.
Monday, December 23, 2024
Homeଜିଲ୍ଲା ସମ୍ବାଦବ୍ଲକଭିନ୍ନକ୍ଷମ ବ୍ୟକ୍ତି ତରଣୀ ସେନ ମହାପାତ୍ରଙ୍କ ପାଖରେ ସରକାରୀ ଭତ୍ତା ଅପହଞ୍ଚ

ଭିନ୍ନକ୍ଷମ ବ୍ୟକ୍ତି ତରଣୀ ସେନ ମହାପାତ୍ରଙ୍କ ପାଖରେ ସରକାରୀ ଭତ୍ତା ଅପହଞ୍ଚ

ଗୋପ :- ୧୩ /୧୧ (ସଂଭଭ ନିୟୁଜ ) ପୁରୀ ଜିଲ୍ଲା ଗୋପ ବ୍ଲକ ବିର୍ତ୍ତୁଙ୍ଗ ପଞ୍ଚାୟତର ଭିନ୍ନକ୍ଷମ ବ୍ୟକ୍ତି ତରଣୀ ସେନ ମହାପାତ୍ରଙ୍କୁ ଭତ୍ତା ମିଳୁ ନ ଥିବା ବେଳେ ଭିନ୍ନକ୍ଷମ ବ୍ୟକ୍ତି ଙ୍କ ସ୍ତ୍ରୀ ମୂଲ ଲାଗି ୯ ବର୍ଷର ନା ବାଳକ ସହ ସ୍ୱାମୀକୁ ଚଳାଉଛନ୍ତି ବହୁ କଷ୍ଟେ ମଷ୍ଟେ ।ଯେଉଁ ଦିନ ମୂଲ ନ ମିଳେ ସେ ଦିନ ଘରେ ଲାଗେନି ଚୁଲୀ ରୁହନ୍ତି ଉପାସ । ଏହି ଭିନ୍ନକ୍ଷମ ବ୍ୟକ୍ତି ସରକାରୀ ଜାଗାରେ ଝାଟିମାଟି କବାଟ ନ ଥିବା ତାଟି ଆଉଜେଇ ଘର କରି ଦୀର୍ଘବର୍ଷ ଧରି ତିନି ପ୍ରାଣୀ ଚଳି ଆସୁ ଛନ୍ତି । ଏହି ବ୍ୟକ୍ତିଙ୍କୁ ୬୩ ବର୍ଷ ବିତି ଯାଇଥିଲେ ମଧ୍ୟ ବିଭିନ୍ନ ପ୍ରକାର ସରକାରୀ ଯୋଜନା, ଆବାସ ଯୋଜନା ,ଭତ୍ତା , ଘରଦିହ ରୁ ବଞ୍ଚିତ ବୋଲି ଭିନ୍ନକ୍ଷମ ବ୍ୟକ୍ତି କହିଛନ୍ତି । ଏହି ବିଷୟରେ ବାର ବାର ପଞ୍ଚାୟତର ସରପଞ୍ଚ ,ଗୋପ ବ୍ଲକ ବିଡ଼ିଓ ଅଭିଯୋଗ କଲେ ମଧ୍ୟ କେବଳ ରାସନ କାର୍ଡ ବ୍ୟତିତ ଅନ୍ୟ କୌଣସି ସହାୟତା ମିଳିନାହିଁ ବୋଲି ସୂଚନା ଦେଇଛନ୍ତି । ଏ ଦିଗରେ ପୁରୀ ଜିଲାପାଳ,୫ ଟି ସଚିବ ,ଓ ଓଡିଶା ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

ଭିନ୍ନକ୍ଷମ ବ୍ୟକ୍ତି ତରଣୀ ସେନ ମହାପାତ୍ରଙ୍କ ପାଖରେ ସରକାରୀ ଭତ୍ତା ଅପହଞ୍ଚ
RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments

Sarat biswal on