.
Wednesday, December 25, 2024
Homeଜିଲ୍ଲା ସମ୍ବାଦସମସ୍ୟା ଘେରରେ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

ସମସ୍ୟା ଘେରରେ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

ଚାରିଛକ : ୨୮/୧௦/୨௦୨୩ (ଏସ.ଏନ.ଏସ.) ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ଚାରିଛକ ସ୍ୱାସ୍ଥ୍ୟକେନ୍ଦ୍ରଟି ବହୁ ପୁରାତନ ସ୍ୱାସ୍ଥ୍ୟକେନ୍ଦ୍ର ଅଟେ । ପ୍ରତିଦିନ ଏଠାକୁ ଚାରୋଟି ଜିଲ୍ଲାର ବିଭିନ୍ନ ଅଂଚଳରୁ ହଜାରେ ହଜାରେ ସଂଖ୍ୟାରେ ରୋଗୀମାନେ ଚିକିତ୍ସିତ ହେବାକୁ ଆସିଥାନ୍ତି । ଏଠାରେ ସାତୋଟି ବିଶେଷଜ୍ଞ ପଦ ଥିଲେ ସୁଦ୍ଧା ସମସ୍ତ ବିଶେଷଜ୍ଞ ପଦ ଖାଲି ପଡିଛି । ରୋଗୀମାନେ ଅନ୍ୟ ଡାକ୍ତରମାନଙ୍କ ଉପରେ ଭରସା କରିପାରୁ ନାହାନ୍ତି । ଏଠାରେ ଡାକ୍ତର ଓ କର୍ମଚାରୀମାନଙ୍କ ରହିବାକୁ ଆବଶ୍ୟକ କ୍ୱାଟର୍ସ ନଥିବାରୁ ଡାକ୍ତରମାନେ ଏଠାରେ ନରହି ଦୂରଦୂରାନ୍ତରୁ ଆସି ରୋଗୀସେବା କରୁଛନ୍ତି । ଏଠାରେ ଜେନେରେଟର ଅଛି କିନ୍ତୁ ଅଧିକାଂଶ ସମୟ ଖରାପ ରହୁଥିବାରୁ ଆଲୁଅ ବିନା ରାତ୍ରରେ ରୋଗୀମାନେ ହଇରାଣ ହେଉଛନ୍ତି । ଏହି ସ୍ୱାସ୍ଥ୍ୟକେନ୍ଦ୍ରର ଚାରିପଟେ ପାଚେରୀ ନଥିବାରୁ ବୁଲା ଗାଈଗୋରୁ ସମତେ ଅନ୍ୟାନ୍ୟ ଜୀବଜନ୍ତୁ ଅବାଧରେ ପ୍ରବେଶ କରୁଛନ୍ତି । ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନିଯୁକ୍ତି କରିବା,ପାଚେରୀ ନିର୍ମାଣ କରିବା,୫ଟି ରେ ସାମିଲ କରିବା ସହିତ ରୋଗୀ ସେବା କରିବାର ପରିବେଶ ସୃଷ୍ଟି କରିବା ପାଇଁ ବୁଦ୍ଧିଜୀବି ତଥା ଅଂଚଳବାସୀମାନେ ଦାବି କରିଛନ୍ତି ।

ସମସ୍ୟା ଘେରରେ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର
RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments

Sarat biswal on