ନିମାପଡା:୧୫/୧୧(ସଂଭବ ନିୟୁଜ )ପୁରୀ ଜିଲ୍ଲା ନିମାପଡା ବ୍ଲକ ଅଂଚଳରେ ଥିବା ૪୮ ଗୋଟି ଉଚ୍ଚବିଦ୍ୟାଳୟ ପ୍ରଧାନଶିକ୍ଷକମାନଙ୍କୁ ନେଇ ଗତ ଶୁକ୍ରବାର ଦିନ ଦ୍ୱିତୀୟ ବ୍ଲକ ସ୍ତରୀୟ ବୈଠକ ଦହିଜଙ୍ଗ ଉଚ୍ଚବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନିମାପଡା ବ୍ଲକ ଶିକ୍ଷାଅଧିକାରୀ ଦ୍ୱିତୀକାନ୍ତ ପ୍ରଧାନ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ହାଉସ ସିଷ୍ଟମ ଏସ.ଏଚ.ଜି. ମହିଳାମାନଙ୍କୁ ନିୟୋଜିତ ବିଷୟରେ ଆଲୋଚନା କରିଥିଲେ। ଜେ.ବି.ଆର. ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ରମେଶ କୁମାର ସେଠି ସମ୍ମାନୀୟ ଅତିଥି ଭାବରେ ଯୋଗଦେଇଥିଲା ବେଳେ ଦହିଜଙ୍ଗ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଏଥିରେ ଦହିଜଙ୍ଗ ଉଚ୍ଚବିଦ୍ୟାଳୟର ଶିକ୍ଷକ ରମାକାନ୍ତ ଓଝା ସ୍କୁଲ ଫୀଡ଼ ବ୍ୟାକ ବିଷୟରେ ଟ୍ରେନିଂ ଦେଇଥିଲେ । ପ୍ରଜ୍ଞା ଅନନ୍ଦିତା ମିଶ୍ର ଏମ.ଆଇ.ଏସ. କୋର୍ଡିନେଟର ପିପିଟି ମାଧ୍ୟମରେ ବିଭିନ୍ନ ବିଷୟରେ ପ୍ରଧାନ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ଶିକ୍ଷା ପ୍ରଦାନ କରିଥିଲେ । ମାଆ ଦକ୍ଷିଣକାଳୀ ପୀଠର ଶିକ୍ଷକ ହରିହର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।


