.
Thursday, March 5, 2026
Homeରାଜ୍ୟନି:ଶୁଳ୍କ ସ୍ୱାସ୍ଥ୍ୟ ଶିବିର ପ୍ରତି ଉତ୍କଳ କଳାକାର ଏକାଡେମୀର ପ୍ରେରଣାଦାୟକ ପ୍ରତିବେଦନ

ନି:ଶୁଳ୍କ ସ୍ୱାସ୍ଥ୍ୟ ଶିବିର ପ୍ରତି ଉତ୍କଳ କଳାକାର ଏକାଡେମୀର ପ୍ରେରଣାଦାୟକ ପ୍ରତିବେଦନ

Sambhava News: 27/07/2025 / 4.15 p.m./ Bhubaneswar: ସମାଜ ସେବାକୁ ନିଜ ଦାୟିତ୍ୱ ବୋଲି ମାନିଥିବା “ଉତ୍କଳ କଳାକାର ଏକାଡେମୀ ସଂଗଠନ” ପକ୍ଷରୁ ଏକ ନି:ଶୁଳ୍କ ସ୍ୱାସ୍ଥ୍ୟ ଶିବିରର ଆୟୋଜନ ହୋଇଯାଇଛି । ଏହି ଶିବିରର ଉଦ୍ଦେଶ୍ୟ ହେଉଛି ଦୁର୍ଦ୍ଦଶାଗ୍ରସ୍ତ ଲୋକମାନଙ୍କୁ ମୁଫ୍ତ ସ୍ୱାସ୍ଥ୍ୟ ସେବା ଦେଇ ସେମାନଙ୍କ ଜୀବନର ଗୁଣବତ୍ତା ବୃଦ୍ଧି କରିବା ।

ଭୁବନେଶ୍ୱର ସ୍ଥିତ କଲ୍ୟାଣପୁର ଠାରେ ଉତ୍କଳ କଳାକାର ଏକାଡେମୀ ପକ୍ଷରୁ ସ୍ୱାସ୍ଥ୍ୟ ସେବା ଶିବିର ସମ ହସ୍ପିଟାଲ ମିଳିତ ଆୟୋଜନ ରେ ଅନୁଷ୍ଠିତ ହୋଇଯାଇଛି. ଅନୁଷ୍ଠାନ ର ଅଧକ୍ଷ ତଥା ସମାଜସେବୀ ସଶଧର ପଣ୍ଡା ଙ୍କ ନେତୃତ୍ୱ ରେ ଅନୁଷ୍ଠାନ ର ସଭାପତି ଡ଼କ୍ଟର ନୁରସିଂହନାଥ ନନ୍ଦ, ମୁଖ୍ୟ ଉପଦେଷ୍ଟା ଭୂପତି ତ୍ରିପାଠୀ,ପ୍ରତିଷ୍ଠାତା କୈଳାସ ନାୟକ କାର୍ଯ୍ୟକାରୀ ସଭାପତି ହରିହର ସ୍ୱାଇଁ, ଉପ ସଭାପତି ଅଭିନେତା ଅଭିନଵ ସିଂ,ଡକ୍ଟର ସାରଦା ଚରଣ ମହାନ୍ତି,ଡକ୍ଟର ରୋଜାଲିନ ସେନାପତି, ଶ୍ରୀନିବାସ ସେନାପତି,ନିବେଦିତା ସିଂ, ବିଚିତ୍ରାନନ୍ଦ ସ୍ୱାଇଁ, ଲଷ୍ମୀପ୍ରିୟା ନାୟକ, ଲିପିକା ମହାନ୍ତି, ଅଭିନେତ୍ରୀ ଚୁନି ରାୟ,ବିକାଶ ଚନ୍ଦ୍ର ମଲ୍ଲିକ, ସମ ହସ୍ପିଟାଲ ର ଲୋକ ସମ୍ପର୍କ ଅଧିକାରୀ ସତ୍ୟବ୍ରତ ଦାସ, ବିଷ୍ଣୁ ଚରଣ ପଡିହାରୀ,ବିଚିତ୍ରାନନ୍ଦ ସ୍ୱାଇଁପ୍ରମୁଖଙ୍କ ଉଦ୍ୟମରେ ମାଗଣା ସ୍ୱାସ୍ଥ୍ୟ ସେବା ସହିତ ମାଗଣା ଔଷଧ ବଣ୍ଟନ କରାଯାଇଛି.ଏଥି ସହିତ ଯେଉଁ ରୋଗୀଙ୍କର ଅବସ୍ଥା ଶୋଚନୀୟ ଅନୁଷ୍ଠାନ ପକ୍ଷରୁ ହସ୍ପିଟାଲ ରେ ଭର୍ତ୍ତି କରାଯାଇ ସମ୍ପୂର୍ଣ ମାଗଣା ରେ ଅନୁଷ୍ଠାନ ପକ୍ଷରୁ ଚିକିଛିତ କରାଯାଉଛି. ସମସ୍ତ ଙ୍କୁ ଭୋଜନ ଵେବସ୍ତା ସହିତ ଆମ୍ବୁଲାନ୍ସ ରେ ରୋଗୀ ମାନଙ୍କୁ ନେବାର ଵେବସ୍ଥା କରାଯାଇଛି ।

ଏହି ପ୍ରୟାସ ସାଧାରଣ ନୁହେଁ । ଏହା ହେଉଛି ମାନବତାର ଏକ ଜୀବନ୍ତ ଉଦାହରଣ । ଉତ୍କଳ କଳାକାର ଏକାଡେମୀ ପକ୍ଷରୁ ଗ୍ରହଣ କରାଯାଇଥିବା ଏହି ପଦକ୍ଷେପ ଅନ୍ୟ ସଂଗଠନମାନଙ୍କୁ ମଧ୍ୟ ପ୍ରେରିତ କରିଛି । ସମ୍ପୂର୍ଣ୍ଣ ଏହି ଅଭିଯାନ ଏକ ନୂଆ ଆଶା ଓ ସୂର୍ଯ୍ୟୋଦୟର ସୂଚନା ଦେଇଛି ଯେ, ସମାଜ ପାଇଁ କିଛି କରିବାକୁ ଚାହାଲେ, ସମ୍ଭବ ଅଟୁଟ ଭାବେ ଅଟଳ ଅଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments

Sarat biswal on