sambhava news: 8.00 p.m.14/06/2024:(ଏସ.ଏନ.ଏସ.) ଗତ କିଛିଦିନ ହେବ ସୋସିଆଲ ମିଡିଆରେ ଏକ ଭାଇରାଲ ଖବରକୁ ନେଇ ବେଶ ଚର୍ଚ୍ଚା ଚାଲିଛି । ମୋବାଇଲରେ ଏକାଧିକ ସିମ ବ୍ୟବହାର କଲେ ଅଧିକା ଅର୍ଥ ଦେବାକୁ ପଡିବ ବୋଲି ସେଥିରେ କୁହାଯାଇଛି । ଏପରିକି ଟ୍ରାଇ ଏକ ପ୍ରସ୍ତାବ ରଖିଥିବା ମଧ୍ୟ ଚର୍ଚ୍ଚା ହୋଇଥିଲା ।
ତେଣୁ ଖବରକୁ ନେଇ ମୋବାଇଲ ଉପଭୋକ୍ତାମାନେ ବିଚଳିତ ହୋଇପଡିଥିଲେ ।
ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଏହି ଗୁଜବକୁ ଖଣ୍ଡନ କରିଛି ଟ୍ରାଇ । ଫୋନରେ ଏକାଧିକ ସିମ ବ୍ୟବହାର କଲେ ତା ଉପରେ ଚାର୍ଜ ଲାଗିବାର କୌଣସି ଯୋଜନା ନାହିଁ ବୋଲି ଟ୍ରାଇ ସୂଚନା ପ୍ରଦାନ କରିଛି । ଏହାର କୌଣସି ସତ୍ୟତା ନାହଁ ଓ ଗୁଜବକୁ ବିଶ୍ୱାସ ନକରିବାକୁ କୁହାଯାଇଛି । ଯଦି କୌଣସି ସୂଚନା ପାଇବାକୁ ଉପଭୋକ୍ତାମାନେ ଚାହୁଁଛନ୍ତି ତେବେ ତ୍ରିର ଅଫିସିଆଲ ୱେବସାଇଟକୁ ଯାଇ ଅନୁସନ୍ଧାନ କରିପାରିବେ । ତେବେ ଶେଷରେ ଟ୍ରାଇ ଏହି ଗୁଜବକୁ ଖଣ୍ଡନ କରିବା ସହ ପୋଷ୍ଟ ଶେୟାର କରିଥିଲେ ।