କାକଟପୁର -୧୧/୧୦(ଏସ.ଏନ.ଏସ.) ଗତକାଲି କାକଟପୁର ବ୍ଳକ ଅନ୍ତର୍ଗତ ୧୫ଟି ଆଞ୍ଚଳିକ ସାଧନ କେନ୍ଦ୍ର ଗୁଡିକରେ ଶିଶୁ ମହୋତ୍ସବ ସୁରଭି ଓ ଓଡ଼ିଶା ମିଲେଟସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ବାଙ୍ଗୁରୀଗାଁ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ସିଆରସିସି ୍ରରଞ୍ଜନ କୁମାର ବେହେରାଙ୍କ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜ୍ୟୋତି ରଞ୍ଜନ ସାହୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରତାପ ଚନ୍ଦ୍ର ସ୍ବାଇଁ, ରଞ୍ଜିତ କୁମାର ସାହୁ, ହୃଷୀକେଶ ବେହେରାଙ୍କ ସମେତ ୧୨ଟି କ୍ଳଷ୍ଟରର ଶିକ୍ଷକ/ଶିକ୍ଷୟିତ୍ରୀ ଓ ଗାଇଡ ଶିକ୍ଷକ ମାନେ ଉପସ୍ଥିତ ଥିଲେ। ସେହିପରି ଓଥକା ଇଉଜି ଇଉପି କ୍ଳଷ୍ଟରର ସିଆରସିସି ସନ୍ତୋଷ କୁମାର ସାହୁଙ୍କ ତତ୍ବାବଧାନରେ ପ୍ରଧାନ ଶିକ୍ଷକ ରୋହିତ କୁମାର ବାରିକ,ଶିକ୍ଷକ ହୃଦାନନ୍ଦ ଶାସମଲ,ଆଦିତ୍ୟ ମହାନ୍ତିଙ୍କ ସମେତ କ୍ଳଷ୍ଟର ଅନ୍ତର୍ଗତ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।ଏହି ସାଧନ କେନ୍ଦ୍ର ସ୍ତରୀୟ ପ୍ରତିଯୋଗିତାରେ ଡ୍ରଇଂ,ଡିବେଟ, କୁଇଜ୍,ଏଲୋକେଶନ, ମିଲେଟସ୍ ଅଫ ନ୍ୟୁଟ୍ରେସନ,ପି ଏମ ପୋଷଣ(ଦିବ୍ୟାଙ୍ଗଙ୍କ ମଧ୍ୟାହ୍ନ ଭୋଜନ) ଉପରେ ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିଥିଲେ।ବ୍ଳକ ଶିକ୍ଷାଧିକାରୀ ଦିଲ୍ଲିପ କୁମାର ଜେନା ସହ ଶିକ୍ଷାଧିକାରିଣୀ ପଙ୍କଜିନୀ ଦେଇ କ୍ଳଷ୍ଟର ଗୁଡିକ ବୁଲି ପରିଦର୍ଶନ କରିବା ସହ ଉଦଯାପନୀ ଉତ୍ସବରେ ଅଂଶଗ୍ରହଣ କରିଥିଲେ।

