.
Monday, December 23, 2024
Homeଜାତୀୟଆଜିର ବଡ ଖବର

ଆଜିର ବଡ ଖବର

ଭୁବନେଶ୍ୱର:୦୨୬/୦୫/୨୦୨୪ (ଏସ.ଏନ.ଏସ.)ଭୀଷଣ ବାତ୍ୟାରେ ପରିଣତ ହେଲା ବାତ୍ୟା ‘ରେମାଲ’। ଆଜି ମଧ୍ୟରାତ୍ରୀରେ ପଶ୍ଚିମବଙ୍ଗ – ବାଂଲାଦେଶ ଉପକୂଳରେ ଛୁଇଁବ ସ୍ଥଳଭାଗ । ପଶ୍ଚିମବଙ୍ଗ ଉପକୂଳ ପାଇଁ ରେଡ ୱାର୍ନିଂ ଜାରି । ବଙ୍ଗୋପସାଗରରେ ବାତ୍ୟା ଅଧିକ ଘନୀଭୂତ ହେବା ସହ ୬ ଘଣ୍ଟା ଧରି ୬ କିଲୋମିଟର ବେଗରେ ପଶ୍ଚିମବଂଗ ଓ ବାଙ୍ଗଲାଦେଶ ଆଡକୁ ଗତି କରୁଛି । ଏହି ଭୀଷଣ ବାତ୍ୟାର ପ୍ରଭାବ ସିଧାସଳଖ ଓଡିଶାରେ ପଡୁନଥିଲେ ମଧ୍ୟ ଉପକୂଳ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ଏଥିସହିତ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ମୟୁରଭଞ୍ଜ,କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ ଓ କେନ୍ଦ୍ରାପଡା ଜିଲ୍ଲାରେ ପବନ ବେଗ ୪୦ରୁ କିଲୋମିଟର ପ୍ରତି ଘଣ୍ଟା ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଏଥିସହିତ ରାଜ୍ୟର ସମସ୍ତ ବନ୍ଦର ଗୁଡିକୁ ଏକ ନମ୍ବର ବିପଦ ସଂକେତ ଜାରି କରାଯାଇଥିବା ବେଳେ ଆସନ୍ତା କାଲି ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନଯିବାକୁ ମସ୍ୟଜୀବୀମାନଙ୍କୁ କୁହାଯାଇଛି ।

ପ୍ରକଶ ପାଇଲା ଦ୍ୱାଦଶ ପରୀକ୍ଷା ଫଳ । ପୁଅଙ୍କ ତୁଳନାରେ ଝିଅଙ୍କ ପାସ ହାର ଅଧିକ । ଏକା ସମୟରେ ପ୍ରକାଶ ପାଇଛି କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ । କଳାରେ 80.95%, କମର୍ସରେ 82.27%, ବିଜ୍ଞାନରେ 86.90% ରେଜଲ୍ଟ ହୋଇଛି । ପୁଅଙ୍କ ପାସ ହାର 72.68% ହୋଇଥିଲାବେଳେ ଝିଅଙ୍କ ପାସ ହାର 87.56% ରହିଛି । ତେବେ www.orissaresults.nic.in ରେ ପୁରା ରେଜଲ୍ଟ ଉପଲବ୍ଧ ହେବ ବୋଲି ସିଏଚଏସଇ ପକ୍ଷରୁ ସୂଚନା ଦିଆଯାଇଛି ।

ବଦଳିଲା ତାରିଖ : ଜୁଲାଇ 7ରେ ହେବନାହିଁ ATO ପ୍ରିଲିମିନାରୀ ପରୀକ୍ଷା, ନୂଆ ତାରିଖ ଘୋଷଣା କଲା । ପୂର୍ବରୁ ଜୁଲାଇ 7ରେ ହେବାନେଇ ସ୍ଥିରୀକୃତ ହୋଇଥିବାବେଳେ ଏବେ ଜୁଲାଇ 14 (ରବିବାର) ଦିନ ହେବ ବୋଲି ନିଷ୍ପତ୍ତି ନିଆଯାଇଛି ।

ନିମାପଡା ନିର୍ବାଚନମଣ୍ଡଳୀ ବିଧାନସଭା ନିର୍ବାଚନରେ ବିଜେପି ପାର୍ଥୀନୀଭାବେ ଟିକେଟ ପାଇଥିବା ଶ୍ରୀମତୀ ପ୍ରଭାତୀ ପରିଡା ନିଜର ସ୍ଥିତି ସୃଦୁଢ କରିବା ଲକ୍ଷ୍ୟ ନେଇ ଆଜି ନିମାପଡା ବ୍ଲକର ତିନୋଟି ପଂଚାୟତ ତୁଳସୀପୁର, ବାହାରଣା ଓ ଭୋଦରରେ ଏକ ବିଶାଳ ବାଇକ ରାଲିରେ ଘର ଘର ବୁଲି ଭୋଟ ଭିକ୍ଷା କରିଥିଲେ।

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ । ପାସ ହାର 96.07% । ଚଳିତ ବର୍ଷ ଛାତ୍ରଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଛାତ୍ରୀ । ତେବେ କୌଣସି ସ୍କୁଲରେ ପରୀକ୍ଷା ଫଳ ଶୂନ ନାହିଁ । ସମସ୍ତ 2644ଟି ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ରେଜଲ୍ଟ ଘୋଷଣାର 6 ଘଣ୍ଟା ପରେ ଅର୍ଥାତ ଅପରାହ୍ନ 4ଟା ବେଳକୁ ଅନଲାଇନ ଓ whatsapp ରେ ଛାତ୍ର ଛାତ୍ରୀ ଡିଜିଟାଲ ମାଟ୍ରିକ ପ୍ରମାଣପତ୍ର ପାଇପାରିବେ । ଏଥିପାଇଁ BSE /Hi ଲେଖି 77100 – 58192 ନମ୍ବରରେ whatsapp କରିପାରିବେ ବୋଲି ବୋର୍ଡ଼ ପକ୍ଷରୁ କୁହାଯାଇଛି ।

ଗଂଜେଇ ଚାଲାଣ କାରରେ ବିଜେଡି ଲୋଗୋ ।ବ୍ରହ୍ମପୁର ଫାଷ୍ଟ ଗେଟ ନିକଟରେ ଅବକାରୀ ଗୁଇନ୍ଦା ବିଭାଗ ଦୁଇଟି କାରକୁ ଅଟକାଇ ସେଥିରୁ 84 କିଲୋ ଗଂଜେଇ ଜବତ କରିଛି ।

ବିଜେଡିର ନିମାପଡା ଚିନ୍ତା । ସମୀର ହେବେକି ଦ୍ୱିତୀୟ ରାଜୁ ଦାସ । ନିମାପଡାର ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ସମୀର ରଞ୍ଜନ ଦାଶ ବିଜେପିକୁ ଯିବା ପରେ ନିମାପଡ଼ାରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ବିଜେଡିର ସ୍ୱତନ୍ତ୍ର ରଣନୀତି ।ନିମାପଡା ଆସନ ଲାଗି 8 ଜଣ ନେତାଙ୍କୁ ଦଳ ଦେଇଛି ଦାଇତ୍ୱ ।

ଗେମିଙ୍ଗ ଜୋନରେ ଅଗ୍ନିକାଣ୍ଡ । 27କୁ ଛୁଇଁଲା ମୃତ୍ୟୁ ସଂଖ୍ୟା । ଗୁଜରାଟ ରାଜକୋଟର ଗେମିଙ୍ଗ ଜୋନରେ ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା 27କୁ ବୃଦ୍ଧି । ଶତାଧିକ ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଆପ ଏମ.ପି. ରାଘବ ଚଢା ଦିଲ୍ଲୀ ମଦ କେସରେ ସରକାରୀ ସାକ୍ଷୀ ହେବାକୁ ରାଜି ଅଛନ୍ତି, ଯଦି ତାଙ୍କୁ କେନ୍ଦ୍ର ସରକାର ଏହି କେସରେ ମୁକ୍ତି କରନ୍ତି ।

ଆଜି ନାଳନ୍ଦା ଯାଉଛନ୍ତି ଜେ.ପି.ନଡ୍ଡା , ନଡ୍ଡା ଆଜି ବିହାର ଶରିଫର ଶ୍ରମ କଲ୍ୟାଣ କେନ୍ଦ୍ର ମଇଦାନରେ ଏକ ଜନସଭାକୁ ସମ୍ବୋଧିତ କରିବାର ଅଛି ।

ବିହାରରେ ଆରମ୍ଭ ହେଲା ହଜ ଯାତ୍ରା , ପ୍ରଥମ ଦିନ 320 ଯାତ୍ରୀ ଗଲେ ମକ୍କା ।

ପୁଣି ଦିଲ୍ଲୀରେ ଅଘଟଣ , ବିଲଡିଂରେ ନିଆଁ ଲାଗି 3 ମୃତ । କୃଷ୍ଣା ନଗରର ଏକ ବିଲଡିଂରେ ଅଗ୍ନିକାଣ୍ଡ ଘଟି 3 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 10 ଜଣ ଗୁରୁତର ଆହତ ହୋଇଛନ୍ତି ।

ସାରଣ ହିଂସା ମାମଲା । ନିର୍ବାଚନ କମିଶନଙ୍କୁ ରିପୋର୍ଟ ଦେଲା ଏସଆଇଟି । ବିହାରର ମୁଖ୍ୟ ନିର୍ବାଚନ ଅଧିକାରୀ ଏଚଆର ଶ୍ରୀନିବାସ ଏହାର ସୂଚନା ଦେଇଛନ୍ତି ।

ନେପାଳ ମହିଳା ପର୍ବତରୋହୀ ତଥା ଫଟୋ ସାମ୍ବାଦିକ ପୁର୍ଣିମା ଶ୍ରେଷ୍ଠାଙ୍କ ନୂଆ ରେକର୍ଡ । ଦୁଇ ସପ୍ତାହରେ 3 ଥର ଚଢିଲେ ଏଭେରେଷ୍ଟ ।

ଆଜି ଆଇପିଏଲ ଫାଇନାଲ । ଟାଇଟଲ ପାଇଁ ଲଢ଼ିବେ କୋଲକାତା – ହାଇଦ୍ରାବାଦ । ଫାଇନାଲକୁ ଉପନୀତ ହୋଇଥିବା ଦୁଇ ଦଳ କୋଲକାତା ନାଇଟ ରାଇଡ଼ର୍ସ (କେକେଆର) ଓ ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ) ଆଇପିଏଲର ଚଳିତ ସଂସରଣର ଟାଇଟଲ ଜିତିବା ପାଇଁ ମୁହାଁ ମୁହିଁ ହେବେ । ଏହି ମ୍ୟାଚ ଚେନ୍ନାଇ ଠାରେ ଖେଳାଯିବ ।

RELATED ARTICLES

1 COMMENT

LEAVE A REPLY

Please enter your comment!
Please enter your name here

Most Popular

Recent Comments

Sarat biswal on