କୋଣାର୍କ : ௦୨/୧୨ (ଏସ.ଏନ.ଏସ.) ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଜି ଉଦଘାଟିତ ହୋଇଛି କୋଣାର୍କ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ୨୦୨୩ । ଡିସେମ୍ବର୧ରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବର ଆଜି ଥିଲା ପ୍ରଥମ ସନ୍ଧ୍ୟା ଯାହାକୁ ନେଇ ଝଙ୍କୁରିତ ହୋଇଥିଲା କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ। ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟମରେ ଚଳିତ ବର୍ଷ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ ରେ ଉଦଘାଟିତ ହୋଇଛି କୋଣାର୍କ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ୨୦୨୩ ।ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ପ୍ରଥମେ ଭରଚୁଆଲ ଦ୍ଵାରା ଉଦଘାଟନ କରିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ପରେ ମଞ୍ଚରେ ପ୍ରଦୀପ ପ୍ରଜ୍ୱଳନ କରି ଏହି କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନ ପାତ୍ର, ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା,ଜଗତସିଂହପୁର ଏମପି ଡକ୍ଟର ରାଜଶ୍ରୀ ମଲ୍ଲିକ,,ପର୍ଯ୍ୟଟନ ନିର୍ଦେଶକ ସଚିନରାମଚନ୍ଦ୍ର ଯାଦବ, ପର୍ଯ୍ୟଟନ ନିଗମ ଅଧକ୍ଷ ଲେଲିନ ମହାନ୍ତି, କୋଣାର୍କ ଏନଏସି ଅଧକ୍ଷା ସଂଯୁକ୍ତା ତ୍ରିପାଠୀ ପ୍ରମୁଖ। ପ୍ରଥମ ସନ୍ଧ୍ୟାର ପ୍ରଥମ ପ୍ରସ୍ତୁତି ରେ ମୁକ୍ତାକାଶ ରଙ୍ଗମଞ୍ଚର ଖୋଲାମଞ୍ଚ ରେ ର ସୁରମନ୍ଦିର ,କଟକ ର ଜ୍ୟୋସ୍ନା ରାଣୀ ସାହୁ ଓ ସାଥି ଙ୍କ ଦ୍ଵାରା ନୁତ୍ୟ ଶିଳ୍ପୀଙ୍କ ପକ୍ଷରୁ ଓଡିଶୀ ନୁତ୍ୟ ଶ୍ରୀଜଗନ୍ନାଥ ସ୍ତୁତି ଓ ଆଦିତ୍ୟ ନାରାୟଣ ଙ୍କ ବନ୍ଦନାଓ “ନାଦନିଦାନ” ନୁତ୍ୟ ତାଳ ଲୟରେ ଅତି ଭାବଭେଗ ପରିବେଶରେ ପରିବେଷଣ କରାଯାଇଥିଲା ଓଡିଶୀ ନୃତ୍ୟ । ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ଏହି ନୁତ୍ୟ । ନୁତ୍ୟ ଶିଳ୍ପୀ ମାନେ ନିଖୁଣ ଭାବେ ପରିବେଷଣ କରି ଉପସ୍ଥିତ ଦେଶ ବିଦେଶ ପର୍ଯ୍ୟଟକଙ୍କ ମନ ମୋହିନେଇଥିଲେ । ଦ୍ୱିତୀୟ ଚରଣରେ ବେଙ୍ଗାଲୁର ଚିତ୍ରକଳା ସ୍କୂଲ ଅଫଏକାଡେମୀ ପକ୍ଷରୁ ପ୍ରବିନ କୁମାର ଓ ସାଥିଙ୍କ ଦ୍ୱାରା ଭ୍ରାଟନାଟ୍ୟମ ମନଛୁଆଁ ନୁତ୍ୟ ପରିବେଷଣ କରାଯାଇଥିଲା। ଶାସ୍ତ୍ରୀୟଭିତିରେ ଛନ୍ଦ,ଲୟ,ଗତିକୁ ନେଇ ପରିବେଷଣ କରିଥିଲେ ଚମତ୍କାର ନୁର୍ତ୍ୟ ।ନୁତ୍ୟ ଶିଳ୍ପୀ ମାନଙ୍କର ନିଖୁଣ ନୁତ୍ୟ ପରିବେଷଣ ସମସ୍ତ ଦର୍ଶକଙ୍କୁ ବିମୁଘ୍ଧ କରିଥିଲା ।ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହେଉଥିବା ଏହି ନୁତ୍ୟ ଉତ୍ସାଵ କାର୍ଯ୍ୟକ୍ରମକୁ ସଂଯଜନା କରିଥିଲେ ଡକ୍ଟର ମୁତ୍ୟୁଞ୍ଜୟ ରଥ ଓ ସହଁନ୍ତି ପାଣି ।


