.
Monday, December 23, 2024
Homeଜିଲ୍ଲା ସମ୍ବାଦପୁରୀ ଜିଲ୍ଲା ଚାରିଛକ ନିଗମାନନ୍ଦ ମହିଳା ମହାବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ

ପୁରୀ ଜିଲ୍ଲା ଚାରିଛକ ନିଗମାନନ୍ଦ ମହିଳା ମହାବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ

ଚାରିଛକ :-୧୦/୧୦ (ଏସ.ଏନ.ଏସ. ) ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ଚାରିଛକ ସ୍ଥିତ ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ପରିସରରେ ପୁରୀ ଜିଲ୍ଲା ସାଇବର ଅପରାଧ ଶିକ୍ଷା ଓ ମହାବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ସାଇବର ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଧାୟକ ମହୋଦୟ ମାନ୍ୟବର ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉତ୍ସାହିତ କରିବା ସହ ଛାତ୍ରୀ ମାନଙ୍କୁ ସାଇବର ଅପରାଧ ଉପରେ ମୂଲ୍ୟବାନ ଉପଦେଶ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ରେ ମହା ବିଦ୍ୟାଳୟ ର ପରିଚାଳନା କମିଟି ର ସଭାପତି ଡ଼ଃ . ସନ୍ତୋଷ ମିତ୍ର ,ମହାବିଦ୍ୟାଳୟ ଅଧ୍ୟକ୍ଷା ପ୍ରଫେସର ସ୍ଵର୍ଣରଶ୍ମି ସାହୁ , ନିମାପଡା ଏସ ଡି ପି ଓ ଦେବାଶିଷ ମିଶ୍ର ,ମହାବିଦ୍ୟାଳୟ ପ୍ରସାସନିକ ଅଧିକାରୀ ପ୍ରଫେସର ପୁଷ୍ପମିତ୍ରା ପଟ୍ଟନାୟକ ,ଚାରିଛକ ଥାନା ଅଧିକାରୀ ମମତା ବିଶ୍ୱାଳ ,ଜିଲ୍ଲା ସାଇବର କକ୍ଷର ସହକାରୀ ଉପନିରକ୍ଷକ ଗଙ୍ଗାଧର ନାୟକ ,ପ୍ରଭୁତି ଉପସ୍ଥିତ ରହି ମୋବାଲି ବେବ୍ୟହାର ସଂଯମତ ଓ ସାଇବର ଅପରାଧ ଉପରେ ନୃତ୍ୟ ଓ ନାଟକ ମାଧମରେ ଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ । ମହାବିଦ୍ୟାଳୟର ସଂସ୍କୃତ ବିଭାଗର ଅଧ୍ୟାପକ ଜୀଵନ ଦାଶ ଓ ଇଂଗ୍ରାଜୀ ବିଭାଗ ଅଧ୍ୟାପକ ସମାପ୍ତ ମହାନ୍ତି ,କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ତଥା ଛାତ୍ରୀମାନେ ଉପସ୍ଥିତ ଥିଲେ । ପରିଶେଷରେ ଏହି ଉପଲକ୍ଷେ ଆୟୋଜିତ କୁଇଜ ସଫଳତା ହାସଲ କରୁଥିବା ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଚାରିଛକ ନିଗମାନନ୍ଦ ମହିଳା ମହାବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments

Sarat biswal on