ଚାରିଛକ :- ୧૪/୧୦ (ଏସ.ଏନ.ଏସ. ) ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶରେ ସାରା ଦେଶରେ ମୋ ବୁଥୁ କାର୍ଯ୍ୟକ୍ରମ ଚାଲିଥିବା ବେଳେ ପୁରୀ ଜିଲ୍ଲା ନିମାପଡା ନିର୍ବାଚନ ମଣ୍ଡଳୀର ଚାରିଛକ ଥାନା ଅନ୍ତର୍ଗତ ବାହାରଣା ପଞ୍ଚାୟତରେ ପ୍ରଥମ ପର୍ଯ୍ୟାୟରେ ଅଟେଇହୁଡା ୨୪୭ ନଂ ବୁଥ ଏବଂ ବାହାରଣା ୨୪୬ ନଂ ଦୁଇଟି ବୁଥରେ ବୁଥ କମିଟି ବୈଠକ ପଞ୍ଚାୟତ ବୁଥ ଦାୟିତ୍ୱରେ ଥିବା ଜ୍ୟୋତିରଞ୍ଜନ ପାତ୍ର ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ୨୦୨୪ ବିଧାନସଭା ଓ ଲୋକସଭା ନିର୍ବାଚନରେ ଏହି ଦୁଇ ବୁଥରେ କିଭଳି ଭାବେ ଦଳ ଭଲ କାମ କରିବା ସହ ସଂଗଠନ ବା ମୋ ବୁଥ କିଭଳି ମଜଭୁତ ହେବ ଏହି ବୈଠକରେ ଆଲୋଚନା କରାଯାଇଥିଲା ।ଏହି ବୈଠକରେ ପଞ୍ଚାୟତ ବୁଥ ଦାୟତ୍ୱରେ ଥିବା ଜ୍ୟୋତିରଞ୍ଜନ ପାତ୍ର ଯୋଗଦେଇଥିବା କର୍ମୀମାନଙ୍କୁ ବୁଝାଇ କହିଥିଲେ । ଏହି ବୈଠକରେ ଅଟେଇହୁଡା ବୁଥ ରେ ବୁଥ ସଭାପତି ବଂଶୀଧର ରାଉତ ,ପ୍ରଫୁଲ ବେହେରା ,ଅଭୂମନ୍ୟୁ ବେହେରା ,ରୋହିତ ବାରିକି ,ଅମିନ ପ୍ରଧାନ ,ବିଶ୍ଵନାଥ ବେହେରା ,ଗୌରାଙ୍ଗ ସ୍ୱାଇଁ ସହିତ ୩୦ ରୁ ଉର୍ଦ୍ଧ୍ବ କର୍ମୀ ଯୋଗଦେଇ ଥିବା ବେଳେ ବାହାରଣା ବୁଥରେ ବୁଥ ସଭାପତି ଅରବିନ୍ଦ ଗିରି , ବରିଷ୍ଠ ନେତା ବ୍ରଜବନ୍ଧୁ ନାୟକ ,ୱାର୍ଡ ସଭ୍ୟ ସରୋଜ ମହାନ୍ତି ,ସଚି ସେଠୀ,ଜୟନ୍ତୀ ଭୋଇ ,ମନୋଜ ଗୋଛୟତ ,ଅଵନୀ ଜେନା ,ତପନ ରାଉତ,ବ୍ରହ୍ମାନନ୍ଦ ବେହେରା ,ଜଟିଆ ସେଠୀ ସହିତ ୫୦ ରୁ ଉର୍ଦ୍ଧ୍ବ କର୍ମୀ ଉପସ୍ଥିତ ରହି ବୈଠକରେ ସହଯୋଗ କରିଥିଲେ । ଏହି ବୈଠକକୁ ଚାରିଛକ ମଣ୍ଡଳ ସଭାପତି କୃଷ୍ଣଚନ୍ଦ୍ର ସ୍ୱାଇଁ ଓ ପୂର୍ବତନ ଜିଲାପରିସଦ ପୁର୍ଣଚନ୍ଦ୍ର ଓଝା ସମର୍ଥନ କରିଥିଲେ ।

