ଚାରିଛକ :- ୧୨/୧୦ (ଏସ.ଏନ.ଏସ.) ଅଖିଳ ଭାରତୀୟ କଂଗ୍ରେସ କମିଟି ଅନୁସୂଚିତ ଜାତି ବିଭାଗର ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଜେଶ ଲିଲୋଠିଆଙ୍କ ଅନୁମୋଦନକ୍ରମେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ଅନୁସୂଚିତ ଜାତି ବିଭାଗର ସୋସିଆଲ ମିଡ଼ିଆ ( ବହୁଜନ କି ଆୱାଜ )ର ଏକ ରାଜ୍ୟ କମିଟି ଗଠନ କରାଯାଇଛି ।ଏହି କମିଟିରେ ପୁରୀ ଜିଲ୍ଲା ନିମାପଡା ବ୍ଲକ ତୁଳସୀପୁର ପଞ୍ଚାୟତର ଯୁବନେତା ଶ୍ରୀଯୁକ୍ତ ବିଜୟ କୁମାର ମଲ୍ଲିକଙ୍କୁ ରାଜ୍ୟ ଯୁଗ୍ମ ସଂଯୋଜକଭାବେ ଚୟନ କରାଯାଇଛି ।ରାଜ୍ୟ କମିଟିରେ ଶ୍ରୀଯୁକ୍ତ ମଲ୍ଲିକଙ୍କୁ ପଦଵୀ ମିଳିଥିବାରୁ ନିମାପଡା ବ୍ଲକ ସଭାପତି ବିଜୟ କୁମାର ପ୍ରଧାନ , ଅଜୟ କୁମାର ବାରିକ , ରଶ୍ମିରଞ୍ଜନ ସ୍ୱାଇଁ ,ପବିତ୍ର ପ୍ରଧାନ ,ରାମଚନ୍ଦ୍ର ଜେନା ,ସନ୍ତୋଷ ବେହେରା ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ଶୁଭେଚ୍ଛା ଜଣାଇଥିଲେ । ନିମାପଡା ବ୍ଲକରୁ ଶ୍ରୀଯୁକ୍ତ ମଲ୍ଲିକ ରାଜ୍ୟର ଏକ ଯୁଗ୍ମ ସଂଯୋଜକ ପଦ ପାଇଥିବାରୁ ନିମାପଡା କଂଗ୍ରେସ କର୍ମୀମାନଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।

