.
Monday, December 23, 2024
Homeଜିଲ୍ଲା ସମ୍ବାଦବ୍ଲକପାଞ୍ଚଣା ସେବା ସମବାୟ ସମିତି ଲିଃ ,୨୦୨୩ ଖରିଫ ରଣ ପ୍ରଦାନରେ ଅନିୟମିତତା । ସମିତି...

ପାଞ୍ଚଣା ସେବା ସମବାୟ ସମିତି ଲିଃ ,୨୦୨୩ ଖରିଫ ରଣ ପ୍ରଦାନରେ ଅନିୟମିତତା । ସମିତି ପରିଚାଳନା ପରିଷଦ ପକ୍ଷରୁ ଅଭିଯୋଗ

ଗୋପ :-୧୮/୧୨ (ଏସ.ଏନ.ଏସ.) ନୟା ହାଟ ଫାଣ୍ଡି ଅନ୍ତର୍ଗତ ଗୋପ ବ୍ଳକ ବଉଲାଙ୍ଗ ପଞ୍ଚାୟତ ରେ ଥିବା ପାଞ୍ଚଣା ସେବା ସମବାୟ ସମିତି ଲିଃ ର ରେ ୨୦୨୩ ରେ ଋଣ ପ୍ରଦାନ ରେ ଅନିୟମିତତା ହୋଇଛି ବୋଲି ସମିତିର ପରିଚାଳନା ପରିଷଦ କର୍ମକର୍ତା ପକ୍ଷରୁ ଅଭିଯୋଗ ହୋଇଛି ।ପ୍ରକାଶ ଯେ ସମିତି ରୁ ନିଲମ୍ବିତ ହୋଇଥିବା ସମ୍ପାଦକ ଶ୍ରୀ ଦେବରାଜ ସ୍ୱାଇଁ ନିଲମ୍ବିତ ହେବା ପୂର୍ବରୁ ତାଙ୍କ ନିଜର ଆତ୍ମୀୟ ସ୍ୱଜନ ମାନଙ୍କ ଦ୍ୱାରା ମିଥ୍ୟା ତଥ୍ୟ ଦେଇ ଋଣ ପ୍ରଦାନ ସୀମା ଠାରୁ ଅଧିକ ଟଙ୍କା ନେଇଛନ୍ତି ବୋଲି ଅଞ୍ଚଳରୁ ଅଭିଯୋଗ ହେଉଛି ।ଯଥା ନିଲମ୍ବିତ ସମ୍ପାଦକ ଶ୍ରୀ ସ୍ୱାଇଁ ତାଙ୍କ ପିତା ଭୁବନାନନ୍ଦ ସ୍ୱାଇଁ, ପି -ଅମରେଶ୍ଵର ସ୍ୱାଇଁ ଙ୍କ ନାମରେ ୪୨ ୦୦୦ ହଜାର ଋଣ ନେବାର ସୀମିତ ଥିବାବେଳେ ତାଙ୍କ ନାମରେ ୫୦୦୦୦ ହଜାର ଋଣ ନେଇଛନ୍ତି ।ସେହିଭଳି ତାଙ୍କ ବଡ଼ ଭାଇ ରବୀନ୍ଦ୍ରନାଥ ସ୍ବାଇଁ ଙ୍କ ଋଣ ନେବାର ୩୯୦୭୫ ଟଙ୍କା ଲିମିଟି ଥିବା ବେଳେ ତାଙ୍କ ନାମରେ ୫୦୦୦୦ ହଜାର ଟଙ୍କା ଋଣ ନେଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲିଟିଛି । ତେଣୁକରି ଅନିୟମିତତା କରିଥିବା ସମ୍ପାଦକ ଉପରେ ସଠିକ ତଦନ୍ତ କରି ଆଇନି ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମିତିର ପରିଚାଳନା ପରିଷଦ କର୍ମକର୍ତା ମାନେ ଦାବି କରିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments

Sarat biswal on