ପୁରୀ: ௦୮/୨୩: ପୁରୀ ନିର୍ବାଚନ ମଣ୍ଡଳୀର ୫ ଥର ବିଧାୟକ, ପୂର୍ବତନ ବାଚସ୍ପତି, ରାଜସ୍ୱ, ପଂଚାୟତ,ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ତଥା ପୁରୀ ଜିଲ୍ଲା ବି.ଜେ.ଡି. ସଭାପତି ମହେଶ୍ୱର ମହାନ୍ତି ଆଉ ଇହଜଗତରେ ନାହାନ୍ତି । ତାଙ୍କ ବିୟୋଗରେ ପୁରୀ ଜିଲ୍ଲା ସମେତ ସାରା ରାଜ୍ୟରେ ଗଭୀର ଶୋକ ଖେଳିଯାଇଛି । ସେ ବହୁତ ସାମାଜିକ ତଥା ଧାର୍ମିକ ସଂଗଠନ ସହିତ ଜଡିତ ଥିଲେ । ତାଙ୍କ ବିୟୋଗରେ ପୁରୀ ମୁରବୀ ଶୁନ୍ୟ ହୋଇଗଲା । ବାଚସ୍ପତି ଥିଲାବେଳେ ସେ ବହୁତ ଗୁରୁତ୍ୱପୂର୍ଣ ନିଷ୍ପତ୍ତି ନେଇଥିଲେ । ତାଙ୍କ ପାର୍ଥିବ ଶରୀରକୁ ଘରୋଇ ହସ୍ପିଟାଲରୁ ଶଙ୍ଖାଭବନ ଓ ବିଧାନସଭା ପରିସରକୁ ନିଆଯାଇଥିଲା । ସେଠାରେ ମୁଖ୍ୟମନ୍ତ୍ରୀ ତଥା ଅନ୍ୟାନ୍ୟ ମାନ୍ୟଗଣ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେଠାରୁ ତାଙ୍କ ମର ଶରୀରକୁ ପୁରୀ ବାସଭବନକୁ ନିଆଯାଇଥିଲା । ସେଠାରେ ତାଙ୍କ ପରିବାର ଲୋକେ ଓ ସହରବାସୀ ଶେଷ ଦର୍ଶନ କରିଥିଲେ । ସେଠାରୁ ତାଙ୍କ ପାର୍ଥିବ ଶରୀରକୁ ଶେଷକୃତ୍ୟ ପାଇଁ ସ୍ୱର୍ଗଦ୍ୱାର ନିଆଯାଇଥିଲା । ସେଠାରେ ତାଙ୍କ ବଡ ପୁଅ ସୁନୀଲ ମହାନ୍ତି ମୁଖାଗ୍ନି ଦେଇଥିଲେ । ପୁଲିସି ବାହିନୀ ପକ୍ଷରୁ ତୋପ ସଲାମି ଦିଆଯାଇଥିଲା । ଏକ ମହାନ ବ୍ୟକ୍ତିତ୍ୱ ସବୁଦିନ ପାଇଁ ଦେଶରୁ ନିର୍ବାପିତ ହୋଇଗଲା । ସଂଭବ ନିୟୁଜର ସମ୍ପାଦକ ତଥା ନିୟୁଜ ପରିବାର ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି ।
ମହେଶ୍ଵରଙ୍କ ସହ ଉତ୍ସବରେ ଇଣ୍ଡିଆ ଟ୍ରେଡ଼ ଲିଡ଼ସ ତଥା ବର୍ତମାନ ସଂଭବ ନିୟୁଜର ସମ୍ପାଦକ
ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ସହ ସଂଭବ ନିୟୁଜର ସମ୍ପାଦକ ନରେଶ ଚନ୍ଦ୍ର ପଟ୍ଟନାୟକ ପୁରୀ ହୋଟେଲ ଶ୍ରୀହରୀ ଠାରେ ଇଣ୍ଡିଆ ଟ୍ରେଡ଼ ଲିଡ଼ସ ମାଗାଜିନ ଉନ୍ମୋଚନ କରୁଛନ୍ତି ।