ଭୁବନେଶ୍ୱର :୧୯/୧୦ (ଏସ.ଏନ.ଏସ.) ରାଷ୍ଟ୍ରପତି ଭବନର ବିଜ୍ଞପ୍ତି ଅନୁସାରେ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଦାଇତ୍ୱ ନେବେ ରଘୁବର ଦାସ l ସେ ହେଉଛନ୍ତି ବିଜପିର ବରିଷ୍ଠ ନେତା ଓ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ l ସେ ହେଉଛନ୍ତି ପ୍ରଥମ ଅଣଆଦିବାସୀ ମୁଖ୍ୟମନ୍ତ୍ରୀ l ଝାଡ଼ଖଣ୍ଡର ଜାମସେଦପୁର ଓଡ଼ିଆ ଲୋକମାନଙ୍କୁ ସାହାଯ୍ୟ ଯେଉଁ କେତେଜଣ ନେତା ଯଥା ଦୀନେଶ ଗୋସ୍ୱାମୀ , ସୁରଯୁ ରାୟ.ଭିତରୁ ରଘୁବର ଦାସ ଅନ୍ୟତମ l ମୁଁ ଜାମସେଦପୁର ରହିବା ସମୟରେ ରଘୁବର ଦାସ ଏମ.ଏଲ.ଏ. ଥିଲାବେଳେ ତାଙ୍କୁ ଭେଟ କରିବାର ସୌଭାଗ୍ୟ ଲାଭ କରିଥିଲି l ମୋର ଇଣ୍ଡିଆ ଟ୍ରେଡ଼ ଲିଡ଼ସ ନାମରେ ଏକ ଇଂଲିଶ ପତ୍ରିକା ପୁରୀ ତଥା ଜାମସେଦପୁରରୁ ବାହାରୁଥିଲା l ସେ ଓଡ଼ିଆ ସମାଜ , ଉତ୍କଳ ଆସୋସିଏସନ ସାକଚି ତଥା ଓଡ଼ିଆ ଲୋକମାନଙ୍କ ସହ ଜଡିତ ଥିଲେ l ଏଭଳି ଜଣେ ଲୋକପ୍ରିୟ ନେତା ତଥା ଓଡ଼ିଶାର ଭାବି ରାଜ୍ୟପାଳଙ୍କୁ ସଂଭବ ନିୟୁଜ ପରିବାର ତଥା ସମ୍ପାଦକ ତରଫରୁ ହାର୍ଦ୍ଦିକ ଶୁଭକାମନା l

