.
Tuesday, December 24, 2024
Homeଜିଲ୍ଲା ସମ୍ବାଦସ୍ଵର୍ଗତ ଧର୍ମେନ୍ଦ୍ର ସାହୁଙ୍କ ପ୍ରଥମ ବାର୍ଷିକୀ ସ୍ମୃତିସଭା ତଥା ଶ୍ରାଦ୍ଧବାର୍ଷିକୀ ପାଳନ

ସ୍ଵର୍ଗତ ଧର୍ମେନ୍ଦ୍ର ସାହୁଙ୍କ ପ୍ରଥମ ବାର୍ଷିକୀ ସ୍ମୃତିସଭା ତଥା ଶ୍ରାଦ୍ଧବାର୍ଷିକୀ ପାଳନ

ଗୋପ :- ୧୨/୧୦ (ଏସ.ଏନ.ଏସ.) ବହୁଚର୍ଚ୍ଚିତ ପୁରୀ ଜିଲ୍ଲାର ଗୋପ ବ୍ଲକ ଅନ୍ତର୍ଗତ ୧୧ ନମ୍ବର ଜିଲ୍ଲାପରିଷଦ ଜୋନର ବିଜେଡି ପ୍ରାର୍ଥୀ ସ୍ଵର୍ଗତ ଧର୍ମେନ୍ଦ୍ର ସାହୁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅତ୍ୟନ୍ତ ଭାବବିହ୍ୱୋଳ ପରିବେଶରେ ସାଙ୍ଗମାନେ ତଥା ଗୋପ ସାମ୍ବାଦିକ ବନ୍ଧୁମାନଙ୍କ ଦ୍ୱାରା ପାଳିତ ହୋଇଯାଇଛି l ସ୍ଵର୍ଗତ ସାହୁଙ୍କ ମୃତ୍ୟୁକୁ ନେଇ ସମଗ୍ର ନିମାପଡା ଅଂଚଳ ତଥା ଓଡିଶାରେ ଚହଳ ସୃଷ୍ଟି କରିଥିଲା l ତାଙ୍କର ବ୍ୟକ୍ତିତ୍ୱ ଓ ଲୋକପ୍ରିୟତାରେ ଗୋପ ଅଞ୍ଚଳରେ ଥିବା ସମସ୍ତ ରାଜନୈତିକ ଦଳର ନେତା ଓ କର୍ମୀ ଏବଂ ସାଧାରଣ ଜନତା ଙ୍କ ଅତି ପ୍ରିୟ ଭାଜନ ଥିଲେ l ତାଙ୍କର ଗତ ବର୍ଷ ସେପ୍ଟେମ୍ବର ମାସ ୨୩ ମଧ୍ୟ ରାତ୍ରୀରେ ସନ୍ଦେହ ଜନକ ମୃତ୍ୟୁ ପରେ ସମଗ୍ର ଗୋପ ପୁରାପୁରି ସ୍ତବ୍ଧ ହୋଇଯାଇଥିଲା l ଆଜି ତାଙ୍କର ତିଥିନୁଯାୟୀ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଗୋପ ସାମ୍ବାଦିକ ସଂଘ ଓ ବନ୍ଧୁମାନଙ୍କ ମିଳିତ ସହଯୋଗରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି l ଏଥିରେ ଗୋପ ଓ ନିମାପଡା ର ବରିଷ୍ଠ ସାମ୍ବାଦିକ ଓ ଗୋପ ଓ ଏହାର ଆଖପାଖ ଅଞ୍ଚଳରୁ ଶତାଧିକ ବ୍ୟକ୍ତି ମାନେ ଯୋଗ ଦେଇଥିଲେ l ପ୍ରଥମେ ଗୋପର ବିଶିଷ୍ଟ ଭାଷାବିତ ତଥା ପ୍ରବଚକ ବିମ୍ବାଧର ସେନାପତି ଗୀତା ପାଠ କରିବା ସହିତ ଦିଗନ୍ତ ଆତ୍ମାର ସତଗତି ନିମାନେ ସ୍ମୃତି ସଭା ର ଆୟୋଜନ ହୋଇଥିଲା l ପରେ ପରେ ସ୍ଥାନୀୟ କଳିଙ୍ଗ ପବ୍ଲିକ ସ୍କୁଲର ସମସ୍ତ ଛାତ୍ରୀଛାତ୍ରମାନେ ପ୍ରସାଦ ସେବନ କରିଥିଲେ l ତାଙ୍କ ର ସ୍ମତି ଉଦେଶ୍ୟରେ ଗୋପ ସୁରକ୍ଷା ମଞ୍ଚର ସଭାପତି ସଚ୍ଚିଦାନନ୍ଦ ଗୋଛାୟତ ପାଞ୍ଚଜଣ ଖବର କାଗଜ ବିତରକ ଓ ସତ୍ୟଖବର ସମ୍ପାଦକ ଅକ୍ଷୟ କୁମାର ନାୟକ ଙ୍କୁ ଉତ୍ତରୀ ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ସ୍ମତି ସଭାରେ ବିଭୁତି ଭୂଷଣ ପଟ୍ଟନାୟକ ସଭାପତିତ୍ୱ କରିଥିଲେ ଆଉ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ର ସାଂଯୋଜକ ପ୍ରଶାନ୍ତ କୁମାର ସ୍ୱାଇଁ, ସଞ୍ଜୟ କୁମାର ସେନାପତି, ସ୍ଥାନୀୟ ନାରୀନେତ୍ରୀ କବିତା ଦାସ, ନିୟୁଜ 7 ର ବରିଷ୍ଠ ସାମ୍ବାଦିକ ମିଲନ କୁମାର ମହାନ୍ତି, ରମାକାନ୍ତ ବେହେରା, ପ୍ରଦ୍ୟୁମ୍ନ କୁମାର ବେହେରା, ଚନ୍ଦ୍ରକାନ୍ତ ସାହୁ, ରମେଶ ବାରିକ ଧର୍ମେନ୍ଦ୍ର ସିଂହ ଆଦି ସମାଜସେବୀ ମାନେ ଉପସ୍ଥିତ ରହିଥିଲେ l ଏହି କାର୍ଯ୍ୟକ୍ରମରେ ଅଞ୍ଚଳରୁ ବୁଦ୍ଧିଜୀବୀ ,ସମାଜସେବୀ ,ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।

ସ୍ଵର୍ଗତ ଧର୍ମେନ୍ଦ୍ର ସାହୁଙ୍କ ପ୍ରଥମ ବାର୍ଷିକୀ ସ୍ମୃତିସଭା
RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments

Sarat biswal on