ଚାରିଛକ :- ୨୧ /୧୦ (ଏସ.ଏନ.ଏସ.) ପୁରୀ ଜିଲ୍ଲା ଚାରିଛକ ଥାନା ଅନ୍ତର୍ଗତ ବାହାରଣା ପଞ୍ଚାୟତ ଵିଶେଇସାହି ଠାରେ ସ୍ଵର୍ଗତ ରବୀନ୍ଦ୍ରନାଥ ବିଶ୍ୱାଳଙ୍କ ଏକାଦଶାହରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା କାର୍ଯ୍ୟକ୍ରମ ମଣ୍ଡଳ ସଭାପତି ତଥା ପୂର୍ବତନ ସରପଞ୍ଚ କୃଷ୍ଣଚନ୍ଦ୍ର ସ୍ୱାଇଁ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନିମାପଡା ନିର୍ବାଚନ ମଣ୍ଡଳୀର ନାରୀନେତ୍ରୀ ତଥା ପୂର୍ବତନ ରାଜ୍ୟ ଉପସଭାପତି ଶ୍ରୀମତୀ ପ୍ରଭାତୀ ପରିଡା , ନିମାପଡା ନିର୍ବାଚନ ମଣ୍ଡଳୀର ଯୁବନେତା ଦିଲୀପ କୁମାର ନାୟକ ଯୋଗଦେଇ ରବୀନ୍ଦ୍ରନାଥ ବିଶ୍ୱାଳଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଯୋଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ସ୍ଵର୍ଗତ ରବୀନ୍ଦ୍ରନାଥ ବିଶ୍ୱାଳ ଜଣେ ଭାରତୀୟ ଜନତା ପାର୍ଟିର ଦକ୍ଷ ସକ୍ରିୟ ନେତା ଥିଲେ ।ସେ ୨୦୧୬ ଠାରୁ ବାହାରଣା ପଞ୍ଚାୟତର ବିଜେପି ସଭାପତି ଭାବେ କାର୍ଯ୍ୟ କରୁଥିବା ବେଳେ ବାହାରଣା ପଞ୍ଚାୟତରେ ନିରୀହ , ସରଳ , ମିଷ୍ଟବାଚି , ଧର୍ମ ପରାୟଣ , ପରଉପକାରୀ ବ୍ୟକ୍ତି ଥିଲେ ।ଯାହାର ସହଯୋଗରେ ଟିଟିଙ୍ଗା ପଡା ମୌଜା ର ଵିଶେଇସାହି ଗ୍ରାମରେ ସ୍କୁଲ , ଅଙ୍ଗନବାଡି କେନ୍ଦ୍ର ,ରାସ୍ତା ମନ୍ଦିର ପ୍ରମୁଖ କାର୍ଯ୍ୟକ୍ରମ ନିର୍ମାଣ କରିବାରେ ସହଯୋଗ ଥିଲା ।ସଭା କାର୍ଯ୍ୟ ପୂର୍ବରୁ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପାର୍ଥନା କରାଯାଇଥିଲା । ସ୍ଵର୍ଗତ ରବୀନ୍ଦ୍ରନାଥ ବିଶ୍ୱାଳଙ୍କ ଜୀବନୀ ଉପରେ ମଞ୍ଚାସିନ ଅତିଥିମାନେ ପ୍ରତି ଭାଷଣରେ ପ୍ରକାଶ କରିଥିଲେ ।ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ଜିଲାପରିଷଦ ସଭ୍ୟ ପୁର୍ଣଚନ୍ଦ୍ର ଓଝା , ପୁରୀ ଜିଲ୍ଲା ୧୧ ନଂ ଜିଲାପରିସଦ ସଭ୍ୟ ପ୍ରମୋନ୍ଦ କୁମାର ରାୟ , ଶ୍ୟାମସୁନ୍ଦର ସାହୁ ,ଗୋବିନ୍ଦ ମଲ୍ଲିକ ,ଗଙ୍ଗାଧର ବେହେରା,ସନ୍ତୋଷ ରଥ ,ଗୁଣନିଧି ମୁଦୁଲି ,ପ୍ରଶାନ୍ତ ମଲ୍ଲିକ ,ଛଣିଜଙ୍ଗ ପଞ୍ଚାୟତ ସରପଞ୍ଚ ଅଜୟ ପରିଡା ,ଅରକ୍ଷିତ ଭୋଇ ,ପ୍ରକାଶ ଚନ୍ଦ୍ର ସାହୁ ,ଦୁର୍ଯ୍ୟୋଧନ ମହାନ୍ତି ,ଅଭୟ ନାୟକ ,ପ୍ରଦୀପ୍ତ କୁମାର ନାୟକ ,ଗୌତମ ସ୍ୱାଇଁ ,ସୁରେନ୍ଦ୍ର ମୁଦୁଲି , ମାନସ ପ୍ରଧାନ ତୋଫାନ ଲେଙ୍କା ,କରୁଣାକର ମଲ୍ଲ ,ସବିତା ମଲ୍ଲିକ ,ତୁଷାର ରଞ୍ଜନ ରାଉତ ,ସନ୍ତୋଷ ଭାରତୀ ,ପବି ଭାରତୀ ପ୍ରମୁଖ ଉପସ୍ଥିତ ରହି ଅମର ଆତ୍ମାର ଗୁଣଗାନ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ସ୍ଵର୍ଗତ ଶ୍ରୀ ବିଶ୍ୱାଳ ଙ୍କ ସାନ ଭାଇ ମାନଗୋବିନ୍ଦ ବିଶ୍ୱାଳ ,ଛବି ପାତ୍ର ସହିତ ପରିବାର ର ସମସ୍ତ ସଭ୍ୟ କାର୍ଯ୍ୟ କୁ ପରିଚାଳନା କରିଥିଲେ । ସଭା କାର୍ଯ୍ୟ ଶେଷରେ ମଣ୍ଡଳ ସଭାପତି କୃଷ୍ଣଚନ୍ଦ୍ର ସ୍ୱାଇଁ ସଭା କାର୍ଯ୍ୟ ଶେଷ କରିଥିଲେ ।
![](https://sambhavanews.com/wp-content/uploads/2023/10/rabindra-sradhanjali-1024x576.jpg)