ନୟାହାଟ :- ୧૪/୧୦ (ଏସ.ଏନ.ଏସ.) ନୟାହାଟ ଫାଣ୍ଡି ଅନ୍ତର୍ଗତ ଦେସ୍ତଳୀ ପଞ୍ଚାୟତ ମଧ୍ୟରେ ଏକ ବିପଦପୂର୍ଣ୍ଣ ଅବସ୍ଥାରେ ମୁକୁଳାରେ ଦୀର୍ଘଦିନ ଧରି ଟ୍ରାନ୍ସଫର୍ମର ପଡି ରହିଛି । ଏହି ପଞ୍ଚାୟତକୁ ସରକାରଙ୍କ ବିଭିନ୍ନ ପ୍ରକାର ଯୋଜନାରେ ପ୍ରତି ମାସରେ ମହିଳା ସମିତି ବୈଠକ ହେଉଥିବା ବେଳେ ଭତା ପାଇଁ ଆସୁଥିବା ବୃଦ୍ଧ ,ବୃଦ୍ଧା , ଭିନ୍ନକ୍ଷମ ଓ ବିକାଳଙ୍କ ବ୍ୟକ୍ତି ଏହି ଟ୍ରାନ୍ସଫର୍ମର ବାଟ ଦେଇ ପଞ୍ଚାୟତ କାର୍ଯ୍ୟଳୟ କୁ ଯାଇଥାନ୍ତି ।ଏହି ଟ୍ରାନ୍ସଫର୍ମରରୁ ମଝିରେ ମଝିରେ ସର୍ଟସର୍କିଟି ସୃଷ୍ଟି ହୋଇ ବଡ଼ ଧରଣ ଶବ୍ଦ ହେବା ସହ ହୁତ ହୁତ ହୋଇ ଜଳୁ ଥିବାର ଅଭିଯୋଗ ହେଉଛି । ଯାହା ଫଳରେ ପଞ୍ଚାୟର ଅଫିସକୁ ବିଭିନ୍ନ କାର୍ଯ୍ୟ କରିବା ପାଇଁ ଆସୁଥିବା ଲୋକ ଭୟ କରୁଛନ୍ତି ବୋଲି ପଞ୍ଚାୟତରେ ସାଧାରଣ ଲୋକ ପ୍ରକାଶ କରିଛନ୍ତି ।ଏହି ବିପଦପୂର୍ଣ୍ଣ ଅବସ୍ଥାରେ ଟ୍ରାନ୍ସଫର୍ମରକୁ ପଞ୍ଚାୟତର ସରପଞ୍ଚ ରିସ୍ମା ସ୍ୱାଇଁ ଦେଖି ଏହି ଟ୍ରାନ୍ସଫର୍ମରକୁ ପଞ୍ଚାୟତ କାର୍ଯ୍ୟଳୟ ମଧ୍ୟରୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ସରପଞ୍ଚ ଶ୍ରୀମତୀ ସ୍ୱାଇଁ ସହିତ ବିଜେଡି ନେତା ତଥା ସମାଜସେବୀ ମକରଧ୍ୟୁଜ ସ୍ୱାଇଁ ଦାବି କରିଛନ୍ତି । ତୁରନ୍ତ ଟ୍ରାନ୍ସଫର୍ମର ଉଠା ନ ଯାଏ ତାହାଲେ ପଞ୍ଚାୟତବାସୀ ବିଦ୍ୟୁତ କାର୍ଯ୍ୟଳୟ ଘେରାଉ କରାଯିବ ବୋଲି ସରପଞ୍ଚ ସୂଚନା ଦେଇଛନ୍ତି ।

