ଅସ୍ତରଙ୍ଗ :-୧୮/୧୨ (ଏସ.ଏନ.ଏସ.) ସମାଜ ରେ ଅପରାଧ କୁ ନିୟନ୍ତ୍ରଣ, ସମାଜ କୁ ସୁରକ୍ଷା ଦେବା ପାଇଁ ପୋଲିସ ଥାନା ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, କେଉଁଠି କେଉଁ ସମୟ ରେ ଯଦି କିଛି ଅଘଟଣ କି ଦୁର୍ଘଟଣା ଘଟେ, ପୋଲିସ କୁ ଖବର ଦିଆଯାଏ, ଆଉ ସମସ୍ତେ ଚାହିଁ ବସନ୍ତି ଏକ ଚାରି ଚକିଆ ଯାନ, ନାଲି ବତୀ ଜଳାଇ ଏକ ଭ୍ୟାନ୍ ଆସିବ, ଆଉ ଖାକି ପୋଷାକ ରେ ପୋଲିସ ବାବୁ ଆସିବେ, ସେହି ଦୃଶ୍ୟ କୁ ଦେଖିଲେ ଅପରାଧୀ ଙ୍କ ମନରେ ଭୟ ସୃଷ୍ଟି ହୁଏ, ଅପରାଧ କୁ ମଧ୍ୟ ନିୟନ୍ତ୍ରଣ କରାଯାଏ, କିନ୍ତୁ ଦୁର୍ଭାଗ୍ୟ ର କଥା ଅସ୍ତରଙ୍ଗ ଉପକୂଳ ଅଞ୍ଚଳ ରେ ୨ ଗୋଟି ଥାନା କିନ୍ତୁ ଗୋଟେ ଭ୍ୟାନ୍, ଯେଉଁ ଭ୍ୟାନ୍ ଟି ଅଛି ସେ ନିଜେ ସମ୍ପୂର୍ଣ୍ଣ ଅସୁରକ୍ଷିତ, ଆଉ ସେଥିରେ ପୋଲିସ ବାବୁ ମାନେ କିପରି ଅନ୍ୟ ମାନଙ୍କୁ ସୁରକ୍ଷା ଦେବେ ତାହା ବାସ୍ତବ ରେ ସନ୍ଦେହ ଜନକ, ଯେଉଁ ବୋଲେରୋ ଭ୍ୟାନ୍ ଟି ଅଛି ତାହା ସମ୍ପୂର୍ଣ୍ଣ ରୂପେ ଦୁର୍ବଳ, ଅନେକ ସମୟ ରେ ଗାଡି ଟିକେ ପଛରୁ ଧକ୍କା ମାରିଲେ ଗାଡି ଷ୍ଟାର୍ଟ ହେଉଛି, ଅନେକ ସ୍ଥାନ ରେ ଚାଲୁଥିବା ସମୟ ରେ ଭ୍ୟାନ୍ ଟି ଅଟକି ଯାଉଛି, ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ଭ୍ୟାନ୍ ଟି ଏତେ ଅଚଳ ଯେ ଏହାର ଷ୍ଟିୟରିଂ ଅନେକ ସମୟ ରେ କାମ କରୁନି, ଯାହାକି ଫଳରେ ଅନେକ ସ୍ଥାନ ରେ ଛୋଟ ମୋଟ ଦୁର୍ଘଟଣା ରୁ ବଞ୍ଚିତ ହେଇଯାଇଛନ୍ତି ପେଟ୍ରୋଲିଙ୍ଗ କର୍ମୀ, ଏହି ଗାଡି ର ସବୁ ଅଂଶ ଦୋହଲୁଚି, ଲୁହା ଖଣ୍ଡ ଖଣ୍ଡ ହୋଇ ଛାଡୁଚି, ସଠିକ ସମୟ ରେ ଗାଡି କାମ ରେ ଆସୁନି, ଅନେକ ସମୟ ରେ ଗାଡି ବାଟରେ ଅଚଳ ହେଇପଡ଼ିଵା, ଏହା ଏକ ପ୍ରକାର ଦୁର୍ଭାଗ୍ୟ ଘଟଣା ଏହି ଅଞ୍ଚଳ ରେ, ଅସ୍ତରଙ୍ଗ ବ୍ଲକ ପୁରୀ ଜିଲ୍ଲା ରେ ଏକ ସମ୍ବେଦନ ଶୀଳ ସ୍ଥାନ, ଉପକୂଳ ସ୍ଥାନ କୁ ସୁରକ୍ଷା ପାଇଁ ଉପକୂଳ ଥାନା ରହିଛି, କିନ୍ତୁ ଗୋଟେ ମାତ୍ର ଅଚଳ ଭ୍ୟାନ୍, କୌଣସି ଘଟଣା ରେ ତଦନ୍ତ ପାଇଁ ଅଧିକାରୀ ମାନେ ବାଇକ ରେ ଯାଉଛନ୍ତି, ପେଟ୍ରୋଲିଙ୍ଗ ରେ ଗାଡି ନେଇକି ଯିବା ସମ୍ଭବ ନୁହେଁ, ତାହେଲେ ରାଜ୍ୟ ସରକାର ଙ୍କ ବିଭିନ୍ନ ଥାନା ର ସୁଦୃଢ଼ୀକରଣ କେତେ କାର୍ଯ୍ୟକାରୀ ତାହା ଏବେ ବିଚାରବିମର୍ଶ ର କଥା ପାଲଟିଛି, ଏ ବାବଦରେ ନିମାପଡା ଏସଡିପିଓ ଙ୍କ ସହିତ ଆମେ ଯୋଗାଯୋଗ କରିଥିଲୁ, ଏସଡିପିଓ ପ୍ରଭାତ ମଲ୍ଲିକ ଏ ବାବଦରେ ପ୍ରତିକ୍ରିୟା ଦେଇଥିଲେ ଯେ ଏ ବାବଦରେ ଆମେ ଉପରିସ୍ଥ ଅଧିକାରୀ ଙ୍କ ସହିତ ଆଲୋଚନା କରିବୁ , କିନ୍ତୁ ସବୁଠୁ ଦୁଃଖ ର କଥା ଏହି ଅଞ୍ଚଳ ର ବିଧାୟକ ତୁଷାର କାନ୍ତି ବେହେରା ଗୃହ ରାଷ୍ଟ୍ର ମନ୍ତ୍ରୀ, କିନ୍ତୁ ନିଜ ଅଞ୍ଚଳ ର ଥାନା ରେ ଏଭଳି ଅସୁବିଧା, କେବେ ଏହାର ସମାଧାନ ହେବ ତାହା ହିଁ ଅପେକ୍ଷା l

