.
Thursday, March 5, 2026
Homeଜାତୀୟଯାଜପୁର ମାଟିର ଗର୍ଵ ଗୌରଵ ଓ ଆଦର୍ଶ ନାରୀ ମୋନାଲିସା ଦେବତା

ଯାଜପୁର ମାଟିର ଗର୍ଵ ଗୌରଵ ଓ ଆଦର୍ଶ ନାରୀ ମୋନାଲିସା ଦେବତା

“ମନର ଇଚ୍ଛା ପୁରଣ ପାଇଁ ପରିସ୍ଥିତି ଏବଂ ବୟସ କେବେବି ପ୍ରତିବନ୍ଧକ ହୁଏ ନାହିଁ “। ପିଲାଦିନ ରୁ କିଛି ଅଲଗା କରିବାର ଇଚ୍ଛା, ସ୍ୱାଧୀନ ଚିନ୍ତା ଧାରା, ଯାଜପୁର ରୁ ମୁମ୍ବାଇ ପର୍ଯ୍ୟନ୍ତ ଯାତ୍ରା,ଆଉ ତା ଭିତରେ ଜୀବନ ର ଅନେକ ଖଟାମିଠା ସ୍ୱାଦ, ସବୁ ଗୁଡିକ ମିଶି ଗୋଟିଏ ପରିପୂର୍ଣ୍ଣ ନାରୀ ର ଅନୁଭୂତି ଦେଇଛି । ଜନ୍ମ ୧୯୭୬ ମସିହା ସେପ୍ଟେମ୍ବର ୧୭ ତାରିଖ ରେ ଯାଜପୁର ଜିଲ୍ଲା,ନାହାପଡା ଗାଁ ର ଶ୍ରୀଯୁକ୍ତ ମଧୁସୂଦନ ଆଚାର୍ଯ୍ୟ ଏବଂ ମାଆ ଶ୍ରୀମତୀ ବିଦ୍ୟୁତ ପ୍ରଭା ଆଚାର୍ଯ୍ୟ ଙ୍କର ତୃତୀୟ କନ୍ୟା ସନ୍ତାନ।୪ ଭୋଉଣୀ ଆଉ ଗୋଟେ ଭାଇ।ମାଧବୀ ଶୁକ୍ଳ,ମଳୟ ଆଚାର୍ଯ୍ୟ,ମାନସୀ ଦାଶ ଆଉ ମୋୖସୁମୀ ଆଚାର୍ଯ୍ୟ ଙ୍କ ମଧ୍ୟରୁ ସବୁଠାରୁ ଅଝଟ ଓ ଜଦି। ସେଥିପାଇଁ ଟା(ବାପା ଙ୍କୁ ଆମେ “ଟା” ବୋଲି ଡାକୁ)ମତେ ଅଜ୍ଞାନୀ କହନ୍ତି।ପଞ୍ଚମ ଶ୍ରେଣୀ ରେ ବୃତ୍ତି, ସପ୍ତମ ଶ୍ରେଣୀରେ ବୃତ୍ତି ପାଇ ରାମବାଗ ହାଇସ୍କୁଲ ରୁ ପାଠପଢ଼ା ସରିବା ପରେ +2 science N.C college ରେ , ତାପରେ +3 CBZ S.G College ରେ ପଢିବା ସମୟରେ 2nd yr ରେ Dramatic secretary win କରିଥିଲି।ସେ ସମୟରେ ମାନେ 1995 ରେ ଗୋଟେ ଝିଅ ପାଇଁ Dramatic secretary ପୁଣି ମଙ୍ଗଳପୁର area ରେ ମୋ ପାଇଁ ଛୋଟ କଥା ନଥିଲା। ହେଲେ ମୋ ଟା ଆଉ ବୋଉ କେବେବି କୋୖଣସି କଥାରେ ମତେ ମନା କରି ନାହାନ୍ତି। ସବୁବେଳେ ତାଙ୍କର ଆଶୀର୍ବାଦ ମୋ ସାଙ୍ଗରେ ଅଛି। ନାଚ ପ୍ରତି ଆରମ୍ଭ ରୁ ଦୁର୍ବଳତା ଥିଲା। କିନ୍ତୁ ପରିସ୍ଥିତି ଏବଂ ପଇସା middle class family ର ବଡ ରୋଗ।ଯୋଉଟାର medicine ଏଯାଏଁ ବାହାରିନି। ମତେ ବି ମିଳିଲାନି। ତାପରେ ଦଶରଥପୁର ବ୍ଲକ ରେ youth congress ର vice president ଭାବେ join କଲି ସମାଜ ପାଇଁ କିଛି କରିବାର ଇଚ୍ଛା ନେଇ। କିନ୍ତୁ ସେଟା ବି ଫଳପ୍ରଦ ହେଲାନାହିଁ।dance, politics କୋଉଟା କାମରେ ଆସିଲା ନାହିଁ, ନାଁ ଚାକିରୀ କିଛି ମିଳିଲା। ମୁଁ ବୁଲିବାକୁ ଭଲପାଏ,ମନେଇଵାକୁ କେହି ଥିଲେ ରାଗୀବାକୁ ଭଲପାଏ, ବର୍ଷା ରେ ଭିଜି ଆଇସକ୍ରିମ ଖାଇବାକୁ ଭଲପାଏ, ଓଡ଼ିଆ ଆଳୁଦମ,ପୋଇ ଘାଣ୍ଟ, ସଜନା ଶାଗ ମୋର ଅତି ପ୍ରିୟ।ଫୁରସତ ସମୟରେ ଆଧ୍ୟାତ୍ମିକ ବହି ନହେଲେ ସୋଇଵାକୁ ଭଲପାଏ।ମିଛ ଭଲପାଏନା କି କାହାର ଦୁଃଖ ସହି ପାରେନା। ଉପଯୁକ୍ତ ବୟସ ହେଲା ପରେ ଵାହାଘର ହେଇଗଲା ୨୦୦୦ ମସିହା ରେ ମନ୍ଦାର ଖଣ୍ଡ ନିବାସୀ ସ୍ଵର୍ଗତ ଶ୍ରୀଯୁକ୍ତ ଭାବଗ୍ରାହୀ ଦେବତା ଓ ଶ୍ରୀମତୀ ମିନାକ୍ଷୀ ଦେବତା ଙ୍କର ତୃତୀୟ ପୁତ୍ର ଶ୍ରୀଯୁକ୍ତ ଜିତେନ୍ଦ୍ର ଦେବତା ଙ୍କ ସହିତ।ସେ profession ରେ ହାଇସ୍କୁଲ teacher.ଟା’ ବୋଉ,ଭାଇ ଭଉଣୀ ଙ୍କ ପରେ ସେ ହେଉଛନ୍ତି ମୋର ଜଣେ strong supporter.ଵାହାଘର ବେଳକୁ ତାଙ୍କ ସ୍କୁଲ୍ କୁ ଦରମା ମିଳୁନଥିଲା।ମୋ ପାଇଁ ବି ଗାଁ ଗାଁରେ କିଛି scope ନଥିଲା। ବହୁତ ଝଡଝଞା ଭିତରେ ୪ ବର୍ଷ ଅତିକ୍ରାନ୍ତ ହୋଇଗଲା। ଏହି ୪ ବର୍ଷ ରେ ମୋର ପସନ୍ଦ ,ନାପସନ୍ଦ,ଆଶା,ଇଛା ର ମାନେ ବଦଳି ଯାଇଥିଲା ।୨୦୦୩ ରେ କଟକ ରେ ମୋର ୨ୟ ଭଉଣୀ ମାନସୀ ଦାଶ ଏବଂ ଭିଣେଇ ଶ୍ରୀଯୁକ୍ତ ସଞ୍ଜୀବ କୁମାର ଦାଶ ଙ୍କ ପାଖରେ ରହି photography ଏବଂ beautician course କଲି।ମୋ ସ୍ବାମୀ ସେଇ ସମୟ ରେ ମୋତେ modelling କରିବା ପାଇଁ ଉତ୍ସାହିତ କରିଥିଲେ। ମୁଁ ଗୋଟେ ଦୁଇଟା fashion show ରେ ମଧ୍ୟ ଅଂଶ ଗ୍ରହଣ କରିଥିଲି। ତାପରେ ଆଉ କିଛି କରିବାର ସୁଯୋଗ ମିଳିଲାନି।ଶେଷରେ ୨୦୦୪ ରେ ଇଚ୍ଛା ବିରୁଦ୍ଧରେ ଓଡ଼ିଶା ଛାଡ଼ି ତାଙ୍କ ବଡ଼ ଭାଇ ଶ୍ରୀଯୁକ୍ତ ଦେବେନ୍ଦ୍ର ଦେବତା ଓ ଭାଉଜ ଶ୍ରୀମତୀ ଅନିମା ଦେବତା ଙ୍କ ପାଖରେ ମୁମ୍ବାଇ ରେ ପହଞ୍ଚିଲୁ। ସେ ତାଙ୍କ ଭାଇ ଙ୍କ ସହିତ ମିଶି garment export business ଆରମ୍ଭ କଲେ। ମୁଁ ଗୋଟେ pharma company ରେ as a chemist join କଲି। ମୁମ୍ବାଇ ରେ ମୁଁ Msc complete କଲି job ରେ ଥାଇ National college ରୁ। ତାପରେ ମୁଁ ଆଉ ପଛକୁ ଫେରି ଚାହିଁନି।୨୦୦୪ ରୁ ୨୦୨୧, Quality control Asst.Manager ରୁ Quality Assurance Asst.Manager କର୍ମମୟ ଜୀବନ ଭିତରେ ନିଜ ମନର ଇଚ୍ଛା, ଖୁସି ସଵୁ ଭୁଲି ଯାଇଥିଲି। 2009 ରେ ଭଗବାନ ମୋ କୋଳରେ ପୁତ୍ର ସନ୍ତାନ(କାହ୍ନା) ଦେଇ ପୁର୍ଣ୍ଣ ନାରୀ ହଵାର ସୈାଭାଗ୍ୟ ପ୍ରଦାନ କଲେ। ୨୦୧୦ ରେ ତାଙ୍କ ସ୍କୁଲ୍ grant ପାଇଗଲା। business ବି ଭଲ ଚାଲିଲାନି।ସେ ଓଡ଼ିଶା return କଲେ। ମୁଁ କାହ୍ନା ଓ ମୋ ନଣନ୍ଦ ଙ୍କୁ ନେଇ ମୁମ୍ବାଇ ର busy life ରେ busy ହେଇଗଲି,ଏଇ ଆଶାରେ ସେ settle ହେଇଗଲେ ଓଡ଼ିଶା ଫେରିବି। ମୁମ୍ବାଇ life ଏତେ ସହଯ ନଥିଲା ମୋ ପାଇଁ।କାହ୍ନା,ଘର, ଚାକିରୀ manage କରୁ କରୁ ନିଜ ପାଇଁ ସମୟ ନଥିଲା।ହେଲେ routine ରେ daily yoga practice +2 ରୁ ଏ ପଯ୍ୟନ୍ତ କରିଚାଲିଛି। ମୁଁ ଯେତେବେଳେ ସପ୍ତମ ଶ୍ରେଣୀରେ ଥିଲି ମୋ ମାମୁଁ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ମିଶ୍ର ଙ୍କ ଠାରୁ ଭାରତର ପ୍ରଥମ Miss World ରିତା ଫେରିଆ ଙ୍କ ବିଷୟ ରେ ଶୁଣିଥିଲି। ସେବେଠାରୁ ସେଇ ଇଚ୍ଛା ମୋ ମନ ଭିତରେ କୋଉଠି ଲୁଚିକି ଥିଲା।Job ରେ ଥିଲା ସମୟରେ ଏସବୁ ପାଇଁ ସମୟ ଦେଇ ପାରିଲିନି। କିଛି personal problem ପାଇଁ ୨୦୨୧ ରେ ଚାକିରୀ ରୁ resign କଲି। ଓଡ଼ିଶା ଆସିଲା ପରେ କଟକ ରେ ମୋ ଭିଣେଇ ଙ୍କ company ରେ କିଛି ଦିନ କାମ କଲି। ତାପରେ ମନ୍ଦାର ଖଣ୍ଡ ଫେରିଲି।ଘରୁ on-line pharma documentation କାମ ଆରମ୍ଭ କଲି। ୨୦୨୩ରେ କାହ୍ନାକୁ ଆଣିବା ପାଇଁ ବୃନ୍ଦାବନ ଯାଇଥିଲି।୨ ବର୍ଷ ପୂର୍ବେ ସେ ସେଠାରେ ବେଦ ଅଧ୍ୟୟନ କରୁଥିଲା। ଫେରିବା ବେଳେ ବଡ ନାନୀ ଶ୍ରୀମତୀ ମାଧବୀ ଶୁକ୍ଳ ଙ୍କ ପାଖରେ ଦିଲ୍ଲି ରେ ରହିଥିଲି।ଯୋଉଟା ମୋ ଜୀବନରେ turning point ଆଣିଥିଲା। ସେ ଦିନ ରାତିରେ ନାନୀ ପୁଅ ଆୟୁଷ ଆଉ କାହ୍ନା facebook re Mrs India ର add ଦେଖି registration କରିବା ପାଇଁ ବାଧ୍ୟ କଲେ।ବଡ ଭିଣେଇ ଶ୍ରୀଯୁକ୍ତ ଅରୁଣ ଶୁକ୍ଳ ଯେ କି Indian Air force ରେ କାର୍ଯ୍ୟରତ, କହିଲେ form fillup କରିଦେ ଯା ହେବ ଦେଖାଯିବ। ଯେମିତି ହୋଉ କିଛି ନୂଆ କରିବାର ଇଚ୍ଛା, ସମସ୍ତଙ୍କର ଭରସା ବିଶ୍ବାସ , ପିଲାଦିନର ସ୍ଵପ୍ନ ଏକାଠି କରି application ପକେଇ ଦେଇ ଓଡ଼ିଶା ଚାଲି ଆସିଲି। ଘରେ ଠାକୁର ସେବା, ରୋଷେଇ, ଖାଇବା ପିଇବା ପରେ ବି ବହୁତ ସମୟ ଥିଲା। ସେ ସମୟ ଅତିବାହିତ କରିବା ମୋ ପାଇଁ କଷ୍ଟକର ହେଇ ଗଲା। ମୁମ୍ବାଇ ରେ ଥିଲା ସମୟରେ ମୁଁ ମୋର ମଝିଆ ନାନୀ ମାନସୀ ଦାଶ ଙ୍କ ପ୍ରେରଣାରେ ISKCON ରେ join କରିଥିଲି ଏବଂ ସମ୍ବଲପୁର ରେ ଗୁରୁ ଆତ୍ମ ନିବେଦନ ସ୍ଵାମୀ ଗୁରୁ ମହାରାଜ ଙ୍କ ଠାରୁ ଆମେ ସ୍ଵାମୀ ସ୍ତ୍ରୀ ଦୀକ୍ଷା ଗ୍ରହଣ କରିଥିଲୁ। ଘରଠାରୁ ୮-୯ km ଦୁରରେ ଵରୁଣେଶ୍ବର ମନ୍ଦିର ପାଖରେ ଗୋଟିଏ ନାମ ମନ୍ଦିର ଅଛି। ଅତି ସୁନ୍ଦର ପରିବେଶ। ଯାହାର ମହନ୍ତ ସ୍ବାମୀ ଶ୍ରୀ ସଚ୍ଚିଦାନନ୍ଦ ମହାରାଜ ।ମୋ ସ୍ବାମୀ ଙ୍କ ପରାମର୍ଶ ଏବଂ ମହାରାଜ ଙ୍କ ଅନୁମତି ରେ ମନ୍ଦିର ସେବା ର ଦାୟିତ୍ଵ ଗ୍ରହଣ କଲି। ସେଇ ସମୟରେ Mrs India interview ପାଇଁ call ଆସିଲା ଓ final round ପାଇଁ selection ହେଇଗଲା।ଏ ଖଵର ଶୁଣି ପରିବାର ସହିତ ମହାରାଜ ବି ଖୁସି ପ୍ରକାଶ କରିଥିଲେ।final round ପାଇଁ ୬-୭ ମାସ ସମୟ ମିଳି ଥିଲା।ତାର ପ୍ରସ୍ତୁତି ନିମନ୍ତେ ମୋ ସ୍ବାମୀ ଓ ପରିବାର ବର୍ଗଙ୍କ ବ୍ୟତୀତ ମହାରାଜ ଏବଂ ନାମ ମନ୍ଦିର ସଦସ୍ୟ ଙ୍କ ମଧ୍ୟରୁ ଛୁଆନ୍ନା, ବାବୁଲି,ବଵ୍ଲୁ ,ପିଙ୍କୁ ,ରତି ଙ୍କ ସହଯୋଗ ଅତୁଳନୀୟ।ମୋ ପ୍ରତି ସେମାନଙ୍କର ଭଲପାଇବା ଆଉ ପ୍ରୋତ୍ସାହନ ମତେ ଋଣୀ କରିଦେଇଛି। ୨୦୨୪ october ୧୮,୧୯,୨୦ pune ରେ final round ଅନୁଷ୍ଠିତ ହୋଇଥିଲା। ଯାହା ମୋ ପିଲାଦିନର ସ୍ଵପ୍ନ କୁ ସାକାର କରିଦେଲା। Mrs India 2024 ଏବଂ Mrs body beautiful ୨ଟି award ଜିତିଲା ପରେ ଭାବିଲି ଯଦି ହୃଦୟ ରୁ କିଛି ଅଲଗା କରିବାର ସଂକଳ୍ପ ଥାଏ, ଯଦି ଆଖି ଖୋଲିକି ସ୍ଵପ୍ନ ଦେଖାଯାଏ, ତାହେଲେ ଭଗବାନ ନିଶ୍ଚୟ ତାକୁ ପୁରା କରିବାର ରାସ୍ତା ଓ ସୁଯୋଗ ଯୋଗାଇ ଦେବେ। ମୋ ମତରେ ସୁନ୍ଦରତା ଚେହେରା ରେ ନଥାଏ। ପ୍ରକୃତ ସୁନ୍ଦରତା ଭଗବାନ ଙ୍କ ଦାନ ଯାହା ମନ ଓ ଚିନ୍ତାଧାରା ରେ ଥାଏ। ଯାହାର ଛାପ ଆପେ ଆପେ ଚେହେରା ରେ ପ୍ରକାଶିତ ହୁଏ। ହରେକୃଷ୍ଣ 🙏🙏

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments

Sarat biswal on