.
Monday, December 23, 2024
Homeଜିଲ୍ଲା ସମ୍ବାଦତୁଳସୀ ଦୁଇ ପତ୍ରରୁ ବାସିଲାଭଳି ଏକ ଅନନ୍ୟା ପ୍ରତିଭାର ଅଧିକାରିଣୀ ଲଷ୍ମୀପ୍ରିୟା (ମୀରା) ମହାନ୍ତି

ତୁଳସୀ ଦୁଇ ପତ୍ରରୁ ବାସିଲାଭଳି ଏକ ଅନନ୍ୟା ପ୍ରତିଭାର ଅଧିକାରିଣୀ ଲଷ୍ମୀପ୍ରିୟା (ମୀରା) ମହାନ୍ତି

ପୁରୀ :- (ଏସ.ଏନ.ଏସ.)ପିଲାଟି ଦିନରୁ ତାଙ୍କର ଥିଲା ସଂଗୀତ ପ୍ରତି ଦୁର୍ବଳତା । ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ସେ ତାଙ୍କର ପରିଚୟ ସୃଷ୍ଟି କରିପାରିଥିଲେ । ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ଚାକିରୀ ତାଙ୍କୁ ଆକୃଷ୍ଟ କରିପାରିନଥିଲା । ସେ ଚାହିଁଥିଲେ ଚାକିରୀ କରି ଖୁସିରେ ରହିପାରିଥାନ୍ତେ । ସମସ୍ତଙ୍କ ବାପା ମାଆ ଚାହାନ୍ତି ତାଙ୍କ ପିଲା ପାଠ ପଢି ଚାକିରୀ କରି ଖୁସିରେ ରହୁ । କିନ୍ତୁ ସେଥିରୁ ବ୍ୟତିକ୍ରମ ସଂଗୀତ ବିଶାରଦ ଲଷ୍ମୀପ୍ରିୟା ଓରଫ ମୀରା ମହାନ୍ତି । ସେ ଶାସ୍ତ୍ରୀୟ ଓ ଓଡିଶୀ ସଂଗୀତ ବିଶାରଦ । ତାଙ୍କର କ୍ରାଫ୍ଟ, ଚାନ୍ଦୁଆ, କ୍ରୁସ କାମ ତଥା ସାହିତ୍ୟ ଚର୍ଚ୍ଚାରେ ରୁଚି ଅଛି । ବିଭିନ୍ନ ମଞ୍ଚରେ ଭଜନ, ଓଡିଶୀ ସଂଗୀତ, ନୃତ୍ୟ ପରିବେଶଣ କରି ଉଚ୍ଚ ପ୍ରଂଶସିତ । ଯୋଗାସନରେ ମହିଳା ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଉର୍ମି, ଶିଶୁ ଦର୍ଶନ ଓ ଶିଶୁ ଆଧୁନିକ କବିତା ସଂକଳନ ତାଙ୍କର ସମାଜକୁ ଭେଟି ଦେଇଛନ୍ତି । ଅନେକ ପୁସ୍ତକ ମୁଦ୍ରଣ ଅପେକ୍ଷାରେ । ଏତେତବିଦ ପ୍ରବନ୍ଧ , ଶିଶୁ ଗଳ୍ପ, ଅନ୍ୟାନ୍ୟ ଗଳ୍ପ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇସାରିଛି । ପୁରୀ ଆକାଶବାଣୀର ବେତରବକ୍ତା ଓ ମଞ୍ଚ ସଂଯୋଜିକା ରହିଛନ୍ତି । ସରକାରୀ ଅଥବା ବେସରକାରୀ ସାହାଯ୍ୟ ମିଳିଲେ ତାଙ୍କର ପ୍ରକାଶିତ ସମସ୍ତ ଅମୁଲ୍ୟ ରତ୍ନକୁ ସିଡି ଓ କ୍ୟାସେଟ ମାଧ୍ୟମରେ ଲୋକମାନଙ୍କ ପାଖରେ ପହଞ୍ଚାଇ ପାରିଲେ ତାଙ୍କ ଜୀବନ ସାର୍ଥକ ହେବ ବୋଲି କହିଛନ୍ତି ।

RELATED ARTICLES

2 COMMENTS

LEAVE A REPLY

Please enter your comment!
Please enter your name here

Most Popular

Recent Comments

Sarat biswal on