ଗୋପ :-୧୧/୧୦ (ଏସ.ଏନ.ଏସ.) ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଅକ୍ଟୋବର ୨ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଦିନ ଠାରୁ ସାରା ରାଜ୍ୟରେ ବିଜୁ ଜନତା ଦଳର ଜନ ସଂମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଆଜି ବୁଧବାର ଦିନ ନିମାପଡା ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶଙ୍କ ନେତୃତ୍ବରେ ଏକ ବିଶାଳ ଜନ ସଂମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ଏହି ପଦଯାତ୍ରାରେ ମାନ୍ୟବର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ,ମାନ୍ୟବର ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ ,ଗୋପ ବ୍ଲକ ଅଧକ୍ଷା ଝୁନୁ ମଲ୍ଲିକ ,ନିମାପଡା ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ ,୧୯ ନଂ ଜିଲାପରିସଦ ପ୍ରଦୀପ୍ତ ଖଟୋଇ ଯୋଗ ଦେଇ ପଦଯାତ୍ରାରେ କର୍ମୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ପଦଯାତ୍ରାରେ ନବୀନ ସରକାରଙ୍କ ଜନ ହିତ ଯୋଜନା ବିଷୟରେ ଅଞ୍ଚଳ ବାସୀଙ୍କୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ନିମାପଡା ନିର୍ବାଚନର ଗୋପ ବ୍ଲକ ଅଞ୍ଚଳରୁ ଗୋପ ବ୍ଲକ ବିଜେଡି ସଭାପତି ମଧୁସୂଦନ ପାଇକରାୟ ,ନିମାପଡା ବ୍ଲକ ସଭାପତି ଅଶୋକ ସାହୁ ,ନିମାପଡା ଏନ.ଏ. ସି. ସଭାପତି ଜୀବନାନନ୍ଦ ମହାପାତ୍ର ,ଗୋପ ବ୍ଳକ ସାଂସଦ ପ୍ରତିନିଧି ସୁକାନ୍ତ ମହାନ୍ତି ,ସନକ ପ୍ରଧାନ ,ନିରଞ୍ଜନ ଶଗଡ଼ିଆ ,ଅକ୍ଷୟ ନିଶଙ୍କ ସହିତ ୫୦୦ ରୁ ଉର୍ଦ୍ଧ୍ବ ମହିଳା ପୁରୁଷ କାର୍ଯ୍ୟ କର୍ତ୍ତା ଯୋଗଦେଇ ଥିଲେ ।

