ଚାରିଛକ:- ୧୮/୧୦(ଏସ.ଏନ.ଏସ.) ସରକାରଙ୍କ ପକ୍ଷରୁ ସାରା ରାଜ୍ୟରେ ବସୁଧା ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ପାନୀୟ ପାଣି ଯୋଗାଇ ଦିଆଯାଉଥିବା ବେଳେ ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ଭୋଦର ପଞ୍ଚାୟତ ଓରପଟ ନୂଆ ଗାଁ ର ଲୋକ କିଛି ମାସ ହେଲା ପାନୀୟ ପାଣି ପାଇବାରୁ ବଞ୍ଚିତ ହୋଇଛନ୍ତି ।ଯାହା ଫଳରେ ଗ୍ରାମର ଶତାଧିକ ଲୋକ ପାଣି ପାଇଁ ନାହିଁ ନଥିବା ଅଡୁବିଧାରେ ସମୁଖୀନ ହେଉଛନ୍ତି । ଭୋଦର ପଞ୍ଚାୟତ ଓରପଟ ଠାରେ ଥିବା ପାଣି ଟାଙ୍କି କଣ୍ଟ୍ରୋଲ ଘର ଗେଟେ ସମୁଖରେ ଓରପଟ ନୂଆଗାଁ ର ଗ୍ରାମବାସୀ ମାନେ ଆସି ଧାରଣା ଦେଇଥିଲେ ।ଏହି ଧାରଣା ଦେବା ଦେଖି ପଞ୍ଚାୟତ ସରପଞ୍ଚ ଙ୍କ ପ୍ରତିନିଧି ପ୍ରଶାନ୍ତ କୁମାର ବେହେରା ପହଞ୍ଚି ଯନ୍ତ୍ରୀ ସହିତ କଥା ହୋଇ ଖୁବ ଶୀଘ୍ର ସମାଧାନ ହୋଇଯିବ ବୋଲି କହିବା ପରେ ଧାରଣା ବନ୍ଦ ପ୍ରତ୍ୟାହୃତ କରିଥିଲେ ।ଏହି ଧାରଣା ନୂଆଗାଁ ଯୁବକ ତଥା ସମାଜସେବୀ ଟୁଲୁ ମଲ୍ଲିକ ସହିତ ଗିରିଜା ସ୍ୱାଇଁ , ରାମ ସ୍ୱାଇଁ ,ମୁନା ମଲ୍ଲିକ ,ବଳୁ ସ୍ୱାଇଁ, ଆଲୋକ ମଲ୍ଲିକ, ରାମସ୍ୱାଇଁ ,ରମାକାନ୍ତ ନାୟକ ସହିତ ଶତାଧିକ ଲୋକ ଧାରଣା କାର୍ଯ୍ୟ ଯୋଗ ଦେଇ ଥିଲେ ।

