ଚାରିଛକ :- ୧୧/୧୦ (ଏସ.ଏନ.ଏସ.) ପୁରୀ ଜିଲ୍ଲା ଚାରିଛକ ଥାନା ଅନ୍ତର୍ଗତ ବାହାରଣା ପଞ୍ଚାୟତର ବିଜେପି ସଭାପତି ରବୀନ୍ଦ୍ର ନାଥ ବିଶ୍ୱାଳଙ୍କ ଆଜି ବୁଧବାର ଦିନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଦୀର୍ଘଦିନ ହେଲା ବିଜେପି ଦଳରେ ସକ୍ରିୟ ନେତା ବା କର୍ମୀ ଭାବେ କାର୍ଯ୍ୟ କରିବା ସହିତ ୨୦୧୬ ମସିହା ଠାରୁ ପଞ୍ଚାୟତରେ ବିଜେପି ସଭାପତି ଭାବେ କାର୍ଯ୍ୟ ତୁଲାଉ ଥିଲେ । ତାଙ୍କ ସ୍ୱାସ୍ଥ୍ୟ ଖରାପ ଥିବାରୁ ଦୀର୍ଘଦିନ ହେଲା ସେ ଶଯ୍ୟାଶାୟୀ ଥିଲେ । ମୃତ୍ୟୁ ସମୟରେ ପରିବାର ସାନ ଭାଇ ମାନ ଗୋବିନ୍ଦ ବିଶ୍ୱାଳ ,ବଡ଼ ପୁଅ ପଦ୍ମଚରଣ ବିଶ୍ୱାଳ ସହିତ ପରିବାର ସମସ୍ତେ ଉପସ୍ଥିତ ଥିଲେ ।ତାଙ୍କ ମୃତ୍ୟୁରେ ବିଜେପି ଏକ ସକ୍ରିୟ ନେତା ହରାଇଛି ବୋଲି ନାରୀ ନେତ୍ରୀ ପ୍ରଭାତୀ ପରିଡା କହିଥିଲେ । ଯାହା ଫଳରେ ତାଙ୍କ ମୃତ୍ୟୁରେ ପରିବାର ଓ ଗ୍ରାମ ସହିତ ବିଜେପି ମହଲରେ ଦୁଃଖରେ ଶୋକର ଛାୟା ଖେଳିଯାଇଛି । ନିମାପଡା ନିର୍ବାଚନ ମଣ୍ଡଳୀ ଯୁବ ନେତା ଶ୍ୟାମସୁନ୍ଦର ନାୟକ ତାଙ୍କ ବାସ ଭବନ କୁ ଆସି ରବୀନ୍ଦ୍ରନାଥ ବିଶ୍ୱାଳ ଙ୍କ ଶେଷ ଦର୍ଶନ କରିଥିଲେ ।ତାଙ୍କ ମୃତ୍ୟୁରେ ନିମାପଡା ନାରୀ ନେତ୍ରୀ ପ୍ରଭାତୀ ପରିଡା ,ଯୁବ ନେତା ଦିଲିପ କୁମାର ନାୟକ ,ମଣ୍ଡକ ସଭାପତି ମାନସ ପ୍ରଧାନ ,ପୁର୍ଣଚନ୍ଦ୍ର ଓଝା ,ଚାରିଛକ ମଣ୍ଡକ ସଭାପତି କୃଷ୍ଣଚନ୍ଦ୍ର ସ୍ୱାଇଁ ,ମନୋଜ ନାୟକ,ରାଜକିଶୋର ନାୟକ , ,ଅରବିନ୍ଦ ଗିରି ,ପ୍ରଶାନ୍ତ ମଲ୍ଲିକ ,ଗୁଣନିଧି ମୁଦୁଲି ,ତୁଷାର ରାଉତ ,ଜ୍ୟୋତିରଞ୍ଜନ ପାତ୍ର ,ଶ୍ୟାମସୁନ୍ଦର ସାହୁ ,ପୁର୍ଣଚନ୍ଦ୍ର ସାହୁ ,ବ୍ରଜକିଶୋର ନାୟକ ,ପୀତବାସ ନାୟକ ,ସାଇଁସ ପଞ୍ଚାୟତ ସରପଞ୍ଚ ଦେବାଶିଷ ଆଚାର୍ଯ୍ୟ ,ଭକ୍ତବନ୍ଧୁ ବିଶ୍ୱାଳ ,ସରପଞ୍ଚ ଅଜୟ ପରିଡା ,ଧୁଳ ସାହୁ ପ୍ରମୁଖ ଦୁଃଖ ପ୍ରକାଶ କରିବା ସହିତ ଅମର ଆତ୍ମାର ସଦଗତି ନିମନ୍ତେ ଜଗନ୍ନାଥଙ୍କ ପାଖରେ କାମନା କରିଥିଲେ ।

