.
Monday, December 23, 2024
Homeରାଜ୍ୟsambhava news || Mohan Majhi || Kanak Bardhan || Pravati Parida ସରପଞ୍ଚରୁ...

sambhava news || Mohan Majhi || Kanak Bardhan || Pravati Parida ସରପଞ୍ଚରୁ ମୁଖ୍ୟମନ୍ତ୍ରୀ – ମୋହନ ମାଝୀ , କନକ ବର୍ଦ୍ଧନ ଓ ପ୍ରଭାତୀ ପରିଡା ଉପ-ମୁଖ୍ୟମନ୍ତ୍ରୀ

ସଂଭବ ନିୟୁଜ 8.30 p.m. 11/06/2024 : ବରିଷ୍ଠ ବିଜେପି ନେତା ତଥା କେନ୍ଦୁଝର ସଦର ଆସନରୁ 4 ଥର ପାଇଁ ବିଧାୟକ ହୋଇଥିବା ମୋହନ ମାଝୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ । ତାଙ୍କର ଡେପୁଟି ଭାବେ ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡା କାର୍ଯ୍ୟ କରିବେ ।

ଦୁଇ କେନ୍ଦ୍ର ପର୍ଯ୍ୟବେକ୍ଷକ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ ଓ ଭୁପେନ୍ଦର ଯାଦବଙ୍କ ଉପସ୍ଥିତିରେ ଆଜି ବସିଥିବା ବିଜେପି ବିଧାୟକ ଦଳ ବୈଠକରେ ଏପରି ନିଷ୍ପତ୍ତି ହୋଇଛି । କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ତାଙ୍କୁ ଜଣେ ୟଙ୍ଗ ଓ ଡାଇନାମିକ କାର୍ଯ୍ୟକର୍ତ୍ତା କହିଛନ୍ତି ।

କିଏ ଏହି ମୋହନ ଚରଣ ମାଝୀ ?

ମୋହନ ମାଝୀ ଓଡ଼ିଶାର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଯିଏ କି 24 ବର୍ଷ ବିଜେଡି ଶାସନର ଅନ୍ତ ପରେ ଶାସନ ଗାଦିକୁ ଆସିଲେ ।

53 ବର୍ଷର ମାଝୀ ଏସଟି ସମ୍ପ୍ରଦାୟରୁ ଆସିଛନ୍ତି । ମାଝୀ କେନ୍ଦୁଝର ଆସନରୁ 87,815 ଭୋଟ ପାଇ ବିଜେଡ଼ର ମୀନା ମାଝୀକୁ ହରାଇ ନିର୍ବାଚିତ ହୋଇଥିଲେ । 2000 ମସିହାରେ ପ୍ରଥମ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

ସେ ରାଜ୍ୟ ବିଜେପି ଆଦିବାସୀ କମିଟିର ସମ୍ପାଦକ ଓ 1997 ରେ ସରପଞ୍ଚ ଭାବରେ ନିର୍ବାଚିତ ହୋଇଥିଲେ । ସେ ମିଳିତ ସରକାରରେ ବିଜେପି ଓ ବିଜେଡି 2005 ରୁ 2009 ପର୍ଯ୍ୟନ୍ତ ସରକାରଙ୍କ ଉପମୁଖ୍ୟ ସଚେତକ ଥିଲେ ।

ଏହାପରେ ସେ ରାଜ୍ୟପାଳ ଭବନକୁ ଯାଇ ରାଜ୍ୟପାଳଙ୍କୁ ସରକାର ଗଢିବାକୁ ଦାବି ଜଣାଇଛନ୍ତି । ସୂତ୍ର ଅନୁସାରେ ଶପଥ ନେବା ପୂର୍ବରୁ ସେ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ପୁରୀ ଯିବେ । ଆସନ୍ତା କାଲି 12 ତାରିଖରେ ସନ୍ଧ୍ୟା 5 ଟା ସମୟରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,କେନ୍ଦ୍ରମନ୍ତ୍ରୀ , ବିଜେପି ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ଅନ୍ୟାନ୍ୟ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ରହିବେ । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଶପଥ ସମାରୋହକୁ ନିମନ୍ତ୍ରିତ କରିଛନ୍ତି ।

sishumandir guruju ru odisha chief minister
RELATED ARTICLES

1 COMMENT

LEAVE A REPLY

Please enter your comment!
Please enter your name here

Most Popular

Recent Comments

Sarat biswal on