ଗୋପ :-୧୧/୧୦ (ଏସ.ଏନ.ଏସ.) ପୁରୀ ଜିଲ୍ଲା ଗୋପ ବ୍ଲକ ର ଏକ ଅଞ୍ଚଳରେ ବିଜେଡି ପକ୍ଷରୁ ଜନ ସଂମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ କୁ ଯିବାର ଖବର ପାଇ ଗୋପ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଗୋପ ବଜାର ଠାରେ କଳା ପତକା ଦେଖାଇ ବିରୋଧ କରିଥିଲେ ।ପ୍ରକାଶ ଯେ ଆଜି ବୁଧବାର ଦିନ ନିମାପଡା ନିର୍ବାଚନ ମଣ୍ଡଳୀ ର ବିଧାୟକ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ ଗୋପ ବ୍ଲକ ନାଗପୁର ଅଞ୍ଚଳରେ ଏକ ଜନ ସଂମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ କରିବା ପାଇଁ ଯିବା ପୂର୍ବରୁ ଗୋପ ବିଜେପି ଯୁବ ମୂର୍ଚ୍ଛା ପକ୍ଷରୁ କଳା ପତକା ଦେଖାଇ ଗୋ ବ୍ୟାଗ ଗୋ ବ୍ୟାଗ କହି ସ୍ଲୋଗାନ ଦେଇ ଵିରୋଧ କରିଥିଲେ ।ଏହି ଵିରୋଧ କାର୍ଯ୍ୟକ୍ରମ ସମୟରେ କୌଣସି ସମସ୍ୟା ହେଲେ ଗୋପ ଥାନା ଅଧିକାରୀ ଦାୟୀ ରହିବେ ବୋଲି ଯୁବ ମୂର୍ଚ୍ଛା ସଭାପତି ଶିବ ପ୍ରସାଦ ସ୍ୱାଇଁ ପ୍ରକାଶ କରିଥିଲେ ।

