ସଂଭବ ନିୟୁଜ ଓଡିଶା 8.30 p.m. – 4.June 2024 : 2024 ଲୋକସଭା ନିର୍ବାଚନରେ ଅଦ୍ଭୁତ ପରିବର୍ତ୍ତନର ଧାରା ସମସ୍ତଙ୍କୁ ଚକିତ କରିଛି । ଅବ କି ବାର 400 ପାର ସ୍ଲୋଗାନ, ସ୍ଲୋଗାନରେ ରହିଯାଇଛି । ବିଜେପି ନିଜେ ସଂଖ୍ୟାଗରିଷ୍ଠତା ହାସଲ କରିବାରେ ଅସଫଳ ହୋଇଥିବାବେଳେ ଏନ.ଡି.ଏ. 290 ପାର କରିବାରେ ସଫଳ ହୋଇଛି । ଟ୍ରେଣ୍ଡ ଅନୁଯାଇ , ଇଣ୍ଡିଆ ମେଣ୍ଟ 230ଟି ଆସନରେ ଅଟକି ରହିଛି, ଯଦିଓ ଏହା ବହୁମତ ଠାରୁ ବହୁ ପଛରେ ଅଛି, ତଥାପି କଂଗ୍ରେସ କ୍ଷମତାକୁ ଆସିବା ପାଇଁ ଆଶାବାଦୀ ।
ଆସନ୍ତୁ ଜାଣିବା ପୁରା ସମୀକରଣ ।
ଏହି ନିର୍ବାଚନରେ ଇଣ୍ଡିଆ vs ଏନ.ଡି.ଏ. ଭିତରେ କଡା ମୁକାବିଲା ହେଉଛି । 2019 ରେ କଂଗ୍ରେସ 52 ଆସନରେ ସୀମିତ ଥିଲାବେଳେ ଏଥର 90 ରୁ ଅଧିକ ଆସନରେ ଆଗୁଆ ଅଛି । 543 ଆସନ ମଧ୍ୟରୁ ଏନ.ଡି.ଏ.290 ରେ ଆଗୁଆ ଓ ଇଣ୍ଡିଆ 232 ରେ ଅଗ୍ରଣୀ ଅଛି ।
ବୋଝ ଉପରେ ନଳିତା ବିଡା-ବିଜେପି
ଅବ କି ବାର 400 ପାର ନାରା ଦେଇ ଏକାକୀ 240 ଓ ଏହାର ସହଯୋଗୀ ସହିତ ପ୍ରାୟ 290 ଟି ଆସନରେ ଆଗୁଆ ଅଛି । ଏହାର ଅର୍ଥ ବିଜେପି ଏକୁଟିଆ ସରକାର ଗଢି ପାରିବ ନାହିଁ । ଏଭଳି ପରିସ୍ଥିତିରେ ସରକାର ଚଲେଇବା ପାଇଁ ସହଯୋଗୀ ଦଳ ଉପରେ ନିର୍ଭର କରିବ । ଏହି ସମୟରେ ଦଳକୁ କ୍ଷତି ସହିବାକୁ ପଡିବ ।
କଂଗ୍ରେସ ସରକାର ଗଠନ କରିବାରେ ସକ୍ଷମ ହେବ କି ?
ଏଠି ଆମେ କହି ରଖୁଛୁ , ଯଦିଓ ବିଜେପି ନିଜେ ସଂଖ୍ୟାଗରିଷ୍ଠତା ହାସଲ କରିପାରିନାହିଁ , ଏନ.ଡି.ଏ. ବହୁମତରେ ଆଗରେ ଅଛି । ଗତ ଦୁଇଟି ନିର୍ବାଚନର ନିରାଶଜନକ ପ୍ରଦର୍ଶନ ପରେ 2024 ରେ ପାଖାପାଖି 100 ଆସନରେ ପାଇଥିବା କଂଗ୍ରେସ ସରକାର ଗଠନ କରିପାରିବ କି ?
ଆସନ୍ତୁ ଜାଣିବା କଂଗ୍ରେସ ସରକାର ଗଠନ କରିବାର ସମୀକରଣ କଣ କହୁଛି ।
କେନ୍ଦ୍ରରେ ସରକାର ଗଠନ ପାଇଁ କଂଗ୍ରେସକୁ 272 ଟି ଆସନ ଦରକାର ହେବ,କିନ୍ତୁ ଫଳାଫଳରୁ ଜଣାପଡୁଛି 232 ଟି ରେ ଆଗୁଆ ଅଛି । ତେଣୁ ଆଉ 40 ଟି ଆସନ ଦରକାର । କଂଗ୍ରେସ ଏହି 40 ଟି ଆସନର ଅଭାବକୁ କିଭଳି ପୁରଣ କରିବ । ଯଦି କଂଗ୍ରେସ ମହାରାଷ୍ଟ୍ରର ଶିବସେନା ସିନ୍ଧେ ଦଳ ଓ ଏନସିପି ଅଜିତ ପାୱାରଙ୍କୁ ମନେଇବାରେ ସଫଳ ହୁଏ, ତେବେ ଏହା ଆଉ 8 ଟି ଆସନ ପାଇବ । ବହୁମତ ପାଇଁ 32 ଆସନ ଦରକାର ହେବ । ସ୍ୱାଧୀନ ଓ ଅନ୍ୟ ଦଳରୁ 15 ଟି ଯଦି କଂଗ୍ରେସ ଯୋଗାଡ଼ କରିପାରେ ତେବେ 17 ଟି ଆସନ କମ ପଡିବ । ଜେଡିୟୁ ଓ ଟିଡ଼ିପି ଯଦି ସହଯୋଗର ହାତ ବଢ଼ାନ୍ତି , ତେବେ ସହଜରେ ମ୍ୟାଜିକ ନମ୍ବର କଂଗ୍ରେସ ହାସଲ କରିପାରିବ । କିନ୍ତୁ ଏହି ନମ୍ବର ଯୋଗାଡ଼ କରିବା ଏତେ ସହଜ ନୁହେଁ ।