ ହେବ ଚାଲୁ ରହିଥିଲା ଅସ୍ତରଙ୍ଗ ପୀର୍ ଜାହାନିଆ ବେଳାଭୂମି ମହୋତ୍ସବ, ବିଧାୟକ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାର କାନ୍ତି ବେହେରା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକଙ୍କ ସଫଳ ଚେଷ୍ଟାରେ ଅସ୍ତରଙ୍ଗ ମାଟିରେ ଏହି ମହୋତ୍ସବ ପ୍ରଥମ ଥର ଆରମ୍ଭ ହୋଇଥିଲା , ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ, ସମାନ୍ୱିତ ଅତିଥି ରୂପେ ଜଗତସିଂହପୁର ସାଂସଦ ଡ଼ଃ. ରାଜଶ୍ରୀ ମଲ୍ଲିକ ପ୍ରଦୀପ ଉଜ୍ୱଳନ କରି ସଭା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ, ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଲୋକନୃତ୍ୟ ମାଲଖମ୍ବ ନୃତ୍ୟ ଦର୍ଶକଙ୍କ ଆକର୍ଷଣର ସାଜିଥିଲା କେନ୍ଦ୍ର ବିନ୍ଦୁ । ତା ସହିତ ସମ୍ବଲପୁରୀ ଲୋକ ନୃତ୍ୟ ଦର୍ଶକଙ୍କ ମନକୁ କିଣିନେଇଥିଲା । ପରିଶେଷରେ କାର୍ଯ୍ୟକ୍ରମର ସମସ୍ତ କର୍ମୀ, ସାମ୍ବାଦିକ, ସ୍ଥାନୀୟ ଲୋକ, ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ ନାୟକ । ଅସ୍ତରଙ୍ଗ କାକଟପୁର ଅଞ୍ଚଳରେ ମା ମଙ୍ଗଳା, ମା ଉକୁଳେଇ, ପାନ, ଧାନ, ମୀନ ପ୍ରଧାନ କୃଷି, ବେଳାଭୂମି କୁ ସାରା ରାଜ୍ୟ ରେ ପରିଚିତ କରେଇବା ର ମହତ ଉଦ୍ଦେଶ୍ୟ କେବଳ ବେଳାଭୂମି ମହୋତ୍ସବର ଲକ୍ଷ ବୋଲି ମନ୍ତ୍ରୀ ତଥା ମହୋତ୍ସବ ର ସଭାପତି ଶ୍ରୀ ବେହେରା ବାର୍ତ୍ତା ଦେଇଥିଲେ ।

