ଗୋପ :- ୧૪/୧୦ ( ଏସ.ଏନ.ଏସ) ସମଗ୍ର ଭାରତବର୍ଷରେ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ କ୍ରମେ ଆଯାଦିକା ଅମୃତ ମହୋତ୍ସବ ଅବସରରେ ମୋଦେଶ ମୋ ମାଟି କାର୍ଯ୍ୟକ୍ରମ ସାରା ଭାରତ ସାରା ଚାଲିଥିବା ବେଳେ ବିଜେପିର ମଞ୍ଚନାଥ ମଣ୍ଡଳର ସଭାପତି ଶ୍ରୀଯୁକ୍ତ ରାଜକିଶ୍ୱର ନାୟକଙ୍କ ନେତୃତ୍ୱରେ ଡ଼ଭାର ପଂଚାୟତ ଓ ରଂହାଗୋରଡା ଓ ନୂଆଖୋଲ ମରା ପଂଚାୟତରେ ମାଟି ସଂଗ୍ରହ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅଥିତି ଭାବେ ନିମାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ନାରୀନେତ୍ରୀ ତଥା ପୂର୍ଵତନ ରାଜ୍ୟ ବିଜେପି ଉପସଭାପତି ଶ୍ରୀମତୀ ପ୍ରଭାତୀ ପରିଡା ଯୋଗଦେଇଥିଲେ ଓ ରାଜ୍ୟ ଅନୁସୂଚିତ ମୋର୍ଚ୍ଚା ସଭାପତି ବା ପୂର୍ଵତନ ସାଂସଦ ବିଭୁ ପ୍ରସାଦ ତରାଇ ଯୋଗଦେଇ ଥିବା ବେଳେ ଲକ୍ଷ୍ମୀଧର ଜେନା ଅବସର ପ୍ରାପ୍ତ ସୈନିକ, ଆନନ୍ଦ ଭୋଳ ସ୍ୱାଧୀନତା ସଂଗ୍ରାମି, ଦର୍ଶନ ପ୍ରସାଦ ମିଶ୍ର, ଅବସର ପ୍ରାପ୍ତ ସୈନିକ ନନ୍ଦ କିଶ୍ବର ପଣ୍ଡା, ନବକିଶୋର ପଣ୍ଡା, ଚରଣ ପ୍ରଧାନ ସହୀଦମାନଙ୍କ ଘରୁ ମାଟି ସଂଗ୍ରହ କରାଯାଇଥିଲା ସର୍ବ ଶେଷରେ ଡଭାର ଗ୍ରାମରୁ ଗୋପବନ୍ଧୁଙ୍କ ସମାଧି ସ୍ଥଳରୁ ସଂଗ୍ରହ ଆଜିର କାର୍ଯ୍ୟକ୍ରମକୁ ଶେଷ କରାଯଇଥିଲା l ଏଥିର ୧୧ ନମ୍ବର ଜୋନର ଜିଲ୍ଲା ପରିଷଦ ପ୍ରମୋଦ କୁମାର ରାୟ ଜିଲ୍ଲା ବିଜେପି ଦଳର ସାଧାରଣ ସମ୍ପାଦକ ସୁଶାନ୍ତ ସ୍ବାଇଁ ଓ ମଣ୍ଡଳ ସଭାପତି କୃଷ୍ଣ ସ୍ବାଇଁ, ନିରଞ୍ଜନ ନାୟକ ସୌଦାମିନୀ ସେନାପତି ଆଲୋକ ବେହେରା, କିଶ୍ବର ରାଉତ, ରବି ଗୁରୁ, ପ୍ରସନ ପଣ୍ଡା, କୁନା ପାଇକରାୟ ଏବଂ ଯୁବ ନେତା ଭବାନୀ ଶଙ୍କର ସେଠି, ପ୍ରସନ ପଣ୍ଡା,ଗୋବିନ୍ଦ ପାଢ଼ୀ ଶିବପ୍ରସାଦ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ l

