କାକଟପୁର -୧୧/୧୦( ଏସ.ଏନ.ଏସ.)ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ଓଡିଶା ମିଲେଟସ୍ ପ୍ରତିଯୋଗିତା ମଙ୍ଗଳବାର ଦିନ କାକଟପୁର ବ୍ଳକ ଅନ୍ତର୍ଗତ ବିଭୁତିପୁର ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଦୀପ୍ତି କୁମାରୀ ମହାନ୍ତିଙ୍କ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ କାକଟପୁର ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଦିଲୀପ କୁମାର ଜେନା ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଶିକ୍ଷାଧିକାରୀଙ୍କ ସହ ଶ୍ରୀକାନ୍ତ କୁମାର ସ୍ୱାଇଁ, ପଙ୍କଜିନୀ ଦେଇ, ଦୁର୍ଗପ୍ରସାଦ ଦାଶ ଉପସ୍ଥିତ ଥିବା ସହ କାକଟପୁର ଶିକ୍ଷା ବିଭାଗ ଅଧୀନସ୍ଥ ବିଭିନ୍ନ ବିଦ୍ୟାଳୟ ଯଥା କଟକଣା ଉର୍ଦୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଲୋକ ମିଶ୍ର, ରସୁଲପୁର ଉର୍ଦୁ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମୁହିର ଆହେମଦ ଖାନ, କଟକଣା ଉର୍ଦୁ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସେକ ଲୋକମନ ହାକିମ, ଆଜମପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମିର୍ଜା ଅରିଫ ବେଗ, ଖାନପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସେକ ଜୁହିର ପ୍ରମୁଖ ଏବଂ ଗାଇଡ ଶିକ୍ଷକ ମାନେ ମଧ୍ୟ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମରେ ଡ୍ରଇଂ,ଡିବେଟ, କୁଇଜ୍,ଏଲୋକେଶନ, ମିଲେଟସ୍ ଅଫ ନ୍ୟୁଟ୍ରେସନ,ପି ଏମ ପୋଷଣ(ଦିବ୍ୟାଙ୍ଗଙ୍କ ମଧ୍ୟାହ୍ନ ଭୋଜନ) ଉପରେ ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିଥିଲେ।ବ୍ଳକ ଶିକ୍ଷାଧିକାରୀ ଦିଲ୍ଲିପ କୁମାର ଜେନା ସରକାରଙ୍କର ଏହି ଅଭିନବ ଯୋଜନା ସୁରଭି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭା ବିକଶିତ ହୋଇ ପାରୁଛି ବୋଲି ମତପ୍ରକାଶ କରିଥିଲେ ଏବଂ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତାମୂଳକ ମନୋଭାବ ଏବଂ ବୌଦ୍ଧିକ ଜ୍ଞାନର ବିକାଶ ପାଇଁ ଏହି ସୁରଭି କାର୍ଯ୍ୟକ୍ରମ ଏକ ବଳିଷ୍ଠ ମାଧ୍ୟମ ବୋଲି ଉଦଯାପନୀ ଉତ୍ସବରେ ଅଂଶଗ୍ରହଣ କରି ମତବ୍ୟକ୍ତ କରିଥିଲେ। |

