ଚାରିଛକ :-୧୬/୧୨(ଏସ.ଏନ.ଏସ.) ପୁରୀ ଜିଲ୍ଲା ଚାରିଛକ ନିକଟସ୍ଥ ପୋଡ଼ପଡ଼ା ଗ୍ରାମରେ ସ୍ଵର୍ଗତ ମଧୁସୂଦନ ସାହୁ ଙ୍କ ବାସଭବନ ରତନପୁର ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ କବିରାଜ କୁଳମଣି ସାହୁ ମେମୋରୀଆଲ ଟ୍ରଷ୍ଟର ଅଧ୍ୟକ୍ଷ ତଥା ପରିବେଶବିତ୍ ଡକ୍ଟର କେଦାରନାଥ ସାହୁ ସଭା କାର୍ଯ୍ୟ ପରିଚାଳନା କରିଥିଲେ ।ଏହି ସଭାରେ ମୁଖ୍ୟ ଅତିଥି ଭାବେ ଆଇଆରଏସ ଅଧିକାରୀ ଚନ୍ଦ୍ରକାନ୍ତ ଦଳାଇ ,ସମ୍ନାନିତ ଅତିଥି ଭାବେ ସମାଜସେବୀ ତଥା କୃଷକ ନେତା ସନାତନ ପାତ୍ର ,ପୂର୍ବତନ ସରପଞ୍ଚ ବାଳକୃଷ୍ଣ ବେହେରା ,ଅବସରପ୍ରାପ୍ତ ସସ୍କୃତ ଶିକ୍ଷକ ରବି ନାରାୟଣ ବାନାର୍ଜୀ ,ପୂର୍ବତନ ସରପଞ୍ଚ ଅମରେନ୍ଦ୍ର ସାହୁ , ରତନପୁର ପଞ୍ଚାୟତ ର ସରପଞ୍ଚ ପ୍ରତିନିଧି ରମେଶ ଦାସ , ପ୍ରଧାନ ଶିକ୍ଷକ ବିଷ୍ଣୁଚରଣ ବେହେରା ,ପରମାନନ୍ଦ ନାୟକ , ଉପସ୍ଥିତ ରହି ଅମର ଆତ୍ମାର ସଦଗତି କାମନା କରିବା ସହିତ ମଧୁସୁଦନ ସାହୁ ଙ୍କ ର ସ୍ମୃତି ଚାରଣ କରିଥଲେ। ତାଙ୍କର ଅମର ଆତ୍ମା ଶାନ୍ତି ରେ ରହୁ ବୋଲି ଜଗନ୍ନାଥଙ୍କ ପାଖରେ ପାର୍ଥନା କରିଥିଲେ ।ସଭା କାର୍ଯ୍ୟ ଆରମ୍ଭ ରେ ସ୍ଵର୍ଗତ ମଧୁସୁଦନ ସାହୁ ଙ୍କ ପାଈଁ ଏକ ମିନିଟ ନିରବ ପାର୍ଥନା କରାଯାଇଥିଲା ।ଏହି ଶ୍ରଦ୍ଧାଞ୍ଜଳି ସଭାରେ ପରିବାର ର ସ୍ଵର୍ଗତ ମଧୁସୂଦନ ସାହୁ ଙ୍କ ପୁତ୍ର ବ୍ରହ୍ମାନନ୍ଦ ସାହୁ ,ବିଷ୍ଣୁଚରଣ ସାହୁ ଓ ଏକମାତ୍ର ଝିଅ ରାଜଳଷ୍ମୀ ସାହୁ ସହିତ ପରିବାର ସମସ୍ତ ସଦସ୍ୟ ଉକ୍ତ ସଭା କାର୍ଯ୍ୟ ରେ ଉପସ୍ଥିତ ଥିଲେ ।

