ନିମାପଡା:୧୭/୧୧:(ସଂଭବ ନିୟୁଜ) ପୁରୀ ଜିଲ୍ଲା ନିମାପଡା ଇନ୍ଦିରାଗାନ୍ଧୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଗତ ବୁଧବାର ଦିନ ସ୍କୁଲ ଓ ଗଣଶିକ୍ଷା ନିର୍ଦ୍ଦେଶାଳୟ ତରଫରୁ ପ୍ରଦତ୍ତ ଟ ୧,௦୯,୫୨,୫୩௦.௦௦ ଅନୁଦାନରେ ନୂତନ ଶ୍ରେଣୀଗୃହ ନିର୍ମାଣ ପାଇଁ ସ୍ଥାନୀୟ ବିଧାୟକ ସମୀର ରଞ୍ଜନ ଦାଶଙ୍କ କରକମଳରେ ସ୍ଥାପିତ ହୋଇଥିଲା । ଅଧକ୍ଷ। ଶ୍ରୀମତୀ ସୁଷମା ସୁନ୍ଦରୀ ରାୟଙ୍କ ସଭାପତିତ୍ୱରେ ମଞ୍ଚ ପରିଚାଳନା କରାଯାଇଥିଲା । ଏହି ସଭାରେ ରାସ୍ତା ଓ ଗୃହ ନିର୍ମାଣ ନିଗମର ଉପ ବିଭାଗ ଅଧିକାରୀ, ପୂର୍ବତନ ଅଧକ୍ଷ। ସୁଶ୍ରୀ ସ୍ଵର୍ଣ୍ଣଲତା ସେନାପତି ଓ ନିର୍ମାଣ କାମ ନେଇଥିବା କଣ୍ଟ୍ରାକଟର ଶ୍ରୀଯୁକ୍ତ ରମାକାନ୍ତ ବିଶ୍ୱାଳ, ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ପ୍ରାୟ ୩௦௦ ଛାତ୍ରୀମାନେ ଉପସ୍ଥିତ ଥିଲେ । ଏହି ସଭାରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ତଥା ପରିଚାଳନା କମିଟି ତରଫରୁ ବିଧାୟକ ଦାଶଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ନୂତନଗୃହ ନିର୍ମାଣହେଲେ ଛାତ୍ରୀମାନଙ୍କ ଅଧୟନ ତଥା ଶିକ୍ଷାଦାନ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷପ ହେବ ବୋଲି ବକ୍ତାମାନେ କହିଥିଲେ । ସର୍ବଶେଷରେ ଇଂରାଜୀ ବିଭାଗ ଅଧ୍ୟାପକ ଶ୍ରୀଯୁକ୍ତ ସତ୍ୟଜିତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।






Congratulations